X Close

ମାନବିକତାର ତିନୋଟି ଭିନ୍ନ ସ୍କେଚ୍‌ (PART-2)

ଜଜ୍ ଚିନ୍ତାଗ୍ରସ୍ତ ଜଣାପଡୁଥିଲେ । ଦୀର୍ଘ ପାଂଚବର୍ଷ ଧରି ଚାଲିଥିବା କେଶ୍‌ର ଅ ।ଜି ହିଁ ନିଷ୍ପତ୍ତି ନେବାକୁ ପଡିବ । ମହିଳା ଜଣକ ବେଶ୍ ଅସହାୟା । ତାକୁ ଏଭଳି କାକୁସ୍ଥ ହୋଇ ବସିଥିବାର ଦେଖନ୍ତି ଜଜ୍‌  । ଦିନକୁ ଦିନ ସେ ବେଶୀ ବେଶୀ ଭାଙ୍ଗି ପଡୁଛି ! ଏତିକି ଦିନ ଭିତରେ ବୁଢୀଟିଏ ଭଳି ଦିଶିଲାଣି । ତା ସ୍ୱାମୀ ଥିଲେ ବିବାହକୁ ସାତବର୍ଷ ହୋଇଥାନ୍ତା ! ଅଥଚ ଏବେ ସେ ଅସହାୟା, ପରିବାରରୁ ବିତାଡିତା । ନିଜର କହିଲେ ଏକମାତ୍ର ଝିଅ । କେବେକେମିତି ଭିନ୍ନ ଭିନ୍ନ ଲୋକେ ଅ ।ସନ୍ତି ତା ସହିତ । ତାର ଶୀଘ୍ର ଫଇସଲା ଦରକାର.. । ଭଗାରୀମାନେ ହଇରାଣ କରୁଛନ୍ତି ବୋଲି ସେ ବସ୍ତିରେ ରହୁଛି କେବେଠୁ । ନିଜ ଶାଶୁଘରେ ତାର ଅଂଶ ଦରକାର । ସେତକ ବିକ୍ରୀ କଲେ ଏକମାତ୍ର ଝିଅର ଭବିଷ୍ୟତ ସୁଧାରିବ । କୁନି ଝିଅଟା ସେ କୋଣରେ ଅପରାଧିନୀଟେ ପରି ଛିଡା ହୋଇଛି । ଭଗାରୀମାନେ କିନ୍ତୁ ନାରାଜ ସଂପତ୍ତିକୁ ଭାଗ କରିବାକୁ । ସେମାନଙ୍କ ମତରେ ସ୍ତ୍ରୀ ଲୋକଟି କାଳେ ଦୁଶ୍ଚରିତ୍ରା ! ପ୍ରମାଣ କିନ୍ତୁ ମିଳିପାରି ନାହିଁ ଏଯାଏଁ । ଏକମାତ୍ର ଦେଢଶୁର ୟା'ଭିତରେ ଅ ।ରପାରିରେ । ଦୁଇଯାଅ । ବିଧବା ହୋଇଥିବାରୁ ଅନେକଙ୍କ ଅ ।ଖି ବି ସେମାନଙ୍କ ସଂପତ୍ତି ଉପରେ । ତେଣୁ ଜଜ୍ ତୁରନ୍ତ ଫଇସଲା ଶୁଣାଇବେ । 

ଅଦାଲତରେ ଉପସ୍ଥିତ ଥିବା ଲୋକମାନଙ୍କ ଅ ।ଗରେ ସେ ପଢି ଶୁଣାଇଲେ- ଏହି ନିରାଶ୍ରୟା ମହିଳାକୁ ସରକାରୀ ସାହାଯ୍ୟ, ବିଧବା ଭତ୍ତା ସହିତ ଅନ୍ୟାନ୍ୟ ଯୋଜନାରେ ସାମିଲ୍‌ କରାଯିବାକୁ ନିର୍ଦ୍ଦେଶ ଦିଅ ।ଯାଉଛି । ଅ ।ବଶ୍ୟକ ହେଲେ ତା ପିଲାକୁ ଉଚ୍ଚଶିକ୍ଷିତ କରିବାକୁ ସରକାରୀ ସାହାଯ୍ୟ ମଧ୍ୟ ଯୋଗାଇ ଦିଅ ।ଯିବ । ମହିଳା ଅ ।ଖିରୁ ଲୁହ ଝରି ପଡିଲା । ସେ ଜଜ୍‌ଙ୍କ ପାଦ ତଳେ ଲୋଟି ପଡିଲା କୃତଜ୍ଞତାରେ । କିଛି ସମୟ ପରେ ଜଜ୍ ଛୁଟି ଯୋଗୁଁ ନିଜ ଗାଁକୁ ଫେରିଲେ । ଅଳ୍ପ ଦୂରରୁ ସ୍ତ୍ରୀ ଲୋକଟିକୁ ଦେଖିପାରିଲେ । ତା ମଥାରେ ସିନ୍ଦୁର । ହାତରେ ନାଲିଶଂଖା..! ନିଜ ଝିଅ ଓ ଜଣେ ପୁରୁଷ ସହିତ ଗୋଟେ ବ୍ୟାଗ୍ ଧରି ସେ ଖୁସି ଖୁସି ଚାଲିଥିଲା ଅ ।ଗକୁ । 

ଜଜ୍ ନିଜ ଅ ।ଖିଦୁଇଟିକୁ ବିଶ୍ୱାସ କରିପାରିଲେନି ! ଲୋକମାନେ ଠିକ୍‌ କହୁଥିଲେ- ସେ ଦୁଶ୍ଚରିତ୍ରା ! ଡ୍ରାଇଭର୍‌ଟି କହିଲା- ନା ସାର୍ । ସେ ସ୍ତ୍ରୀ ଲୋକଟି ବାହା ହୋଇଛି ପୁଣିଥରେ । ତଥାପି ସଂପତ୍ତିର ଲୋଭ ମନରୁ ଯାଇନି । ଏକଥା ତା ପ୍ରତିପକ୍ଷର ଲୋକେ କେହି କହିଲେନି କାହିଁକି ? ଜଜ୍ ପ୍ରଶ୍ନ କଲେ । 

କେହି ହୁଏତ ଜାଣିନଥିବେ ସେ  କାହାକୁ ବାହା ହୋଇସାରିଛି ବୋଲି! ଅ ।ପଣଙ୍କ ପରି ଅନ୍ୟମାନେ ବି ନୂଅ । କରି ତା ମଥାରେ ସିନ୍ଦୂର ଓ ହାତରେ ଶଂଖା ଦେଖୁଥିବେ । ସତରେ ଅନ୍ୟମାନଙ୍କ ପାଇଁ ବି କଥାଟି ନୂଅ । ଥିଲା ।  ହେଲେ ତାକୁ ବିଧବା ଭତ୍ତା ପାଇଁ ଲେଖି ଦେଇଛି ଯେ ! ଜଜ୍ କହିଲେ ।

ସେ ନିଜକୁ ବିଧବା ବୋଲି ପ୍ରମାଣିତ କରିସାରିଛି ।

- ଏତେଥର ମଥାର ସିନ୍ଦୂର ଲିଭେଇଛି । ଅ ।ଗକୁ ବି ଲିଭେଇଦେବାରେ ଅସୁବିଧା କଣ ! ଏଇ ଲୋକଟିକୁ ସେ ପ୍ରକୃତରେ ବାହାହେଇଛି କି ନା ସେ ପ୍ରମାଣ ସେ ରଖିଥିବା ଭଳି ଲାଗୁନି ଅ ।ଜ୍ଞା  । ତା ଦ୍ୱିତୀୟ ସ୍ୱାମୀର ବି ତା ସଂପତ୍ତି ଉପରେ ଲୋଭ ଥିବ, ନଇଲେ କଣ ସେ ଏମିତି କରିବାକୁ ତା ସ୍ତ୍ରୀକୁ ଅନୁମତି ଦେଉଥାନ୍ତା ? ତେଣୁ ଅ ।ବଶ୍ୟକ ପଡିଲେ ସେ ତା ସ୍ୱାମୀକୁ ଅ ।ଉ କିଛି ସଂପର୍କର ନାଁ ଦେଇପାରେ, ସ୍ୱାମୀ ମଧ୍ୟ  ସ୍ବୀକାର କାରିପାରେ !

ଜଜ୍ ବିଷର୍ଣ୍ଣ ଦିଶୁଥିଲେ, ଭାବୁଥିଲେ ମାନବିକତାର ପରିଭାଷା ବଦଳିଯାଇଛି ବୋଧେ !