ଶୂନ୍ୟ ଜୀବନ
ଲିପିନ୍ ରାଉତ
ଦିନେ ଆସିଲା କଳା ହାଣ୍ଡିଆ ମେଘ
ଏ ଜୀବନ ରେ
ଅଦିନିଆ ମେଘ ର ନାଁ ନେଇ
ଭିଜେଇ ଦେଲା ମାଟି କୁ
ଓଦା କଲା ମୋ ଆଖି କୁ,
ଋତୁ ସବୁ
ଫେରିବାକୁ ବାହାରିଛନ୍ତି
ମୋ ଦେହରୁ, ସବୁ ରଙ୍ଗ ନେଇ
ମତେ ରଂଗ ହୀନ କରିବା ରେ ଲାଗିଛନ୍ତି ,
ମୃତ୍ୟୁର କାରିଗର ମାନେ
ଥର ଥର କରି
ସବୁ କିଛି ନେଇ ସାରିଲା ପରେ
ପୁଣି ଜଣେ,
ମୋ ଦୁଆରେ ଦଣ୍ଡାୟମାନ
ମୋ ଶୁଭାକାଂକ୍ଷୀ ର ପରିଚୟ ନେଇ
ମୁଁ ତ ଏବେ ଶୂନ୍ୟ,
ଜଣେ ଆୟୁଷ ହୀନ ମନୁଷ୍ୟ
କୁହ, କଣ ନେବ ଆଉ
କିଛି ନାହିଁ ମୋ ପାଖରେ
ଖାଲି ଯାହା,
ଏ ମୃତ ଶରୀରଟା ଛଡ଼ା
ନେବ ଯଦି ନେଇ ଯାଅ ଜଲଦି
କିଛି କ୍ଷଣ ପରେ ସେ ବି ଆଉ ନଥିବ
ହେଇଯିବ ଆଉ କାହା ଆହାର
ନଚେତ୍
ମିଶି ଯିବ ସଂପୂର୍ଣ୍ଣ ଏ ମାଟି ରେ
ସବୁ ଦିନ ପାଇଁ....ସବୁ ଦିନ ପାଇଁ ।
ମଦନପୁର, କେଉଁଝର, ମୋ ୭୦୦୮୯୮୦୧୯୬