X Close
ମାଦଳାପାଞ୍ଜି - ରାଜଭୋଗ ଇତିହାସ (PART-6)
୧ମ ପାଞ୍ଜି ମତେ, -ଏତ୍ତାରୁ ନର କେଶରୀ ଭୋଗ କଲେ ବ ୧୩ ।
୨ୟ ପାଞ୍ଜି ମତେ, -ଏ ରାଜା ବଡ଼ ବିସ୍ଟୁଁ ପରାୟଣ ହୋଇଲେ । ଏ ରାଜା ଭୋଗ ଅ ୨୨ ଙ୍କକୁ ବ ୧୮ ।
୩ୟ ପାଞ୍ଜି ମତେ, -କନକ କେଶରୀଙ୍କ ପରେ ଅନନ୍ତ କେଶରୀ ଭୋଗକଲେ ବ୮ର୍ଷ-ସ ୬୨୩ କାବ୍ଦ ପର୍ଯ୍ୟନ୍ତ ।
୧ ମ ପାଞ୍ଜି ମତେ, -ଗଙ୍ଗ କେଶରୀ ଭୋଗକଲେ ବ ୨୫ ।
୨ୟ ପାଞ୍ଜି ମତେ, -ଗଙ୍ଗ କେଶରୀଙ୍କ ସ୍ଥାନରେ ପଦ୍ମ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ବୀରସୁର ହୋଇଲେ । ଏ ରାଜା ଇନ୍ଦ୍ରଦ୍ୟୁମ ଚାରିପାଖେ ପାବଚ୍ଛ ବନ୍ଧାଇଲେ । ନୀଳକଣ୍ଠେସରଙ୍କ ଦେଉଳ ତୋଳାଇଲେ । ଏ ରାଜା ଭୋଗକଲେ ଅ ୨୩ଙ୍କକୁ ବ ୧୯ ।
୩ୟ ପାଞ୍ଜି ମତେ, ଅନନ୍ତ କେଶରୀଙ୍କ ପରେ ପଦ୍ମ କେଶରୀ ଭୋଗକଲେ ବ ୪୦-ସ ୬୨୮ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ, -ବୃଦ୍ଧ କେଶରୀ ଭୋଗକଲେ ବ ୪୦ ।
୨ୟ ପାଞ୍ଜି ମତେ, -ଧ୍ରୁବ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ଦେଉଳ ଜୀର୍ଣ୍ଣ ଉଦ୍ଧାରଣ କଲେ ।
୩ୟ ପାଞ୍ଜି ମତେ, -ବୃଦ୍ଧ କେଶରୀ ରାଜ୍ୟ କଲେ ବ ୯-ସ ୬୩୭ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ, -ବଟ କେଶରୀ ଭୋଗକଲେ ବ ୨୬ ।
୨ୟ ପାଞ୍ଜି ମତେ, -ଏ ରାଜା ଅର୍ଦ୍ଧସ୍ୱସନୀ ଦେଉଳ ତୋଳାଇଲେ ଏ ରାଜା ଭୋଗକଲେ ଅ୧୭ଙ୍କୁ ବ ୧୫ ।
୩ୟ ପାଞ୍ଜି ମତେ, -ଏ ଭୋଗକଲେ ବ ୧୧-ସ ୬୪୮ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ, -ଗଜ କେଶରୀ ଭୋଗକଲେ ବ ୨୫ । ଏ ରାଜା ଭୁଇଁ ବାଟିକୁ (କର) ଘେନାଇଲେ କା୫ ହାଣ ।
୨ୟ ପାଞ୍ଜି ମତେ, -ଏ ରାଜାଙ୍କ ନାମ ରାଜ କେଶରୀ । ଏ ରାଜା ପ୍ରଜାଙ୍କୁ ପୁତ୍ରସମ କରି ପାଳିଲେ ।
୩ୟ ପାଞ୍ଜି ମତେ, -ଗଜ କେଶରୀ ଭୋଗକଲେ ବ୧୨-ସ ୬୬୦ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ, -ବସନ୍ତ କେଶରୀ ଭୋଗକଲେ ବ ୨ । ୭ ।
୨ୟ ପାଞ୍ଜିରେ ବିସୟ ଛାଡ଼ ଅଛି ।
୩ୟ ପାଞ୍ଜି ମତେ, -ବସନ୍ତ କେଶରୀ ଭୋଗକଲେ ବ୨-ସ୬୬୨ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ, -ଗନ୍ଧର୍ବ କେଶରୀ-ଭୋଗକଲେ ବ୧୭ । ୭। ୯ ଦିନ ।
୩ୟ ପାଞ୍ଜି ମତେ, -ଗନ୍ଧର୍ବ କେଶରୀ ଭୋଗକଲେ ବ୧୪-ସ୬୭୬ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ, -ଜନ୍ମେଜୟ କେଶରୀ ଭୋଗକଲେ ବ୧୪-ସ୬୭୬ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ, -ଏ ଭୋଗଗଲେ ବ୯-ସ ୬୮୫ କାବ୍ଦ ପର୍ଯ୍ୟନ୍ତ ।
୨ୟ ପାଞ୍ଜି ମତେ, -ଭରଥ କେଶରୀଙ୍କ ପୂର୍ବେ ୨ ଜଣ ରାଜାଙ୍କ ଛଲ୍ଲେଖ ଅଛି ।
କୃଷ୍ଣକେଶରୀ ରାଜା ରାଜ୍ୟ କଲେ । ଏ ରାଜା ଚଣ୍ଡେସରଙ୍କ ଦେଉଳ ତୋଳାଇ ବେଢା କଲେ । ତତ୍ପରେ ଗଣ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ବିଦ୍ୟାବନ୍ତ ହୋଇଲେ । ଏ ରାଜା ଭୋଗକଲେ ଅ୧୦ଙ୍କକୁ ବ ୮ ।
୧ମ ପାଞ୍ଜି ମତେ, -ଭରଥ କେଶରୀ ଭୋଗକଲେ ବ ୨୫।୬।୨ ଦିନ ।
୨ୟ ପାଞ୍ଜି ମତେ, -ଭରଥ କେଶରୀ ବହୁତ ଅଧର୍ମ କଲେ । ଏ ରାଜା ଭୋଗକଲେ ଅ ୧୮ଙ୍କକୁ ବ ୧୫ ।
୩ୟ ପାଞ୍ଜି ମତେ, -ଏ ଭୋଗକଲେ ବ୧୫-ସ ୭୦୦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ, -କବି କେଶରୀ ଭୋଗକଲେ ବ ୨୭।୧୦।୧ ।
୨ୟ ପାଞ୍ଜି ମତେ, -ଏ ରାଜା ବହୁତ ପାଠସାଠ କଲେ । ଏ ରଜା ଭୋଗକଲେ ଅ ୧୪ଙ୍କକୁ ବ ୧୨ ।
୩ୟ ପାଞ୍ଜି ମତେ, - ଏ ଭୋଗକଲେ ବ ୧୪-ସ ୭୯୪ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ, -ଏ ଉତ୍ତାରୁ କାମ (କାମକ) କେଶରୀ ଭୋଗକଲେ ବ ୨୪ ମା ୮/୨ ଦିନ ।
୨ୟ ପାଞ୍ଜି ମତେ, -ଏ ରାଜା କାମରେ ଉନ୍ନତ୍ତହେଲେ । ଏ ରାଜା ଭୋଗକଲେ ଅ୧୯ଙ୍କକୁ ବ ୧୬ ।
୩ୟ ପାଞ୍ଜି ମତେ-ଏ ରାଜା ବ ୧୯ ରାଜ୍ୟକଲେ ସ ୭୩୩ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ-ଏ ଉତ୍ତାରୁ କୋସଳ କେଶରୀ ଭୋଗ କଲେ ବ ୨୫।୦।୧ ଦିନ ।
୨ୟ ପାଞ୍ଜି ମତେ - ଏ ରାଜା ବଡ଼ ଧାମକ ହୋଇଲେ । ମାର୍କଣ୍ଡେସରଙ୍କ ଦେଉଳ ତୋଳାଇଲେ । ଏ ପୋଖରୀ ପଚ୍ଛିମବାହୀ ପଥର ପାଚେରୀ କଲେ ।
୩ୟ ପାଞ୍ଜି ମତେ-ଏ ବ ୧୮ ଭୋଗ କଲେ ସ ୭୫୧ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ-ଏ ଉତ୍ତାରୁ ଚଣ୍ଡ କେଶରୀ ଭୋଗ କଲେ ବ ୧୭।୬।୮ ଦିନ ।
୨ୟ ପାଞ୍ଜି ମତେ-ଏ ରାଜା ଚଣ୍ଡେସରଙ୍କ ଦେଉଳ ତୋଳାଇଲେ । ଏ ରାଜା ବଡ଼ ସର୍ବଗ୍ୟଁ ହୋଇଲେ । ଏ ରାଜା ଭୋଗ କଲେ ଅ ୧୪ଙ୍କକୁ ବ ୧୨ ।
୩ୟ ପାଞ୍ଜି ମତେ-ଏ ରାଜା ବ ୧୭ ଭୋଗ କଲେ ସ ୭୬୮ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ-ପ୍ରଚଣ୍ଡ କେଶରୀ ଭୋଗ କଲେ ବ ୧୫।୨।୭ ଦିନ ।
୨ୟ ପାଞ୍ଜି ମତେ-ଏ ରାଜା ବଡ଼ ପ୍ରତାପୀ ହୋଇଲେ । ଏ ରାଜା ତୋଟା ଗୋପୀନାଥଙ୍କ ଦେଉଳ ତୋଳାଇଲେ । ଏ ରାଜା ଭୋଗ କଲେ ଅ ୧୮ ଙ୍କକୁ ବ ୧୫ ।
୩ୟ ପାଞ୍ଜି ମତେ- ଏ ରାଜା ବ ୧୯ ରାଜ୍ୟ କଲେ ସ ୭୮୭ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ, - ଉତ୍ତାରୁ ଧ୍ରୁବ ବା ଧ୍ରୁମ କେଶରୀ ଭୋଗକଲେ ବ ୨୭।୬।୪ ।
୨ୟ ପାଞ୍ଜି ମତେ, -ଏ ରାଜା ବଡ଼ ଦାନୀ । ଅଷ୍ଟ ଅବଧାନୀ ହୋଇଲେ । ଏ ରାଜା କପୋତେସରଙ୍କ ଦେଉଳ ତୋଳାଇଲେ । ଏ ରାଜା ଭୋଗକଲେ ଅ ୨୮ ଙ୍କକୁ ବ ୨୨ ।
୩ୟ ପାଞ୍ଜି ମତେ, -ପ୍ରଚଣ୍ଡ କେଶରୀଙ୍କ ପରେ ଅମୃତ କେଶରୀ ରାଜ୍ୟ କଲେ । ବ ୧୦କୁ ସ ୭୯୭ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ, -ଏଥି ଉତ୍ତାରୁ ବିଜୟ କେଶରୀ ଭୋଗ କଲେ ୨୨।୩।୧୮ ଦିନ ।
୨ୟ ପାଞ୍ଜି ମତେ, -ଉତ୍ତାରୁ ବିଜୟ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ସୁରବନ୍ତ ଦୟାଳୁ । ଏ ରାଜା ଅର୍କବଟଠାରେ ଜପ କଲେ । କଣାରେଖାଠାରେ ମଣ୍ଡପ କଲେ । ଏ ରାଜା ଭୋଗ କଲେ ଅ ୧୨ ଙ୍କକୁ ୧୦ ବରସ ।
୩ୟ ପାଞ୍ଜି ମତେ, -ବିଜୟ କେଶରୀ ରାଜା ରାଜ୍ୟ କଲେ ବ ୧୫ ସ ୮୧୨ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ, -ଚଣ୍ଡପାଳ କେଶରୀ ଭୋଗକଲେ ବ ୧୮।୩।୨ ଦିନ ।
୨ୟ ପାଞ୍ଜି ମତେ, - ଏଥି ଉତ୍ତାରୁ ଚଣ୍ଡପାଳ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ଧର୍ମସୀଳ । ଏ ରାଜା ଭୋଗକଲେ ଅ୧୪ ଙ୍କକୁ ବ ୧୨ ।
୩ୟ ପାଞ୍ଜି ମତେ, -ଚଣ୍ଡପାଳ କେଶରୀ ବ ୧୪-ସ୮୨୬ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜିମତେ, -ମଧୁସୂଦନ କେଶରୀ ବ ୧୨ ।୪।୭ ଦିନ ।
୨ୟ ପାଞ୍ଜି ମତେ, -ମଧୁସୂଦନ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ଦୁସ୍ଟ ଆଚରଣ କଲେ । ଭଳ ଭଳ ଲୋକଙ୍କୁ ନାସ କଲେ-। ଏ ରାଜା ଭୋଗକଲେ ଅ୧୨ଙ୍କ କୁ ବ ୧୦ ।
୩ୟ ପାଞ୍ଜି ମତେ, -ମଧୁସୂଦନ କେଶରୀ ବ ୧୬-ସ ୪୮୨ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ, -ଧର୍ମ କେଶରୀ ଭୋଗକଲେ ବ ୨୭।୭।୭ ଦିନ ।
୨ୟ ପାଞ୍ଜି ମତେ, -ଧର୍ମ କେଶରୀ ରାଜା ବଡ଼ ଧାର୍ମିକ, ବିଦ୍ୟାବନ୍ତ । ଏ ରାଜା ଭୋଗକଲେ ଅ ୧୩ ଙ୍କକୁ ବ ୧୯ ।
୩ୟ ପାଞ୍ଜି ମତେ, -ମଧୁସୂଦନ କେଶରୀଙ୍କ ପରେ ଭୌମ କେଶରୀ । ଏ ରାଜା ଭୋଗକଲେ ବ ୧୦ କୁ ସ୮୫୨ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ, -ଧର୍ମ କେଶରୀଙ୍କ ପରେ ଜୟ କେଶରୀ । ଏ ଭୋଗକଲେ ବ ୩୦।୩।୩ ।
୨ୟ ପାଞ୍ଜି ମତେ-ନୃପ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ବୈଷ୍ଣବ ଆଚରଣ କଲେ । ଏ ରାଜା ବଡ଼ଦେଉଳ ଆଗେ ନାରାୟଣୀଙ୍କ ଦେଉଳ ତୋଳାଇଲେ । ମହାପ୍ରଭୁଙ୍କର ବହୁତ ଯାତ୍ରା ପର୍ବ କଲେ । ଏ ରାଜା ଭୋଗକଲେ ଅ ୨୨ ଙ୍କକୁ ବ ୧୪ ।
୩ୟ ପାଞ୍ଜି ମତେ, -ଭୌମ କେଶରୀଙ୍କ ପରେ ଜୟ କେଶରୀ ରାଜ୍ୟ କଲେ ବ ୧୧ କୁ ସ ୮୨୩ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ, -ନୃପ କେଶରୀ ଭୋଗ କଲେ ବ ୧୯।୭।୧୨ ଦିନ ।
୨ୟ ପାଞ୍ଜି ମତେ, -ନୃପ କେଶରୀଙ୍କ ପରେ ଜୟ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ଜମିଦାରମାନଙ୍କ ସଙ୍ଗେ ବହୁତ ଦ୍ୱନ୍ଦ କଲେ । ଏ ରାଜା ଚଉଦ୍ୱାରେ ନଅର କଲେ । ଏ ରାଜା ଭୋଗକଲେ ଅ୯ଙ୍କ କୁ ବ ୭ ବର୍ଷ ।
୩ୟ ପାଞ୍ଜି ମତେ, -ନୃପ କେଶରୀ ଭୋଗକଲେ ବ ୧୬କୁ ସକାବ୍ଦ ୮୭୫ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ, -ମକର (ବା ମର୍କତ) କେଶରୀ ଭୋଗ କଲେ ବ ୫।୨।୧୪ ଦିନ ।
୨ୟ ପାଞ୍ଜି ମତେ, -ଏ ଉତ୍ତାରୁ ମର୍କତ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ମହାନଦୀ ଭିତରେ ବାରବାଟି କିଲା କଲେ । ଏ ରାଜା ବାରବାଟି ଦ୍ୱାରେ କଟକଚଣ୍ଡୀ କଲେ । ଆଗେ ବଜାର ବସାଇଲେ । ଏ ରାଜା ଭୋଗକଲେ ଅ ୮ ଙ୍କକୁ ବ ୬ର୍ଷ ।
୩ୟ ପାଞ୍ଜି ମତେ, -ବ୧୪-ସ୮୮୯ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ-ତ୍ରିପୁର କେଶରୀ ଭୋଗ କଲେ ବ ୧୮।୩।୩ ଦିନ ।
ଞ୍ଚ ୨ୟ ପାଞ୍ଜି ମତେ-
୩ୟ ପାଞ୍ଜି ମତେ, -ତ୍ରିପୁର କେଶରୀ ଭୋଗ କଲେ ବ ୧୦ ସ ୮୯୯ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ- ମାଧବ କେଶରୀ ଭୋଗ କଲେ ବ୧୪ମା ୮ ସ ଦି ୧୨ନ ।
୩ୟ ପାଞ୍ଜି ମତେ-ଏ ଭୋଗ କଲେ ବ ୧୨-ସ୧୧ କାବ୍ଦ ।
୨ୟ ପାଞ୍ଜି ମତେ-ତ୍ରିପୁର ଓ ମାଧବ କେଶରୀଙ୍କ ସ୍ଥାନରେ ମଦନ କେଶରୀ ରାଜ ରାଜ୍ୟ କଲେ । ଏ ରାଜା ମହାନଦୀ ଭିତରେ ଧବଳେଶ୍ୱରଙ୍କ ଦେଉଳ ତୋଳାଇଲେ । ଏ ଭୋଗ କଲେ ଅ ୨୧ଙ୍କକୁ ବ-
୧ମ ପାଞ୍ଜି ମତେ, -ଗୋବିନ୍ଦ କେଶରୀ ଭୋଗ କଲେ ବ ୮।୯।୧୮ ଦିନ ।
୨ୟ ପାଞ୍ଜି ମତେ-ଗୋବିନ୍ଦ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ସେତଗଙ୍ଗା ଚାରିପାଖରେ ପାବଚ୍ଛ କରି ପାଚେରୀ କଲେ । ଏଥିରେ ମଚ୍ଛମାଧବ ଦେଉଳ କଲେ । ସେତ
ମାଧମ ଦେଉଳ କଲେ ଏ ରାଜାଙ୍କୁ ଗଙ୍ଗା ପ୍ରସନ୍ନ ହେଲେ । ଏ ରାଜା ଭୋଗ କଲେ ଅ ୯ଙ୍କ କୁ ବ ୭ ରସ ।
୩ୟ ପାଞ୍ଜି ମତେ-ଏ ଭୋଗ କଲେ ବ ୧୦ ରସ ସ ୯୨୧ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ-ନୃତ୍ୟ କେଶରୀ ଭୋଗକଲେ ବ ୧୪।୨।୧୫ ଦିନ ।
* ୨ୟ ପାଞ୍ଜି ମତେ ମର୍କତ କେଶରୀଙ୍କ ପରେ ଘଟ କେଶରୀଙ୍କ ରାଜା ରାଜ୍ୟ କଲେ । ଏ କଟକରେ (ଲାଲବାଗ) କଚେରୀ କଲେ । ଏ ରାଜାଙ୍କ ସଳା ନବଘନ ସିଂଘ ରାଏ ରାଜାଙ୍କୁ କହିଲେ । “ବଡ଼ କୀତ୍ତିୀକଲ” ତହିଁକି ରାଜା କହିଲେ ତୁମ୍ଭେ କିଛି କୀର୍ତ୍ତି କର । ତହିଁକି ସେ କହିଲେ ତୁମ୍ଭ ଶ୍ରୀନବରୁ କିଛି ଟଙ୍କା ଦେଲେ ମୁଁ କୀର୍ତ୍ତି କରନ୍ତି” ତହିଁକି ରାଜା ସନମତ କଲେ । ରାଜା ଟଙ୍କା ଦେଲେ । ସେଠାରୁ ନବଘନ ସିଂଘେ ଏ ଟଙ୍କା ନେଇ ପର୍ବତ ଉପରେ ଦେଉଳ ତୋଳାଇଲେ । ତହୁଁ କିଛିଦିନ ଗଲା ଉତ୍ତାରୁ ରାଜା କହିଲେ ତୁମ୍ଭ କୀର୍ତ୍ତି ଦେଖାଅ । ସେଠାରୁ ରାଜାଙ୍କୁ ସେ କୀର୍ତ୍ତି ଦେଖାଇଲେ । ରାଜା ଦେଖିଲେ ପର୍ବତ ଉପରେ ଦେଉଳ ତୋଳା ହୋଇଛି । ତହିଁକି ରାଜା “ଗାଣ୍ଡିଆଭଣ୍ଡ” ବୋଲି ପଦ ଦେଲେ । ସେଦିନୁ “ଗାଣ୍ଡିଆଭଣ୍ଡ” ବୋଲି ପର୍ବତ ବୋଲାଇଲା । ସେଠାରୁ ନବଘନ ସିଂଘେ ବଡ଼ ସଙ୍କୋଚ ପାଇଲେ । କଟକ ଦୁଇବାହି ମହାନଦୀତଡ଼ା ପଥର ବନ୍ଧାଇଲେ । ସେ ଧୋଇ ନ ଯିବ ବୋଲି ତାହା ରାଜା ଦେଖି ବଡ଼ ହୃଷ୍ଟ ହେଲେ । ଏ ରାଜା ଭୋଗ କଲେ ଅ ୧୨ ଙ୍କ କୁ ବ-
୨ୟ ପାଞ୍ଜି ମତେ-ଗୋବିନ୍ଦ କେଶରୀଙ୍କ ପରେ ଅନଙ୍ଗ କେଶରୀ ରାଜା ରାଜ୍ୟ କଲେ । ଏ କପାଳମୋଚନଙ୍କ ଦେଉଳ ତୋଳାଇଲେ । ଏ ଭୋଗକଲେ ଅ ୮ ଙ୍କକୁ ବ ୬ ।
୩ୟ ପାଞ୍ଜି ମତେ- ନୃତ୍ୟ କେଶରୀ ରାଜା ଭୋଗକଲେ ବ ୧୪ ରସକ ସ ୯୩୫ କାବ୍ଦ-।
୧ମ ପାଞ୍ଜି ମତେ- ନରସିଂହ କେଶରୀ ଭୋଗକଲେ ବ ୧୨।୬।୧୮ ଦିନ ।
୨ୟ ପାଞ୍ଜି ମତେ- ନରସିଂହ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ମହାପ୍ରଭୁଙ୍କଠାରେ ବଡ଼ ଭକ୍ତି କଲେ । ବହୁତ ଭୋଗ କଲେ । ବହୁତ ଅଳଙ୍କାର କଲେ । ପରଜାଙ୍କୁ ପୁତ୍ରସମ କରି ପାଳିଲେ ।
୩ୟ ପାଞ୍ଜି ମତେ- ନରସିଂହ କେଶରୀ ଭୋଗ କଲେ ବ ୧୧ ରସକୁ ସ ୯୪୬ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ- କୃମ କେଶରୀ ଭୋଗକଲେ ବ ୧୮।୪।୧୮ ଦିନ ।
୨ୟ ପାଞ୍ଜି ମତେ- ନରସିଂହ କେଶରୀଙ୍କ ପରେ ରାମ କେଶରୀ ରାଜା ରାଜଞ କଲେ । ଏ ରାଜା ବଡ଼ ପ୍ରତାପୀ ହୋଇଲେ ବାଲିଅନ୍ତଠାରେ ପଥର କବାଟ କଲେ । ଏ ଭୋଗକଲେ ଅ ୮ ଙ୍କକୁ ବ ୬ ।
୧ମ ପାଞ୍ଜି ମତେ- ରାମ କେଶରୀଙ୍କ ପରେ ଓ ମଚ୍ଛ କେଶରୀଙ୍କ ପୂର୍ବେ ଗୋକର୍ଣ୍ଣକେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ କୃପଣ ପଣ କଲେ । ପରଜାଙ୍କୁ ତଣ୍ଡିଲେ ।
ଏ ରାଜା ଭୋଗ କଲେ ଅ ୧୮ଙ୍କକୁ ୧୫ ବରସ ।
୨ୟ ପାଞ୍ଜି ମତେ- କୃମ କେଶରୀ ଭୋଗ କଲେ ୧୦ ବରସ ସ୯୫୬ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ- ମଚ୍ଛ କେଶରୀ ଭୋଗକଲେ ବ ୧୭।୯।୨୩ ଦିନ ।
୨ୟ ପାଞ୍ଜି ମତେ- ଗୋକର୍ଣ୍ଣ କେଶରୀଙ୍କ ପରେ ଓ ବରାହ କେଶରୀଙ୍କ ପୂର୍ବେ ମଚ୍ଛ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବାରିହାନାଥଙ୍କ ଦେଉଳ ତୋଳାଇଲେ । ଏ ରାଜା ଭୋଗ କଲେ ଅ ୧୦ଙ୍କକୁ ବ ୮ ରସ ।
୩ୟ ପାଞ୍ଜି ମତେ- ମଚ୍ଛ କେଶରୀ ଭୋଗ କଲେ ବ ୧୬ରସକୁ- ସ ୯୭୨ କାବ୍ଦ ପର୍ଯ୍ୟନ୍ତ । ଏ ରାଜ ଗଙ୍ଗୁଆ ନଦୀରେ ଅଠରନଳା କଲେ ।
୧ମ ପାଞ୍ଜି ମତେ- ବରାହ କେଶରୀ ଭୋଗ କଲେ ବ ୨୧।୮।୧୪ ଦିନ ।
୨ୟ ପାଞ୍ଜି ମତେ- ବରାହ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ପୋଖରୀ ଖୋଳାଇଥିଲେ । ଗଙ୍ଗୁଆ ନଦୀରେ ଅଠରନଳା ବସାଇଲେ । ଏ ରାଜା ସାଡ଼ଙ୍ଗ (ସାରଙ୍ଗ) ଗଡ଼ କଲେ । ଏ ଗଡ଼ ପଥର କାନ୍ଥ କରି କାଙ୍ଗୁଲା ବସାଇଲେ ଚାରିପାଖେ ନାଳୀ ଖୋଳାଇଲେ । ବହୁତ କୂଅ ଏ ଗଡ଼େ ଖୋଳାଇଲେ । ଏ ରାଜା ଭୋଗକଲେ ଅ ୧୭ଙ୍କକୁ ବ ୧୪-
୩ୟ ପାଞ୍ଜି ମତେ- ଏ ରାଜା ଭୋଗ କଲେ ବ ୧୫ ରସ- ସ ୯୮୭ କାବ୍ଦ ।
୧ମ ପାଞ୍ଜି ମତେ- ବାମନ କେଶରୀ ଭୋଗକଲେ ବ ୧୩।୨।୧୭ ଦିନ ।
୨ୟ ପାଞ୍ଜି ମତେ- ବରାହ କେଶରୀଙ୍କ ପରେ ଓ ଚନ୍ଦ୍ର କେଶରୀଙ୍କ ପୂର୍ବେ ରାଜ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ଭୂମି ମା ୧ଣକୁ କର କା ୧ ହାଣ ଲେଖାଏଁ ନେଲେ । ଏ ରାଜା ଭୋଗକଲେ ଅ ୧୯ଙ୍କକୁ ବ ୧୭ ରସ ।
୩ୟ ପାଞ୍ଜି ମତେ- ବାମନ କେଶରୀ ଭୋଗ କଲେ ବ ୧୩ ରସକୁ ସ ୧୦୦୦ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ- ପରସୁ କେଶରୀ ଭୋଗକଲେ ବ ୨ ରସ ମା ୩ ସ ଦି୧୧ନ ।
୨ୟ ପାଞ୍ଜି ମତେ- ରାଜ କେଶରୀଙ୍କ ପରେ ଚନ୍ଦ୍ର କେଶରୀ ରାଜା ରାଜ୍ୟ କଲେ । ଏ ରାଜା ଶାସ୍ତ୍ର ବାହାର କରି ଅଷ୍ଟଚଣ୍ଡୀଙ୍କ ଦେଉଳ ତୋଳାଇଲେ । ଏ ରାଜା ଭୋଗକଲେ ଅ ୮ଙ୍କକୁ ବ ୬ ରସ ।
୩ୟ ପାଞ୍ଜି ମତେ- ପରସୁ କେଶରୀ ଭୋଗକଲେ ବ ୨ ରସ-ସ ୧୦୦୨ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ- ଚନ୍ଦ୍ର କେଶରୀ ଭୋଗକଲେ ବ ୧୫।୮ ମାସ ।
୩ୟ ପାଞ୍ଜି ମତେ- ଚନ୍ଦ୍ର କେଶରୀ ଭୋଗ କଲେ ବ ୧୨ ରସ ସ ୧୦୧୪ କାବ୍ଦ ।
୧ମ ପାଞ୍ଜି ମତେ- ଚନ୍ଦ୍ର କେଶରୀଙ୍କ ପରେ ସୁଜନ କେଶରୀ ରାଜା ଭୋଗ କଲେ ବ ୮।୧୦ ମାସ ।
୨ୟ ପାଞ୍ଜି ମତେ- ଚନ୍ଦ୍ର କେଶରୀଙ୍କ ପରେ ଯଦୁ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ଗଙ୍ଗାକୂଳେ ତୁଳସୀପୁର ଶାସନ କଲେ । ଏଠାରେ କୋଟରମା ଗଡ଼ ବାନ୍ଧିଲେ । ଏ ଭୋଗ କଲେ ଅ ୧୦ ଙ୍କକୁ ବ ୮ ରସ ।
୩ୟ ପାଞ୍ଜି ମତେ- ସୁଜନ କେଶରୀ ଭୋଗକଲେ ବ ୭ ରସ- ସ ୧୦୨୧ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ-ମାଳତୀ କେଶରୀ ଭୋଗ କଲେ ବ ୯।୮।୧୦ ଦିନ ।
୨ୟ ପାଞ୍ଜି ମତେ-ଯଦୁ କେଶରୀଙ୍କ ପରେ ଭୁବନ କେଶରୀ ରାଜ ରାଜ୍ୟ କଲେ । ଏ ମହାରାଜ ବଡ଼ ପ୍ରତାପୀ, ବୀର, ଶୂର । ସୁନୁପୁର, ସମଲପୁର ମାରି ସମଲାଇଙ୍କ ଦେଉଳ ତୋଳାଇଲେ । ଏ ରାଜା ଭୋଗ କଲେ-
୩ୟ ପାଞ୍ଜି ମତେ-ମାଳତୀ କେଶରୀ ଭୋଗ କଲେ ବ ୫ ରସ-ସ ୧୦୨୬ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ-ଏ ଉତ୍ତାରୁ ପୁରଞ୍ଜୟ କେଶରୀ ରାଜା ରାଜ୍ୟ କଲେ ବ ୩।୯।୫ ଦିନ, ଏ ରାଜାଙ୍କ ଅମଳେ ଈଶ୍ୱର ପାର୍ବତୀ ଏକାମ୍ବର ବନର ଏ ସ୍ଥାନରେ ମନୁଷ୍ୟ ହୋଇ ଜନ୍ମ ହୋଇଲେ-।
୨ୟ ପାଞ୍ଜି ମତେ-ଭୁବନ କେଶରୀଙ୍କ ପରେ ଭୀମ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ଦେବୀ ଉପାସକ । ମାରକଣ୍ଡସର ପୂର୍ବ ବାହିରେ ସାତ ଭଉଣୀକୁ ବସାଇଲେ । ଏ ରାଜା ଭୋଗ କଲେ ଅ୧୦ ଙ୍କକୁ ବ ୮-
୩ୟ ପାଞ୍ଜି ମତେ-ଏ ରାଜା ପୂରଂଜୟ କେଶରୀ ଭୋଗ କଲେ ବ୩-ସ ୧୦୨୯ କାବ୍ଦ ପର୍ଯନ୍ତ ।
୧ମ ପାଞ୍ଜି ମତେ-ଏ ଉତ୍ତାରୁ ବସୁକଳ୍ପ କେଶରୀ ମହାରାଜା । ଏହାଙ୍କ ଭାର୍ଯ୍ୟା ତୁଳାବତୀ ରାଣୀ । ଏ କୃତ୍ତିବାସଙ୍କ ଦେଉଳ ପୂର୍ବପେଟୋଳ ବଇସମ ହୋଇ ପଡ଼ିଲାକୁ ଏ ଭଙ୍ଗାଇ ତୋଳାଇଲେ । ଏ ରାଜା ଭୋଗ କଲେ ବ୧୨।୭।୧୯ ଦିନ ।
୨ୟ ପାଞ୍ଜି ମତେ-ଭୀମ କେଶରୀଙ୍କ ପରେ ଲକ୍ଷଣ କେଶରୀ ରାଜା ରାଜ୍ୟ କଲେ । ଏ ବେଲେସରଙ୍କ ଦେଉଳ ବେଢା କୂଅ ପୋଖରୀ କଲେ । ଏ ରାଜା ଭୋଗ କଲେ ଅ୯ଙ୍କକୁ ବ ୭ ରସ ।
୩ୟ ପାଞ୍ଜି ମତେ-ଏ ବସୁକଳ୍ପ କେଶରୀ ରାଜା ଭୋଗ କଲେ ବ୧୨ ରସ ସ-୧୦୪୧ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ-ଏ ଉତ୍ତାରୁ ଇନ୍ଦ୍ର କେଶରୀ ରାଜା ଭୋଗ କଲେ ବ ୩।୨।୫ ଦିନ । ଏ କେଦାରେସର ଦେବଙ୍କୁ ଉପାସନା କରି ସନ୍ୟାସ ହେଲେ ।
୨ୟ ପାଞ୍ଜି ମତେ-ଲକ୍ଷଣ କେଶରୀଙ୍କ ପରେ ଘଟ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ବିନ୍ଧାଣୀ ବହୁତ କାମରେ ଦୃଷ୍ଟି ଦେଲେ । ଏ ବିମ୍ବଳା ବାହାରେ ସାସ୍ତ୍ର ବାହାର କରି ରୋହିଣୀ କୁଣ୍ଡ କଲେ । ବଟେସରଙ୍କ ଦେଉଳ କଲେ । ଏ ଭୋଗକଲେ ଅ ୭ଙ୍କକୁ ବ ୫ ରସ ।
୩ୟ ପାଞ୍ଜି ମତେ-ଏ ରାଜା ଇନ୍ଦ୍ର କେଶରୀ ଭୋଗ କଲେ ବ ୪ ରସ-ସ ୧୦୪୫ କାବ୍ଦ-। ଏ ରାଜ କେଦାରେସର-ଦେବଙ୍କୁ ଉପାସନା କଲେ ସନ୍ୟାସ ହୋଇଲେ-।
୨ୟ ପାଞ୍ଜି ମତେ-ଘଟ କେଶରୀଙ୍କ ପରେ ଧ୍ରୁବ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ଈସାନେସରଙ୍କ ଦେଉଳ ତୋଳାଇଲେ ଏଥି ଉତ୍ତର ପାଖରେ ମୁଗୁନି ପଥର ଅଣାଇ ମଣ୍ଡପ କଲେ । ବ୍ରାହ୍ମଣ ବ୍ରହ୍ମଚାରୀ ସନ୍ୟାସୀ ଅନୁଷ୍ଠାନ କରିବାକୁ ସ୍ଥାନ କଲେ । ଏ ଉତ୍ତାରେ ବସନ୍ତ କେଶରୀ ରାଜା ରାଜ୍ୟ କଲେ । ଏ ରାଜାଙ୍କ ଦେହକେ ବାସୁଦେବ ବାହନପତିଙ୍କ ସଙ୍ଗେ... କରିପାରୁ । ଏଥିକି ରାଜା ବାହନପତିଙ୍କି ସଭାରୁ ଉଠାଇ ଦେଲେ । ସେଠାରୁ ବାହନପତି ଯାଇ ଅନୁଷ୍ଠାନ କରି ବର ପାଇ ଦକ୍ଷିଣକୁ ଗଲେ । ସେଠାରୁ ଚୁଡ଼ଗଙ୍ଗଙ୍କୁ ଆଣିଲେ । ଏ କଟକ ମାଡ଼ି ବସିଲା । ବସନ୍ତ କେଶରୀ ରାଜା ରାଜ୍ୟ ଛାଡ଼ି ଗଲେ । ଏ ରାଜା ଭୋଗ କଲେ ଅ ୩ଙ୍କକୁ ୨ ବରସ । ଗାଏ କେଶରୀ ରାଜା ୪୪ ପାଟକୁ ଭୋଗକଲେ ୬୦୦ ବରସ ।