You can write and publish your own articles here.
Please download the app to get started.

Download App


ଘାସରେ ତିଆରି ହେଉଛି ଘର

ସାଗରିକା

ମଣିଷକୁ ବଞ୍ଚିବାକୁ ହେଲେ ଖାଦ୍ୟ, ବସ୍ତ୍ର ସହ ବାସଗୃହ ନିହାତି ଆବଶ୍ୟକ । ସେଥିପାଇଁ ଲୋକମାନେ ନିଜ ଘରକୁ ସବୁ ବେଳେ ମଜବୁତ ଭାବରେ ତିଆରି କରନ୍ତି, ଆଉ ଏହାର ଯତ୍ନ ମଧ୍ୟ ନିଅନ୍ତି । ଆଜି ଆମେ ଏମିତି ଏକ ଘର କଥା କହିବୁ ଯାହା ସିମେଣ୍ଟ ବା ଲୁହାରେ ନୁହେଁ ସମୁଦ୍ର ଘାସରେ ତିଆରି ହୋଇଛି । ଆଉ ଏହି ଘାସରେ ତିଆରି ଘର ବେଶ ମଜବୁତ । ଆଉ ପ୍ରାକୃତିକ ବିପର୍ଯ୍ୟୟକୁ ମଧ୍ୟ ସାମ୍ନା କରିବାର ଶକ୍ତି ରଖିଛି ଏହି ଘର । ସବୁଠାରୁ ବଡ କଥା ହେଉଛି କି ଏହି ଘରେ ଅକ୍ସିଜେନର ଅଭାବ ଦେଖା ଦେଇ ନଥାଏ ।

ଡେନମାର୍କର ଲେସୋ ଦ୍ୱିପରେ ଏଭଳି ଅନେକ ଘର ତିଆରି ହୋଇଛି । ସମୁଦ୍ର ଘାସରେ ଏହି ସବୁ ଘର ତିଆରି ହୋଇଥିବା ଜଣାପଡିଛି। ଏହି ଘର ଅନେକ ବର୍ଷ ଯାଏଁ ମଜବୁତ ହୋଇ ରହିଥାଏ । ଭୂମିକମ୍ପରେ ମଧ୍ୟ ଏହି ଘରର କୌଣସି କ୍ଷତି ହୋଇନଥାଏ । ଅନେକ ବର୍ଷ ତଳୁ ଲୋକମାନେ ଏହି ଘର ତିଆରି ରହି ଆସୁଛନ୍ତି ।

ଲେସୋ ଦ୍ୱୀପରେ ସମୁଦ୍ରରୁ ଲୁଣ ବାହାର କରି ଲୋକମାନେ ବ୍ୟବସାୟ କରିଥାନ୍ତି । ଏହି ଉଦ୍ୟୋଗକୁ ଆଗକୁ ବଢାଇବା ପାଇଁ ଅନେକ ଗଛ କାଟି ଦିଆଯାଉଛି । ତେଣୁ ଘର ତିଆରି କରିବାକୁ କାଠର ଅଭାବ ରହୁଛି । ସେଥିପାଇଁ ଏଠାରେ ସମୁଦ୍ର ଘାସରେ ଘର ତିଆରି କରାଯାଉଛି । 

ସେହିପରି ସମୁଦ୍ର ମଝିରେ ଘର ହୋଇଥିବାରୁ ଏଠାରେ ଅନେକ ସୁବିଧା ମଧ୍ୟ ମିଳିଥାଏ । ଅନେକ ଥର ଏଠାରେ ଜାହାଜ ଦୁର୍ଘଟଣା ହୋଇ କୂଳରେ ଲାଗିଯାଏ । ସେହି ଭଙ୍ଗା ଜାହାଜ ଛାତରେ ଘାସ ରଖି ଘର ମଧ୍ୟ ତିଆରି କରିଥାନ୍ତି ଲୋକମାନେ । ୧୯୨୦ରେ ଏଠାରେ ସମୁଦ୍ର ଘାସରେ ଫଙ୍ଗଲ ଇନଫେକ୍ସନ ହୋଇଥିଲା । ଏହାପରେ ଲୋକେ ଏହି ଘାସରେ ଘର ତିଆରି କରିବା ବନ୍ଦ କରିଦେଇଥିଲେ । ବର୍ତ୍ତମାନ ୧୮ ଶହ ଲୋକଙ୍କ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ୱିପରେ ୩୬ଟି ଘାସ ତିଆରି ଘର ରହିଛି । 

୨୦୧୨ରୁ ପୁଣି ଏଠାରେ ଏହି ଘାସ ତିଆରି ଘର ଆରମ୍ଭ ହୋଇଛି । ସବୁଠାରୁ ବଡ କଥା ହେଲା ଏହି ଘରେ ନିଆଁ ଲାଗିନଥାଏ ଏବଂ ଏହି ଘର କାର୍ବନ ଡାଇଅକ୍ସାଇଡକୁ ଶୋଷଣ କରିଥାଏ । ଫଳରେ ଏହି ଘରେ ରହୁଥିବା ଲୋକଙ୍କୁ ଅମ୍ଲଜାନର ଅଭାବ ମଧ୍ୟ ପଡିନଥାଏ ।


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App