You can write and publish your own articles here.
Please download the app to get started.

Download App


ମାଟିକୁ କରିବା ଓଦା

ପରମା ନାଏକ

ଚାଳ ଛପର 

ମାଟି କାନ୍ଥର ଘର

ଆଉ କେତେ ଦିନ ସମ୍ଭାଳି ପାରିବ କୁହ

ଗଜା ମରୁଡ଼ି ପରି

ଦାନା ବାନ୍ଧିଥିବା ଭୋକ, ମହାମାରୀ

ଘୃଣା, ନିର୍ଯ୍ୟାତନା

ବର୍ବରତା ଓ 

ନ୍ୟାୟିକ ତତ୍ତ୍ୱାବଧାନରେ

ପାରିତ କରୁଥିବା

ମୁଷ୍ଟିମେୟ ବୈମାତୃକ

ଚତୁର୍ଥ ଶ୍ରେଣୀର ଆଖ୍ୟାରେ ମଣ୍ଡିତ

ଐତିହ୍ୟ ଘୋଷଣାନାମାକୁ । ।

ଆସରେ ମୋର  ମୂଲନିବାସୀ ଭାଇ ମାନେ 

ରକତ ଛିଞ୍ଚି ମାଟିକୁ କରିବା ଓଦା

‘ଳାଇଦେବା 

ଭାଇଚାରା ଜାତୀୟତାର

ମାଣ ମାଣ ‘ସଲ 

ସ୍ନେହ, ପ୍ରେମ, ଶ୍ରଦ୍ଧା  ।


ତୁମର ମନେ ଅଛି କି ନାହିଁ 

ଏ ଦେଶ ଗଢ଼ିଥିଲେ

ଆମର ପୂର୍ବ ପୁରୁଷ 

 ପୁନଃ ଗଢ଼ିବା ଆସ

ନଚେତ  ଜାତି କୁଟୁମ୍ବେ ଲାଗିବ ଦୋଷ ।

ଲାଲ ସର ସର ଘା’

‘ଫୁଟି ଆଁ କରିଛି 

ତୁମର ଯୋଡ଼ା ପାଦ 

ଉଖାଡି ‘ିଙ୍ଗ ସରିଯାଇଥିବା 

ଦରଦୀ ଚମଡା ଟିକିଏ ଦାନ୍ତ ଚାବି ।

ହେଇ ଦେଖ..!

ରାଷ୍ଟ୍ର  ଆଖିରେ ଲୁହ

ମାଲିକ ପାଟିରେ ନିଆଁ

ବାପ ଦେହରେ ପ୍ରଚଣ୍ଡ ଖରା ଓ

ବିଦ୍ରୋହୀର ଅସହ୍ୟ ତାପ

ମା’ର ସୁଟକେସ୍ ଗାଡ଼ିରେ

କୋମଳମତି ପିଲାର ରଙ୍ଗୀନ ସ୍ୱପ୍ନ । ।


 ତୁମେ ପାଲଟି ଯାଇଛ

ଗୋଟେ ଅନାବଶ୍ୟକ ବସ୍ତୁ ।

କଣ୍ଟେନରରେ ବୁହା ଯାଅ

କଖାରୁ ପରି ସହର ରୁ ଗାଁ ।

ଆଚମନ କର ରାସ୍ତାକଡ଼ରେ

ଲାତ୍ ଘୁସା ବେତ ପାହାର 

ଜୀବନ ବିକଳେ କର ଚିତ୍କାର

ଏମିତିରେ  ବି ଅଛି ଚାଲିବାର

ଆଉ ମାଇଲ୍ ମାଇଲ୍ ବାଟ

ବାଟ କୁ ଡର ନି 

ପାଦ ବଢାଅ 

ଏ ବାଟ ହିଁ ତ ଦିନେ କଢେଇ ନେଇଥିଲା 

ଆମର ଗନ୍ତବ୍ୟ ଜାଗାକୁ । ।


ତାରାପଦର, ତଳ ଆମପଦର, ଥୁ.ରାମପୁର

କଳାହାଣ୍ଡି, ମୋ: ୭୦୦୮୫୪୮୩୯୧.


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App