କୋଠାଘର
ଅନୁଲିପ୍ତା ମିଶ୍ର
ବୁଢ଼ୀ କହୁଥିଲା, ଆରେ ବାଇୟା, ପିତୃ ପୁରୁଷଙ୍କ ପା ଲୁହା ର ଅ ।ଖି । ଦେଇପିଣ୍ଡି, ତୋ ବାପାଙ୍କ ଅସ୍ଥି, ପୁଣି ଠାକୁର ଘରେ ଶାଳଗ୍ରାମ... ୟାଙ୍କୁ ସବୁ ଛାଡ଼ି ମୁଁ କୁଅ ।ଡେ ଯିବି?? ପିତୃପୁରୁଷଙ୍କୁ ପାଣି ଟୋପାଏ ନଦେଲେ ଦୋଷ ଲାଗିବ ପରା ।
ବୁଢ଼ୀର ପୁଅ ବଡ ହାକିମ । ସ୍ତ୍ରୀ ପିଲାଙ୍କୁ ଧରି ବଡ଼ ସହରରେ ବଡ଼ କୋଠାଘରେ ରୁହେ । ଗୋଡ଼ରେ ହାତରେ ଧୂଳିମଳି ଲାଗେନି ।
ବୁଢ଼ୀ ପୁଣି କହିଲା, ଅ ।ରେ ଧନ.... ମୁଁ କ’ଣ ରାଜଉଅ ।ସ କରିବାକୁ କହୁଛି ?? ଏଇ ବଖୁରେ କୋଠାଘର ତ... । ଫି’ ବରଷ ଝଡ଼ ପବନ । କୋଠାଘର ବଖୁରେ ଥିଲେ ନାହି ରେ ତେଲ ପକେଇ ଏଇଠି ବସିବି । ଅ ।ଉ ୟା ଘର ତା ଘର ହେବିନି ।
ହାକିମ ପୁଅ । ପାଠ ବହୁତ । ବିଧବା ମାଇପିଟା, ପୁଅକୁ ପାଞ୍ଚ ଜଣରେ ଜଣେ କରିବାକୁ କ’ଣ କମ୍ କଷ୍ଟ ଉଠେଇଛି !!!
ବୁଢ଼ୀ ତା ହାଡୁଅ । ହାତରେ ଅ ।ଉଁସି ଦେଲା ପୁଅ ମୁଣ୍ଡକୁ....ମୋ ବାଇୟା ଟା, ଝଡି କଳାକାଠ ପଡିଗଲାଣି । ବୁଝିଲୁ ଧନ, ଗାଁରେ ଏବେ ସମସ୍ତଙ୍କର କୋଠାଘର । ଯାହାର ନଥିଲା ଇନ୍ଦିରା ଅ ।ବାସ ପାଇ ଏବେ ଠିଅ । କଲେଣି ବଖୁରେ ଲେଖା । ଏଇ ଝଡିବଢି କି ପରା ଡର!!
ହାକିମ ପୁଅ । ବରଷ କେ ଥରେ ଅଧେ ଗାଡ଼ି ଗଡ଼େ ଗାଁ ଭିତରକୁ । ବୁଢ଼ୀର ଗୋଡ଼ ତଳେ ଲାଗେନି । ଚୁଡ଼ା, ମୁଢ଼ି, ବଡ଼ି,ଅ ।ଚାର,ଅ ।ରିଶା,ନଡ଼ିଅ ।, ମୁଗ, ଅରୁଅ । ଚାଉଳ ପୁଡା ବାନ୍ଧେ ବୁଢ଼ୀ । ପୁଅ ହାତରେ ସମୟ କମ୍ । ପୁଅକୁ ଅ ।ଖି ପୁରେଇ ଦେଖିବା ଅ ।ଗରୁ ପୁଅର ଗାଡ଼ି ଗାଁ ମୁଣ୍ଡ ଡେଇଁ ନାଳବନ୍ଧ ଛୁଇଁଥାଏ । ବୁଢ଼ୀ ଚାହିଁ ଥାଏ ନାଳବନ୍ଧ କୁ... । ଏଣେ ବୁଢ଼ୀ ହାତମୁଠାରେ ଝାଳେଇଯାଇଥାଏ ଦୁଇଶ, ପାଁଶହ ଟଙ୍କିଅ । ନୋଟ୍ ଦି, ତିନି ଖଣ୍ଡ ।
ବୁଝିଲୁ ବାପା, ବୁଢ଼ୀ ହେଲିଣି, ଅ ।ଉ ପାରୁନି । ବେଶି ନୁହଁ... ପୈତୃକ ଜାଗାରେ ବଖୁରାଏ କୋଠାଘର, ଘର ଛପର, ଲିପାପୋଛା ରୁ ତ୍ରାହି ।
ଏଥର ପୁଅର ପାଳି ।
ହାକିମ ପୁଅ । ବେକ ଚାରିପାଖରେ ବୁଦ୍ଧି । ଚାହିଁଲା ମା’ ମୁହଁକୁ । ଚିଡିମିଡି ହେଇ କହିଲା, ବୁଝିଲୁ ମା’...ତୋ ମୁଣ୍ଡରେ ବୁଦ୍ଧି ଟିକେ ନାହିଁ । ପଇସା କ’ଣ ମାଟି ଗୋଡି ହେଇଛି । ଏଠି କୋଠାଘର କରିବା ଅର୍ଥ ପଇସାକୁ ପାଣିରେ ଫୋପାଡିଦେବା । ତୋ ପରେ ଏଠି କିଏ ରହିବ ଯେ ??
ବୁଢ଼ୀ ଗୁଣୁଗୁଣୁ ହଉଥିଲା, କୋଉ ରାଜପ୍ରାସାଦ କରିବାକୁ କହୁଥିଲି କି,ବଖୁରେ କୋଠାଘର ତ.... ।
ପୁଅର ଗାଡି ଗାଁ ମୁଣ୍ଡ ଡେଇଁ ନାଳବନ୍ଧକୁ ଉଠୁଥିଲା । ..........