ମାନବିକତାର ତିନୋଟି ଭିନ୍ନ ସ୍କେଚ୍
ଡ. ମୌସୁମୀ ପରିଡା
ଲୋକଟା ସ୍ୱାଭାବିକ ଥିଲା । ତା ଚେହେରାରୁ ବାରି ହେଉନଥିଲା କୌଣସି ଅସ୍ୱାଭାବିକତା । ସାଇକେଲଟାରେ ଟଙ୍ଗେଇଥିଲା ବିଭିନ୍ନ ପ୍ରକାରର ଅଖା ବସ୍ତା ଓ ବ୍ୟାଗ୍ । ବେଶ୍ ମଳି ଧରିଯାଇଥିଲା ସେସବୁ ଠିକ୍ ତାରି ପରି । ପାଦରେ ଥିଲା ହଳେ ମଇଳା ଯୋତା, ଦୁଇଟି ଭିନ୍ନ ରଙ୍ଗର । ତା ସହ କଳା ଓ ମାଟିଅ । ରଙ୍ଗର ମୋଜା ଦିଓଟି..ଯାହା ମୋଡି ହୋଇ ଯୋତା ଉପରକୁ ଝୁଲିରହିଥିଲା । ଲୋଚାକୋଚା ଲୁଙ୍ଗି ଓ ଫୁଲହତା ସାର୍ଟଟାଏ ପିନ୍ଧି ସେ ସନ୍ତର୍ପଣରେ ଚାହୁଁଥିଲା ଏଣେତେଣେ । ହାତରେ ଧରିଥିଲା ଦା’ଟିଏ..! ଛୋଟ ଚିରା ଅଖାବ୍ୟାଗ୍ଗୁଡିକରୁ ବଡ ଅଖାକୁ କିଛି ଜିନିଷ ଅଜାଡି ଏକାଠି କରୁଥିଲା । ପୁଣି ଫାଙ୍କା ବ୍ୟାଗ୍ ଧରି ନିରେଖୁଥିଲା କିଛି । ଦା’ରେ ଏପଟ ସେପଟ କରି ଦେଖୁଥିଲା ପରିତ୍ୟକ୍ତ ସ୍ଥାନ । ସେ ଅସନା ଜିନିଷକୁ ହାତରେ ନଛୁଇଁ କୌଣସି ବାଡି କିମ୍ବା ଦା’ରେ ଛୁଉଁଥିଲା । ଲାଗିଲା ସେ ପ୍ଲାଷ୍ଟିକ୍ ଖୋଜୁଛି, କିଛି ଟିଣ, ଲୁହା ଜିନିଷ ବି..! ମଝିରେ ମଝିରେ ଛନ୍ଛନ୍ ହୋଇ ଚାହୁଁଚି ଏଣେତେଣେ । ଅପରିତ୍ୟକ୍ତ ସ୍ଥାନରୁ ଜିନିଷ ଗୋଟାଉଥିଲା ବୋଲି ତାର ବେଶଭୂଷା ଭିନ୍ନ ଧରଣର ଥିଲା । ଅସନା ପୋଷାକ ପିନ୍ଧିଥିଲା ସତ ହେଲେ ମଳିଧୂଳି ତା ଦେହକୁ ସ୍ପର୍ଶ କଲା ଭଳି ଲାଗୁନଥିଲା । କାରଣ ସେ ସଚେତନ ଥିଲା । ସନ୍ଦେହ ଅ ।ସୁଥିଲା ଯେ ସେ ଜାଣି ଜାଣି ଏପରି ବେଶ ଧରିଥିଲା କି କଣ ! ସାଇକେଲ୍ରେ ଖୁବ୍ ଗୁଡାଏ ଜିନିଷ ବାନ୍ଧିଥିଲା । ଅଖାଗୁଡିକର ପେଟ ଫୁଲିଯାଇଥିଲା । ତଥାପି ସେ ଖୋଜିବା ଛାଡିନଥିଲା । ଲୋଭଟା ଗ୍ରାସିସାରିଥିଲା ତାକୁ ଏକାବେଳକେ ।
କିଛିଲୋକ ଅ ।ସୁଥିବାର ଦେଖି ସେ ହସିଲା, ପାଗଳଟେ ପରି ! ତଳକୁ ମୁହଁ ପୋତି କଥା ହେଲା, ଅ ।କାଶକୁ ଚାହିଁଲା । ହାତ ପତେଇଲା କିଛି ଟଙ୍କା ପାଇଁ । ଲୋକଟିଏ ପାଂଚଟଙ୍କାର କଏନ୍ ତା ହାତକୁ ଦେଲା । ଅ ।ଉଜଣେ ଦଶ ଟଙ୍କାଟେ ଦେଇ କହିଲାକ’ଣ କିରେ ପାଗଳା, ଅ ।ଜିକାଲି କ’ଣ କେହି ଗରିବ ଅଛନ୍ତି ସଂସାରରେ? ସମସ୍ତେ ପରା "ଥିଲାବାଲା’ ପାଲଟିଲେଣି । ତୁ କାଇଁ ରୋଲ୍ କରୁଚୁ? ତୋର ତ ଭଲ ଚେହେରା ଅଛି, କାମ କରୁନୁ । ମାଗିଯାଚି କ’ଣ ଚଳୁଚୁ ବେ ! ଶଳେ..ମାହାଳିଅ ।କୁ ପଇସା ପାଇଲଣି । ତା ସାଙ୍ଗକୁ ଭତ୍ତା, ଛତା, ସାଇକେଲ୍, ଟୋପି ସହ ଅ ।ହୁରି କେତେକଣ ! ଅନେକ ଯୋଜନା ବନାହେଲାଣି ତମ ପାଇଁ । କାମ କାଇଁକି କରିବ? ହେଲେ ତମମାନଙ୍କର ଏ ମଗାଯଚା ମାନସିକତା କ’ଣ ଯାଉଚି ନା ଯିବ ?
ଗରିବ ହେବାର ପ୍ରମାଣ ପାଇଁ ବାପଠାରୁ ପୁଅ ଭିନ୍ନେ । ଭାଇଠାରୁ ଭାଇ ଅଲଗା । ଅ ।ଇ.ଏ.ଏସ୍ ପୁଅର ବାପା ବି.ପି.ଏଲ୍ ଲିଷ୍ଟ୍ରେ । ତାକୁ କାଳେ ପୁଅ ପଚାରୁନି । ଯୁଗ କଣ ହେଲା ! ବାପା ବି ପୁଅଠାରୁ ଅଲଗା ହେଲାଣି! ଖାଲି ଯାହା ଟିକେ ବିଷ ମାଗେଣାରେ ମିଳୁନି ଅ ।ମମାନଙ୍କ ପାଇଁ ! ସେତିକି ବାକି ରହିଗଲା..ଯାହା !
ପାଗଳ ପରି ଲାଗୁଥିବା ଲୋକଟା କିନ୍ତୁ ନିରୁତ୍ତର ଥିଲା ଓ ଏସବୁ କଥାକୁ ଅଣଶୁଣା କରି ଅ ।ଗକୁ ବଢିଲା । ଅନ୍ୟ ଲୋକ ଦୁହେଁ ବି ଅ ।ଗକୁ ଚାଲିଲେ.. ।
ଏବେ ସେ ଫେରିଲା ତା ସାଇକେଲ୍ ନିକଟକୁ । ତା ବ୍ୟାଗ୍ରେ ଥିବା ପ୍ରତ୍ୟେକ ଜିନିଷକୁ ଭିନ୍ନ ଭିନ୍ନ ଅଖାରେ ଭର୍ତ୍ତି କଲା । ପାଇଥିବା ଟଙ୍କାକୁ ସାଟର୍ ପକେଟ୍ରେ ସୁରକ୍ଷିତ ରଖି ହାତରେ ଗ୍ଲୋବ୍ସ ପିନ୍ଧିଲା ଅ ।ଉ ମୁହଁରେ ମାସ୍କ । ଏଥର ସେ ନର୍ଦ୍ଦମାରୁ କଳଙ୍କିଲଗା ଲୁହା ରଡ୍ ଓ ଡବାକିଛି ବାହାରକରି ସାଇକେଲ୍ରେ ବାନ୍ଧିଲା । ମଇଳା ଗ୍ଲୋବ୍ସକୁ ଫିଙ୍ଗି ହାତରେ ଯାହାକୁ ବୋଳିଲା ବୋଧେ ସେଇଟା ସାନିଟାଇଜର୍ ଥିଲା !
ଏବେ ସେ ଭଦ୍ର ସମାଜକୁ ହାଲ୍କା ହସଟେ ଫିଙ୍ଗି ହ୍ୱିସିଲ୍ ମାରି ସାଇକେଲ୍ ଚଲେଇଲା । ସେ ଜଣାପଡୁନଥିଲା ପାଗଳ କିମ୍ବା ମୁର୍ଖ ବୋଲି । ଦୁନିଅ । ବଦଳି ଯାଉଥିଲା ଅ ।ଖି ସାମ୍ନାରେ । ଲୋକମାନେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ମାନବିକତାକୁ ବିକ୍ରି କରୁଥିଲେ ଓ ଅନ୍ୟର ସରଳତାକୁ ଲୁଟୁଥିଲେ! ଅଥଚ ଦରିଦ୍ର ତାଲିକାଟି ଭୋଟର୍ଙ୍କ ତାଲିକା ପରି ବେଶ୍ ଲମ୍ବା ହୋଇଯାଉଥିଲା । ତା ସହିତ ଲମ୍ବା ହୋଇଯାଉଥିଲା ଅଭାବ ।