X Close

ମାଦଳାପାଞ୍ଜି - ରାଜଭୋଗ ଇତିହାସ (PART-4)

୧ମ ପାଞ୍ଜି ମତେ, -ଏଥି ଉତ୍ତାରେ ଲଲାଟ କେଶରୀ ଭୋଗକଲେ । ଭୁବନେସର ଦେଉଳ ତିନିପାଟରେ ତୋଳାଇ ଏ ମହାରାଜା ପ୍ରତିଷ୍ଠା କଲେ । ଏ ଭୋଗ କଲେ ବ ୪୦ ରସ ।

୨ୟ ପାଞ୍ଜି ମତେ, -ଏ ଉତ୍ତାରୁ ଲଲାଟ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ପ୍ରତାପୀ ଧର୍ମସିଳ । ଏ ରାଜା ଭୁବନେସର ଦେଉଳ ନିର୍ମାଣ କଲେ । ଏ ଦେଉଳ ତିନିପାଟରେ ନିର୍ମାଣ ହେଲା ।

ରାଜା ଦେଉଳ ପ୍ରତିଷ୍ଠା କଲେ । ଏ ଦେଉଳ ଆଗ ବିଲରେ ସକ୍ତି ଥିଲେ । ମହାପ୍ରଭୁଙ୍କର ଆଜ୍ଞା ହୋଇଲା । ଏ ସକ୍ତି ଛାମୁ ଦ୍ୱାରେ ନ ଗଲା । ଅପଣା ଉଚ୍ଛାରେ ରାତ୍ରିଲାଗି ହୋଇଲେ । ଆରଦିନ ରାଜା ଦେଖି ବଡ଼ ଆନନ୍ଦ ହୋଇଲେ । ଏ ରାଜା ଅନେକ ପୁଷ୍କରଣୀ ଓ କୂପ କଲେ । ଏ ରାଜା ଭୋଗ କଲେ ଅ ୪୯ ଙ୍କକୁ ବ ୪୦ ରସ । ଏ ରାଜାଙ୍କ ଅ ୨୭ଙ୍କ ମୀନ ଦି ୨୫ ନେ ସରିକି ଭୁବନେସର ଦେଉଳ ପ୍ରତିଷ୍ଠା ହୋଇଲା । ଏ ଦିନ ସରିକି ସକାବ୍ଦ ୫୮୮ । ଲଲାଟ କେଶରୀଙ୍କ ବାକୀ ବ ୧୮ ରସ ।

୩ୟ ପାଞ୍ଜି ମତେ, -ଲଲାଟ କେଶରୀ ବ ୫୫-ସ ୫୯୯ କାବ୍ଦ ପର୍ଯ୍ୟନ୍ତ ।