You can write and publish your own articles here.
Please download the app to get started.

Download App


ଚୀନ୍‌ ନିର୍ମିତ ‘କୃତ୍ରିମ ସୂର୍ଯ୍ୟ’

ସାଗରିକା

ହାଇଡ୍ରୋଜେନ୍‌ ପୋଡ଼ି ହିଲିୟମ୍‌ରେ ପରିଣତ ହେଉଥିବାରୁ ସୂର୍ଯ୍ୟର ଅନ୍ତଃସ୍ଥଳ ୧୫ ନିୟୁତ ଡିଗ୍ରି ସେଲିସିୟସ୍‌ରେ ଜଳୁଥିବା ବେଳେ ପୃଥିବୀ ପୃଷ୍ଠରେ ଚୀନ୍‌ ନିର୍ମାଣ କରିଥିବା ‘କୃତ୍ରିମ ସୂର୍ଯ୍ୟ’ ୧୨୦ ନିୟୁତ ଡିଗ୍ରି ସେଲିସିୟସ୍‌ରେ ଜଳୁଛି। ଚୀନ୍‌ଦ୍ବାରା ପ୍ରସ୍ତୁତ ଏହି ‘କୃତ୍ରିମ ସୂର୍ଯ୍ୟ’ ବା ‘ଦି ଏକ୍ସପେରିମେଣ୍ଟାଲ୍‌ ଆଡ୍‌ଭାନ୍‌ସଡ୍‌ ସୁପର୍‌କଣ୍ଡକ୍ଟିଙ୍ଗ୍‌ ତୋକାମାକ୍’ (ଇଷ୍ଟ୍‌)  ‘ଫ୍ୟୁଜନ୍‌ ରିଆକ୍ଟର୍‌’ ସୂର୍ଯ୍ୟର ମଧ୍ୟଭାଗର ଉତ୍ତାପ ଠାରୁ ୮ ଗୁଣ ଅଧିକ ଉତ୍ତାପରେ ଜଳୁଛି।

୧୦୧ ସେକେଣ୍ଡ୍‌ରେ ୧୨୦ ନିୟୁତ ଡିଗ୍ରି ସେଲିସିୟସ୍‌ ଏବଂ ୨୦ ସେକେଣ୍ଡ୍‌ରେ ୧୬୦ ନିୟୁତ ଡିଗ୍ରି ସେଲିସିୟସ୍‌  ‘ପ୍ଲାଜ୍‌ମା’ ଉତ୍ତାପରେ ପହଞ୍ଚି ଏହି ରିଆକ୍ଟର୍‌ ପୁରୁଣା ରେକର୍ଡ ଭାଙ୍ଗିବାରେ ସମର୍ଥ ହୋଇଛି। ‘ହେଫେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକାଲ୍‌ ସାଇନ୍‌ସ୍‌ ଅଫ୍ ଚାଇନିଜ୍‌ ଏକାଡେମି ଅଫ୍ ସାଇନ୍‌ସେସ୍‌’ରେ ଅବସ୍ଥିତ ଉକ୍ତ ରିଆକ୍ଟର୍‌ ସୂର୍ଯ୍ୟ ଓ ତାରାମାନଙ୍କରେ ପ୍ରାକୃତିକ ଭାବେ ଘଟୁଥିବା ‘ନ୍ୟୁକ୍ଲିଅର୍‌ ଫ୍ୟୁଜନ୍‌’ ପ୍ରକ୍ରିୟାକୁ ନକଲ କରି ଅସୀମ ଅକ୍ଷୟ ଶକ୍ତି ଯୋଗାଇ ଦେବା ପାଇଁ ପ୍ରସ୍ତୁତ କରାଯାଇଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି। 

‘ଇନ୍‌ଫ୍ୟୁଜନ୍‌ ରିଆକ୍ସନ୍’ ବା ‘ସମିଶ୍ରଣ ପ୍ରତିକ୍ରିୟା’ରେ ଦୁଇଟି ହାଲୁକା ‘ନ୍ୟୁକ୍ଲେଇ’ ବା ‘ନ୍ୟଷ୍ଟିକା’ ମିଶିଯାଇ ଗୋଟାଏ ଭାରୀ ‘ନ୍ୟୁକ୍ଲିୟସ୍‌’ ବା ‘ନ୍ୟଷ୍ଟି’ ଗଠନ କରନ୍ତି। ଏହି ମିଶ୍ରଣ ପ୍ରକ୍ରିୟାରୁ ଶକ୍ତି ନିର୍ଗତ ହୁଏ। ଏହାର କାରଣ ହେଉଛି ସମିଶ୍ରଣ ସମ‌ୟରେ ‘ନ୍ୟୁକ୍ଲିୟସ୍‌’ର ସମୁଦାୟ ଓଜନ ଦୁଇଟି ମୂଳ ‘ନ୍ୟୁକ୍ଲେଇ’ର ଓଜନ ଠାରୁ କମିଯାଏ। ତେଣୁ, ଯେଉଁ ପରିମାଣର ଓଜନ ‘ନ୍ୟୁକ୍ଲିୟସ୍‌’ରେ ମିଶି ପାରି ନ ଥାଏ, ତାହା ଶକ୍ତିରେ ପରିଣତ ହୋଇଯାଏ । 

ଏଥିପାଇଁ ଉଦ୍‌ଜାନ ‘ଆଇସୋଟୋପେଜ୍‌’କୁ ଫ୍ୟୁଜନ୍‌ ମେସିନ୍ ମଧ୍ୟରେ ରଖାଯିବା ପରେ ତାହା ପ୍ଲାଜ୍‌ମା ଅବସ୍ଥାକୁ ଆସୁଥିବାରୁ ସେଥିରୁ ‘ଆୟନ୍‌’ ଓ ‘ ଇଲେକ୍ଟ୍ରୋନ୍‌’ ପୃଥକ୍ ହୋଇଯାଏ। ଏହି ପ୍ରକ୍ରିୟା ସମୟରେ ‘ଆୟନ୍‌’ ସବୁ ଉତ୍ତପ୍ତ ହୋଇଯାଇ ମାତ୍ରାଧିକ ଉତ୍ତାପ ବିକିରଣ କରିଥାଆନ୍ତି।  ୨୦୧୮ରେ ଚୀନ୍‌ର ‘ଇଷ୍ଟ୍‌’ ରିଆକ୍ଟର୍‌ ୧୦୦ ନିୟୁତ ଡିଗ୍ରି ସେଲିସିୟସ୍ ଉତ୍ତାପ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା।


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App