X Close

ମାଦଳାପାଞ୍ଜି - ରାଜଭୋଗ ଇତିହାସ (PART-2)

ଏଠାରୁ କେଶରୀ ପାଟରାଜା ହୋଇଥିଲେ । ପ୍ରଥମ ପାଟ ଯଯାତି କେଶରୀ ହୋଇଲେ । ଏ ରାଜା ସୂରବନ୍ତ ମହାଦାନୀ । ଏ ମହାରାଜାଙ୍କ ଅ ୧୧ ଙ୍କେ ସନ୍ନ୍ୟାସୀ ବ୍ରହ୍ମଚାରୀ ବ୍ରାହ୍ମଣମାନଙ୍କୁ ପଚାରିଲେ ଓଡ଼ିଶା ରାଜାର ପ୍ରଭୁ ଯେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସେ କାହିଁଛନ୍ତି ? ସେମାନେ କହିଲେ ମୁଗଲ ଗୋଳ ହୋଇଲାକୁ । ସୋମୋଦ୍ର ମାଡ଼ି ଅଇଲାକୁ ଅପାର ଦିନ ହୋଇଲା । ଶ୍ରୀ ପର୍ମେସରଙ୍କୁ ପାତାଳୀ କରି ସୁନୁପୁର ଗଲେ । ସେଠାରେ ଖଣ୍ଡାଇତଙ୍କୁ ପଚାରିଲେ । ସେମାନେ କହିଲେ ଆମ୍ଭେ ଗାଁତବ ନୋହୁ । ଆମ୍ଭ ବାପା ଅଜା କହନ୍ତି ଦିଅବର ଏହି । ଏଥିତଳେ ଦିଅଁଙ୍କୁ ପୋତିଥିଲେ । ଏହା ଶୁଣି ରାଜା କଟୁରିଆ ବ୍ରାହ୍ମଣଙ୍କୁ ଆଣି ସେ ଗଛ କଟାଇ ଖୋଳାଇଲେ । ପର୍ମେସରଙ୍କୁ ବାହାର କଲେ । ସେ ଦିନେ ଶ୍ରୀ ମୂର୍ତ୍ତିମାନ ମାଟିଖାଇ ଛିନ୍ନଭିନ୍ନ ହୋଇଛନ୍ତି । ଦେଅମାନଙ୍କୁ ଲୁଗା ଗୁଡ଼ିଆଇ ମୁଣାରେ ପୂରୋଇ ମୁଦାଇଲେ । ଏ ଉରାରୁ ଦଇତାପତିଙ୍କୁ ଲୋଡ଼ାଇଲେ । ଦଇତାମାନେ ବିରିବନ୍ଧରେ ଥିଲେ । ପତିମାନେ ରତନପୁର ସୀମାରେ ଥିଲେ । ଏମାନଙ୍କୁ ଅଣାଇ ବିଧିପତ୍ର ପ୍ରମାଣେ ଦାରୁ ଛେଦନ କରାଇ ପର୍ମେସରଙ୍କୁ ସୁମୂର୍ତ୍ତି । କରାଇଲେ । ଏ ଘଟଣାବେଳେ ରାଜା ଅଧିକ ସେବକ ତାଟି ଭିତର କଲେ । ଗଛକଟା କଟୁରିଆ ବ୍ରାହ୍ମଣ ପାଞ୍ଚ ସେବା । ଏହାଙ୍କ ଗୋତ୍ର ବଛସ । ଜ୫ଣକୁ ଝ୧୦ଣ । ପତିମାନଙ୍କର ଏଗାରହ ଜଣକୁ ଛଅଜଣ । ଦଇତାମାନଙ୍କର ଉଲୁକ ଗୋତ୍ର । ଜ୮ଣକୁ ଜ୮ଣ ପରିଛା ଗାଏ ଚବିସ ଜଣ । ଶ୍ରୀ ପୁରୁସୋତମେ ସଙ୍ଖନାଭି ମଣ୍ଡଳେ ହା୩୮ଥ କରି ପଟୋଳ ଗୋଟାଏ ଢୋଳି ପ୍ରତିଷ୍ଠାକରି ପରମେସରଙ୍କୁ ବିଜେ କରାଇଲେ । ଏହି ଅନୁକୂଳେ ଭୁବନେସ୍ୱର ଦେଉଳକୁ ସୁଭ ଦେଲେ । ଏହି ରାଜା ଭୋଗକଲେ ମ ୫୭ ରସ ।

୨ୟ ପାଞ୍ଜି ମତେ, - ଏ ଉତ୍ତାରୁ ରାଜା ଦେଉଳ ଗୋଟିଏ ସୁଭକଲେ । ୩୮ ହାତ କରି ଦେଉଳ ଗୋଟିଏ କରି ପ୍ରତିଷ୍ଠା କରି ପରମେସରଙ୍କୁ ବିଜେ କରାଇଲେ । ଏ ମହାରାଜାଙ୍କ ଅ୫୯ଙ୍କେ ମେସ ୨୫ ନେ ସିଂଘାସନେ ବିଜେ କରାଇଲେ । ଏହି ଦିନେ ବିମଳାଙ୍କ ଦେଉଳ ହା ୧୮ ତ ମାପରେ ତୋଳାଇଲେ । ଏହି ମାପରେ ପରମ ଲକ୍ଷ୍ମୀଙ୍କ ଦେଉଳ ତୋଳାଇଲେ । ଏହି ଅନୁକୂଳେ ଭୁବନେସ୍ୱରଙ୍କ ଦେଉଳ କୈଳାସ ଘଟଣା ସୁଭ ଦେଲେ । ଏ ରାଜା ଭୋଗକଲେ ଅ ୮୪ଙ୍କକୁ ବ୬୮ରସ ।

୩ୟ ପାଞ୍ଜିମତେ, -ଏ ରାଜା ଭୋଗକଲେ ବ୫୨ରସ-ସ୪୪୮ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ, -ଏ ଉତ୍ତାରୁ ସୂର୍ଯ୍ୟ କେଶରୀ ଭୋଗକଲେ ୩୦ ବରସ । ଏ ରାଜା ଭୁବନେସ୍ୱର ଦେଉଳ ତୋଳାଉଥିଲେ ।

୨ୟ ପାଞ୍ଜି ମତେ, -ଏ ଉତ୍ତାରୁ ସୂର୍ଯ୍ୟ କେଶରୀ ରାଜା ରାଜ୍ୟ କଲେ । ଏ ରାଜାଙ୍କ ଅ୨୩ଙ୍କେ ସୁକ ବ୍ରାହ୍ମଣବଂସ ଅଠପୁରୁସ ଦିଲ୍ଲୀରେ ଅମଳ କଲେ,.... ନିରଂସ ହୋଇଲେ । ଏହିଦିନ ଆଦ୍ୟରୁ ପାତିସା ଦିଲ୍ଲୀ ଗାଦିରେ ବସିଲେ । ଏ ରାଜା ଭୁବନେସର ଦେଉଳ ତୋଳାଉଥିଲେ । ଏ ଆବାହନ ହୋଇଗଲେ । ଏ ଆବାହନ ହୋଇଲେ । ଏ ଭୋଗକଲେ ଅ ୩୩ ଙ୍କକୁ ବ୨୬ ରସ ।

୩ୟ ପାଞ୍ଜି ମତେ,-ବ ୫୭ ରସ ସକାବ୍ଦ ୫୦ ପର୍ଯ୍ୟନ୍ତ ।