ନିବେଦିତା କର
ତୁମ ବିନା
କିଛି ତ ଫରକ୍ ପଡେନା
ଟିକ୍ ଟିକ୍ କରି
ସମୟ ତା ବାଟରେ ଚାଲେ
କ୍ୟାଲେଣ୍ଡର ର ପୃଷ୍ଠା
ବି ଓଲଟେ
ବର୍ଷା, ଶୀତ, ବସନ୍ତ
ଯା ଆସ କରନ୍ତି ଆଗଭଳି ।
ମେଘ ଚମକରେ
ଛନ୍ଦ ତୋଳେ ମୟୁରୀ
ଆମ୍ବ ବଉଳର ବାସ୍ନା ସାଂଗେ
କୋଇଲି କୁହୁ
କରେ ଯୁଗଳ ବନ୍ଦୀ
ଇନ୍ଦ୍ରଧନୁ ବି ଆସର ଜମାଏ
ଦୂର ଆକାଶରେ ।
ଚାରି ପାଖର କୋଳାହଳ
ସଂଗୀତ ଆସର
ଯାନି ଯାତ୍ରା,ସବୁ ଚାଲେ
ତୁମ ବିନା
ମୁଁ ବି
ଉପଭୋଗ କରେ
ହେଲେ,
କାଠ କଣ୍ଢେଇ ପରି । ।
ମାଧିପୁର, ପିପିଲି, ପୁରୀ
ମୋ: ୯୪୩୯୮୭୦୫୧୬
No reviews yet. Be the first to write one!