X Close

ମାନବିକତାର ତିନୋଟି ଭିନ୍ନ ସ୍କେଚ୍‌ (PART-3)

ଲୋକଟା ହ୍ୱିଲ୍ ଚେୟାର୍ ଉପରେ ବସି ଏମିତି ବାରବାର ଅ ।ସୁଛି କଚେରୀକୁ ନ୍ୟାୟ ପାଇବା ପାଇଁ । ଡାକ୍ତର ତାକୁ ଅକ୍ଷମତାରେ ଚାଳିଶ ପ୍ରତିଶତ ଦେଇଛନ୍ତି ବୋଲି ତାର ଖୁବ୍ ଗୁଡାଏ କ୍ଷୋଭ । ତାର ଅଶୀ ପ୍ରତିଶତ ବା ତାଠାରୁ ଅଧିକ ହେବା ଉଚିତ୍ । ସେ ସବୁ ସୁବିଧା ପାଇବା ହକଦାର୍ । ଚାଉଳ, ଭତ୍ତା ସହିତ ଅନ୍ୟାନ୍ୟ ସୁବିଧା ବି । ଜଜ୍ ତାକୁ ତନ୍ନତନ୍ନ ପରୀକ୍ଷା କଲେ । ଡାକ୍ତରଙ୍କୁ ଜେରା କଲେ । ହେଲେ ପ୍ରକୃତରେ ଲୋକଟାର ଫିଜିବିଲିଟି ନାହିଁ । ଗୋଟେ ହାତ କେମ୍ପା ଅଛି । ଓଠ ବଙ୍କେଇ କଥା କହୁଛି ଯାହା କିଛି କିଛି ଅସ୍ପଷ୍ଟ । ପରିବାରରେ କେହି ସେମିତି ରୋଜଗାରିଅ । ନାହାନ୍ତି ଯେ ଏ ଅକ୍ଷମକୁ ସାହା ହେବେ । ଜମିବାଡି ବି ଶୂନ । ଏଭଳି ଲୋକକୁ ଅଶୀ ପର୍ସେଂଟ୍ ମିଳିବା କଥା । ଅଥଚ ଡାକ୍ତର ଅଣଦେଖା କରୁଚନ୍ତି ଏ ବିଚରାଟାକୁ ! 

ଜଜ୍ ଭର୍ତ୍ସନା କଲେ  ଡାକ୍ତରଙ୍କୁ । ସରକାରୀ ସାହାଯ୍ୟ ତ ଏଇମାନଙ୍କ ପାଇଁ । ଏମାନେ ଲାଭ ନପାଇଲେ ଯୋଜନା ବ୍ୟର୍ଥ । ଏକଥା ଶୁଣି ଲୋକଟାର ଅ ।ଖି ଲୁହରେ ଭରିଗଲା । 

ସେଦିନ ମଙ୍ଗଳା ଛକରେ ଚାଟ୍ ବିକ୍ରି କରୁଥିଲା ସେ । ଜଜ୍‌ଙ୍କ ଝିଅ ସେଇଠି ବରାବର ଚାଟ୍ ଖାଏ । ଗାଡିରୁ ଓହ୍ଲାଇ ଝିଅ ଚାଟ୍ ବରାଦ କଲାବେଳେ ଜଜ୍‌ ଅଦୂରରୁ ନିରେଖୁଥିଲେ ସେ ଚାଟ୍‌ ବିକାଳୀକୁ । ଝିଅ ଖାଇସାରି ହାତ ଧୋଇଲାବେଳକୁ ସେ ଦେଖୁଥିଲେ ଲୋକଟା ଏତେ ବଡ ଠେଲା ଗାଡିଟିକୁ ଅ ।ରାମରେ ଠେଲି ନେଇଯାଉଥିଲା..କଲୋନୀ ଭିତରକୁ..! 

ଜଜ୍ ଭାବୁଥିଲେ- ଭୁଲ୍ ହୋଇଗଲା କି ! ଲୋକଟା ତ ଏତେ ବି ଅକ୍ଷମ ନୁହେଁ  । ତା କଥା ବୁଝିହେଉଛି ଠିକ୍‌ରେ, ସେଦିନ ତ ସେ କଥା କହିପାରୁନଥିଲା । ଅଶୀ ପ୍ରତିଶତ ଅକ୍ଷମ ମନେହେଉଥିବା ଲୋକଟା ଅ ।ଜି ମାତ୍ର ତିରିଶ୍ ପ୍ରତିଶତ ଅକ୍ଷମ ମନେହେଉଥିଲା ! ଅଳ୍ପକୁ ଅଧିକ ବନେଇ ଲୁଟିନେଇଥିଲା ଅଧିକ ସହାୟତା, ସମବେଦନା । ମନେମନେ ଜଜ୍ କ୍ଷମା ମାଗୁଥିଲେ ଡାକ୍ତର ଓ ଈଶ୍ୱର ଉଭୟଙ୍କୁ । ଡାକ୍ତର ଠିକ୍ ବୁଝିଥିଲେ ଲୋକଟାର ଶାରୀରିକ ଓ ମାନସିକ ଅକ୍ଷମତାର ପରିମାଣ କେତେ ! ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ।

 ଜଗତସିଂହପୁର