You can write and publish your own articles here.
Please download the app to get started.

Download App


ଶରୀରର ହାଡ଼କୁ ମଜବୁତ କରିବ ଏହି ୩ଟି ଡ୍ରାଇ ଫ୍ରୁଟ୍

ରାଜଲକ୍ଷ୍ମୀ

ଜଣେ ଯଦି ଆପଣଙ୍କୁ ପଚାରେ- ଭାଇ ! କେମିତି ଅଛୁ... ? ଆପଣ ହଁ ଭଲ ଅଛି ବୋଲି ଲମ୍ବେଇକି କୁହନ୍ତି... ଖୁସି କେବେ କେବେ ଉତ୍ସାହିତ ହୋଇ କୁହନ୍ତି ତ ପୁଣି କେତେବେଳେ ଉଦାସ ହୋଇ କୁହନ୍ତି । ମାତ୍ର ମଣିଷ ସେତେବେଳେ ଭଲ ଅଛି ବୋଲି ଭଲରେ କୁହେ ଯେତେବେଳେ ତା ଦେହ ଭଲ ଥାଏ, ସିଏ ସୁସ୍ଥ ରୁହେ... ଶରୀର ଠିକ୍ ଥିଲେ ସବୁକିଛି ଠିକ୍ ଥାଏ ।

ତେବେ କେବେକେବେ ଆମ ଶରୀରରେ ମାନ୍ଦାପଣ ମାଡିବସେ, ଗୋଡ ହାତ ଝିମାପଣ ଘାରେ, ହାଡ ଦୁର୍ବଳ ହେବା ପରି ଲାଗେ, ଉଠିଲେ ବସିଲେ ହାଡ ଶବ୍ଦ କରେ ତେବେ ଯଦି ଆପଣ ଏସବୁ ସମସ୍ୟାର ସମ୍ମୁଖୀନ ତେବେ ଏହି ୩ଟି ଡ୍ରାଇ ଫୁଟ୍ ଖାଆନ୍ତୁ, ଦେଖିବେ ଦେହରେ ଚମତ୍କାରିତା ଦେଖାଦେବ ।

ଶରୀରରେ ଭିଟାମିନ ବି-୧୨ କମିଲେ ଆନିମିଆ ଭଳି ସମସ୍ୟା ଦେଖାଦିଏ । ଦୃଷ୍ଟିଶକ୍ତି କମ୍ ହୁଏ, ପାଚନକ୍ରିୟାରେ ସମସ୍ୟା ହୁଏ, ଗୋଡ-ହାତ ଝିମଝିମ ପଡିବା ଭଳି ସମସ୍ୟା ଦେଖାଦିଏ । ଆଉ ଯଦି ଆପଣ ଜଣେ ସାକାହାରୀ ପ୍ରାଣୀ ତେବେ ଡାଏଟରେ ୩ ପ୍ରକାର ଡ୍ରାଇ ଫ୍ରୁଟ୍ ସାମିଲ କରନ୍ତୁ ।

ଶରୀରରେ ଭିଟାମିନ ବି-୧୨ ବଢାଇବା ପାଇଁ ପିସ୍ତା ବହୁତ ଭଲ କାମ କରେ । ଶରୀରରେ ଶକ୍ତି ଏବଂ ଲାଲ୍ ରକ୍ତ କଣିକା ବଢାଇବାର ଏକ ଭଲ ଉତ୍ସ । 

ଖଜୁରୀ ଶରୀର ପାଇଁ ବହୁତ ଭଲ ହୋଇଥାଏ । ଯଦି ଆପଣ ପ୍ରତିଦିନ ଖଜୁରୀ ଖାଇବା ଆରମ୍ଭ କରୁଛନ୍ତି ତେବେ ଭିଟାମିନ୍ ବି-୧୨ର ଅଭାବକୁ ଦୂର କରିବା ପାଇଁ ଶକ୍ତି ମିଳିବ । 

ଅଞ୍ଜିରରେ ଫାଇବର, ଆଇରନ, କ୍ୟାଲସିୟମ ଏବଂ ଆଣ୍ଟିଅକ୍ସିଡେଣ୍ଟସ ସହ ଭିଟାମିନ ବି-୧୨ର ମାତ୍ରା ମଧ୍ୟ ଥାଏ ।


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App