ବିଶ୍ୱାସରେ ବତୁରୁଛି ତାଲାବନ୍ଦର ଦିନ
ନିଃଶ୍ୱାସରେ ବଞ୍ôଚଛି
କହନାହିଁ ମତେ
ଜ୍ୱଳନ ମୋ ସର୍ବାଙ୍ଗ ଶରୀରରେ
ତଥାପି ଜିଇଁଛି
ପ୍ରେମରେ ଜଳୁଛି ନିଆଁ
ସହର ଜଳୁଛି
କରୋନା ଜଳାଉଛି
ଯେତିକି ସମ୍ପର୍କ
ପୋଡ଼ି ପାଉଁଶ ହେଇଚି
ଅଧାଜଳା ମନ ମୋର
ସ୍ୱପ୍ନ ସବୁକୁ ସାଉଁଟିବାକୁ ଯାଇ
ସ୍ମୃତି ସହ ସ୍ୱପ୍ନକୁ ମୋ
ଜଳାଇ ଦେଇଛି
ପୋଡ଼ା ବସନ୍ତ ସାଥିରେ
ମୋ ପ୍ରିୟ ‘ୁଲ ସହ
ମୁଁ ନିଜକୁ ପୋଡ଼ୁଚି
ଖାଲି ନିଃଶ୍ୱାସରେ ବଞ୍ଚିଛି
ଜଳନ୍ତା ଜୀବନ ନେଇ
ମୁଁ ଯାହା
ଡହଳ ବିକଳ ହେଉଛି....
ମୋ : ୯୪୩୭୭୨୮୪୭୫