ଆଲୁଅ କମ୍‌

ଡ. ଅସୀମା ସାହୁ

ଆ’..........ଆଗେଇବା

ଅନ୍ଧାର ଭିତରେ

ତରତର ହେବା


ହାତ

ବୁଲେଇଲେ କାନ୍ଥ

ପାଦ ବଢ଼େଇଲେ

କଣ୍ଟା


ପଛରେ ପଥର

ଆଗରେ ନିଆଁ

ତଥାପି

ଆଗେଇବା


ଜଳିବାର 

ମଜା ଅଲଗା


ଡର କ’ଣ

ତା’ପରେ ତ 

ନିଆଁ ହୋଇଯିବା


ଆ’

ଏଠି 

ଆଲୁଅ କମ୍‌

ଆଲୁଅ ଦେଖେଇବା 


Reader Reviews

No reviews yet. Be the first to write one!