You can write and publish your own articles here.
Please download the app to get started.

Download App


ଶିଳ୍ପୀ

ଲକ୍ଷ୍ମୀପ୍ରିୟା ମହାରଣା

ଅଙ୍ଗୁଳିର ପୁଲକ ପରଶେ

ଅନ୍ତର ଭାବନା ଲଭନ୍ତି ସ୍ୱରୂପ

କଳାର ବିଭବ କାଳଜୟୀ ହୁଏ

ତୁଳୀମୁନର କାଉଁରୀ ସ୍ପର୍ଶରେ

କିଏ ବା ଦୋଷ ଦିଏ 

ତୁଳୀ ବା କଳାର ବିଭବକୁ । ।


ମାତ୍ର ଶିଳ୍ପୀ ତାର ଗଢିଚାଲେ

ଗୋଟେ ପରେ ଗୋଟେ

କାହାର ନିନ୍ଦା ଯଶକୁ ପାଥେୟ ନ କରି

ଦୁନିଆକୁ ରଙ୍ଗମୟ

କରିବା ପାଇଁ ତାର ତ ସୃଷ୍ଟି

ଉନ୍ମୁକ୍ତ କରି ସମର୍ପଣ କରିଦିଏ

ଉତ୍କଣ୍ଠା ଅଧିର

ଉନ୍ମନ କଜଳପାତି ପରି

ତାର ସମସ୍ତ ବେଦନାକୁ । ।


ଗାରେ ହସର ଝଲକରେ

ନିନ୍ଦା ପ୍ରଶଂସାର ଉତ୍ତର ସେ ଦିଏ

ଚଉଦିଗର ଏତେ ରଙ୍ଗ ଏତେ ଧ୍ୱନୀ

ସବୁତ ଶିଳ୍ପୀର ଅମର ସୃଷ୍ଟି

ଅହଂକାରର ଅସୀମ ବଳୟ

କରିପାରେନା କଳଙ୍କିତ ତାର କୃତିକୁ ।


ରଡ଼ମଡ଼ ଖରାରେ ଚାଲିଚାଲି

ହୁଏ ନାହିଁ କ୍ଲାନ୍ତ ଥକି ପଡ଼ିନାହିଁ ଦିନେ

ତାରାମାନଙ୍କ ଦୁଃଖରେ

ଫୁଲମାନଙ୍କ ବ୍ୟଥାରେ

ବର୍ଷାବଧୂ ପାଉଁଜିର ଛମ୍‌ଛମ୍ ସୁର

ହୁତୁହୁତୁ ଜଳୁଥିବା ଜୁଇର କାହାଣୀ

ଅମାନିଆ ନଈପାଣି

ଶିହରି ଉଠୁଥିବା ପ୍ରତ୍ୟେକଟି ଲୋମକୂପ

ବସନ୍ତର ଜହ୍ନରାତି ସବୁତ ତାର

କଳା ସବୁଜିମାର ରୂପରେଖ

ଅନନ୍ତ କାଳକୁ !!


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App