ତିନୋଟି କବିତା

ନିରଞ୍ଜନ ନାୟକ

॥ ଅଳସୀ ॥

କାକରଭିଜା ଶିତୁଆସକାଳ

ଭିଜାଭିଜା ସୁଷମାରାଜି

ଅଳସୀଫୁଲର ବାସଛୁଟେ

ଦେଖ, ଡଙ୍ଗର କଢରେ

ହଳଦୀର ରଙ୍ଗ ଢାଳି 


 ॥ ଝରଣା ॥

ପାହାଡରେ ଛାତିଚିରି

ଝରିଯାଏ ଝରଣା

ଲକ୍ଷ୍ୟ ତାର ଏକ

ମହତ ଉଦ୍ଦେଶ୍ୟ ନେଇ

ବୋହିଯାଏ ମାଟିଛୁଇଁ

ତୃଷାର୍ତ୍ତମାନଙ୍କ ପାଇଁ

ସମପିର୍ତ ହୋଇ

ନଦୀସହ ମିଶିଯାଏ

କୁଳୁକୁଳୁ ଗୀତ ଗାଇ 


 ॥ ଈଶ୍ବର ॥

ତୁମେ ମନ୍ଦିର ଭିତର ଭାବରଠାକୁର

ତୁମେ ବିଶ୍ବାସର ଯୀଶୁ ମହମ୍ମଦ ନାନକ

 ଗୀର୍ଜା ମସଜିଦ ଗୁରୁଦ୍ବାରର

ତୁମପାଇଁ ସବୁ

ଭକ୍ତିଭାବ ସମର୍ପଣ

ତୁମେ ହିଁ ତ

ପରାତ୍ପର ପରଂବ୍ରହ୍ମ

ହେ ପରମ ଈଶ୍ବର 

 

ଟିକିରି, ରାୟଗଡା 



Reader Reviews

No reviews yet. Be the first to write one!