You can write and publish your own articles here.
Please download the app to get started.

Download App


ସୁପର ଯାତ୍ରୀ/ମମ୍

ଜୟନ୍ତ ପଟ୍ଟନାୟକ

ଅଧୁନା ବିଶ୍ଵରେ ଗୋଟିଏ ସମ୍ବାଦ ଅତିମାତ୍ରାରେ ଚହଳ ପକାଇଛି, ଭିଡିଓ ଭାଇରାଲ  ହୋଇଛି । ମାଲେସିଆର ପେନାଙ୍ଗରେ ବାସ କରୁଥିବା ଭାରତୀୟ ବଂଶୋଦ୍ଭବ ମହିଳା ରାଚେଲ କୋୖର(୪୦)ପ୍ରତ୍ୟହ ପେନାଙ୍ଗରୁ ସେପାଙ୍ଗ(୪୦୦ କିମି ଦୂର)କୁ ବିମାନ ଯାତ୍ରା କରିବା ସଙ୍ଗେ ସଙ୍ଗେ ନିଜର ପିଲାମାନଙ୍କର ଦେଖାଶୁଣା କରିପାରୁଛନ୍ତି,ଯାହା ଏକ ବିଶ୍ଵ- ରେକର୍ଡ । ୧୯୮୦-୧୯୯୦ଦଶକରେ ଏଭଳି ଘଟଣା, ଭୁବନେଶ୍ୱର-ବ୍ରହ୍ମପୁର ଦୈନିକ ଯାତ୍ରୀ-ଙ୍କୁ ଆପଣମାନେ ପ୍ରତ୍ୟକ୍ଷ କରିଥିବେ । ନିଜର ଜୀବିକା ନିମନ୍ତେ ରାଚେଲ ୨୦୨୪ ପୂର୍ବରୁ କୁଆଲାଲୁମ୍ପୁରରେ ଭଡ଼ାଘରେ ରହୁଥିଲେ ମାତ୍ର କେବଳ ଶନି ଓ ରବିବାରରେ ସେ ପେନା -ଙ୍ଗରେ ରହୁଥିବା ପିଲାମାନଙ୍କ ପାଖକୁ ଆସିପାରୁଥିଲେ । କିନ୍ତୁ ପିଲାମାନଙ୍କୁ ଅଧିକସମୟ ଦେବାସକାଶେ ରାଚେଲ ନିତିଦିନ ପେନାଙ୍ଗରୁ ସେପାଙ୍ଗ ବିମାନଯାତ୍ରା କରି ପରିବାରର ଦେଖାଶୁଣା କରିବାକୁ ସ୍ଥିର କଲେ। ପ୍ରତ୍ୟହ ବିମାନରେ ଏତେଦୂର ରାସ୍ତା ଯିବାଆସିବା କରୁ-ଥିଲେ ସୁଦ୍ଧା ରାଚେଲ କୁଆଲାଲୁମ୍ପୁରରେ ଘରଭଡା ନେଇ ରହିବା ତୁଳନାରେ ପ୍ରାୟ ୧୪ ହଜାର ($୪୭୪:-୪୨୦୦୦-$୩୧୬:-୨୮୦୦୦) ସଞ୍ଚୟ କରିପାରୁଛନ୍ତି ମାସିକ। ରାଚେଲଙ୍କ ବୟାନାନୁଯାୟୀ ସିଏ ପ୍ରତ୍ୟହ ପ୍ରାତଃ,ଚାରିରୁ ଉଠି୫ଟା ସୁଦ୍ଧା ନିକଟସ୍ଥ ବିମାନବନ୍ଦରକୁ ବାହାରିଯାଆନ୍ତି । ୫.୪୫ରେ ବିମାନ ଛାଡେ ଏବଂ ୭.୪୫ରେ ସୋପାଙ୍ଗରେ ସିଏ ତାଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୁଅନ୍ତି। କହିବା ବାହୁଲ୍ୟ ବିମାନଯାତ୍ରା ମାତ୍ର୪୦ମିନିଟରେ ସମ୍ପନ୍ନ ହୁଏ, ଯାହା କାର ଡ଼୍ରାଇଭ କରି ଯାଇଥିଲେ ୨ଘଣ୍ଟା ଲାଗିଥାଏ । ପୁଣି ବିମାନ ଯାତ୍ରା ତାଙ୍କୁ କାର ଅପେକ୍ଷା ଶସ୍ତାପଡୁଛି। ଆହୁରି ବିମାନଯାତ୍ରାଦ୍ଵାରା ଯୋଉ ଅଧିକ ସମୟ ମିଳୁଛି ସେଇ -ଥିରେ ସିଏ ଜୀବନ/ଜୀବିକା (ବିଶ୍ରାମ,ସଙ୍ଗୀତ)ଇତ୍ୟାଦି ମଧ୍ୟରେ ସୁନ୍ଦର ସମନ୍ୱୟ ରକ୍ଷା କରିପାରୁଛନ୍ତି।

ପ୍ରକାଶଯୋଗ୍ୟ ରାଚେଲ ଏୟାର ଏସିଆ ବିମାନସେବାର ଆସିଷ୍ଟାଣ୍ଟ ଫାଇନାନ୍ସ ମ୍ୟାନେଜରଭାବେ ସୋପାଙ୍ଗରେ ଅବସ୍ଥାପିତ।ତଥାପି ରାଚେଲ ପ୍ରତ୍ୟହ ସମ୍ପୃର୍ଣ୍ଣ ଟିକଟ ପଇସା ଦେଇଥାନ୍ତି ଓ କମ୍ପାନୀ କୋୖଣସି ରିହାତିଦେଇନଥାନ୍ତି(ସହଯୋଗ ବ୍ୟତୀତ)ବୋଲି ରାଚେଲ କହିଛନ୍ତି।ଦିନଯାକର କାମପରେ ରାଚେଲ ସନ୍ଧ୍ୟା ୮ଟା ସୁଦ୍ଧା ପେନାଙ୍ଗରେ ତାଙ୍କ ପିଲାମାନଙ୍କ ସହ ଯୋଗ ଦିଅନ୍ତି।ରାଚେଲ କୁହନ୍ତି ଦିନଯାକର ପରିଶ୍ରମ ପରେ ମଧ୍ୟ ତାଙ୍କ ପିଲାମାନଙ୍କୁ ଦେଖିଦେଲେ ସିଏ ଶାରିରୀକ ଓ ମାନସିକଭାବେ ପୁଣି ରିଚାର୍ଜ ହୋଇଯାନ୍ତି, ସ୍ଫୁର୍ତ୍ତି ଫେରିଆସେ।ସେମିତି ଦିନସାରା କାମରେ ଥିଲେ ମଧ୍ୟ ସନ୍ଧ୍ୟାରେ ଘରକୁଫେରି ପିଲା -ମାନଙ୍କ ସହିତ ମିଶିବାର କଥା ମନେପଡିଲେ ତାଙ୍କ ଶରୀରର କ୍ଳାନ୍ତି ଦୂର ହୋଇଯାଏ। ଉଲ୍ଲେଖଯୋଗ୍ୟ ରାଚେଲଙ୍କର ୧୨ ବର୍ଷର ପୁତ୍ର ଏଵଂ ୧୧ ଵର୍ଷର କନ୍ୟା ସନ୍ତାନ ଅଛନ୍ତି, ସେମାନଙ୍କର ବଢନ୍ତା ସମୟରେ ସେମାନଙ୍କ ସକାଶେ ଅଧିକ ସମୟ ଦେବା ନିମନ୍ତେ ତାଙ୍କର ଏପ୍ରକାର ଅଦ୍ଭୁତ,ଅପୂର୍ବ,ଅଚିନ୍ତନୀୟ ପ୍ରୟାସ।ଯାହା ’ନ୍ୟୁୟର୍କ ପୋଷ୍ଟ’ର ପୃଷ୍ଠା ମଣ୍ଡନ ପରେ ବିଶ୍ଵବ୍ୟାପୀ ଆଦୃତ ହୋଇପାରିଛି ଓ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି ଆଜି କାଲି ଯେପରି WFH ବା work from home ବା ଘରୁ କାମ କରିବା ଧାରା ଚାଲିଛି,ସେପରି କାହିଁକି କରୁନାହାଁନ୍ତି ପଚାରିବାରୁ ରାଚେଲ କହିଛନ୍ତି,ସାମ୍ନା ସାମ୍ନି କଥା- ହେଲେ ଗୋଟିଏ ସମସ୍ୟାର ଯେପରି ସମାଧାନ ହୋଇପାରିବ,ଘରୁ କାମ କରିବାରେ ସେପରି ସନ୍ତୁଷ୍ଟି ମିଳିପାରିବ ନାହିଁ।ପୁଣି ମୋର ବର୍ତ୍ତମାନର ବ୍ୟବସ୍ଥା ମତେ ଶାନ୍ତି,ଆନନ୍ଦ, କର୍ମପ୍ରବଣତା ଓ କର୍ମସନ୍ତୁଷ୍ଟି ଆଣି ଦେଉଛି।ଏଥିରୁ ପ୍ରତୀୟମାନ ହୁଏ ଦୃଢସଂକଳ୍ପ ଓ ଜୀବିକା ପ୍ରତି ନିଷ୍ଠା ଥିଲେ ସବୁପ୍ରକାର ଅସମ୍ଭବ ସମ୍ଭବ ହୋଇପାରେ।ରାଚେଲ କୋୖର ଆଜିକାର ସମୟରେ ତାଙ୍କ କର୍ତ୍ତବ୍ୟନିଷ୍ଠା ହେତୁ ଅନେକଙ୍କର ଆଦର୍ଶ ଓ ବିଶ୍ଵବିଖ୍ୟାତ ହୋଇପାରିଛନ୍ତି।ଆଜିକାର ଯୁଗରେ ଯୋଉଠି ଏକାଘରେ ରହି ମଧ୍ୟ ବାପା,ମା’ ପିଲା- ମାନଙ୍କୁ ଠିକରେ ସମୟ ଦେଇ ପାରୁନାହାନ୍ତି,ସେ ପରିପ୍ରେକ୍ଷୀରେ ରାଚେଲ କୋୖର ଯେ ନିଶ୍ଚିତଭାବେ ସୁପର ମମ୍ ଓ ଜଣେ ସୁପରଯାତ୍ରୀ ଏଥିରେ ସନ୍ଦେହର ତିଳେମାତ୍ର ଅବକାଶ ନାହିଁ।ଅଧୁନା ବିଶ୍ଵରେ ବହୁଜନାଦୃତ ମହାନ୍ ଭାରତୀୟ ପରିବାରବାଦର ପ୍ରତୀକ ଓ ଭାରତୀୟ ମାତାଭାଵେ ରାଚେଲ କୋୖର ସତରେ ସମସ୍ତଙ୍କର ଗର୍ଵ ଓ ଗୌରବ।ଭାରତମାତାକୀ ଜୟ।

ମୋ : ୯୦୯୦୧ ୯୦୦୬୯


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App