You can write and publish your own articles here.
Please download the app to get started.

Download App


ଗୁରୁ

ହରିହର

ଗୁରୁ ଭଗବାନ | ମାତ୍ର ଏହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ପ୍ରତି ଆରୋପିତ ହେବା ଅନୁଚିତ | 


ଆମର ଜୀବନ ଗୁରୁମୟ | ପ୍ରତି ମୁହୂର୍ତ୍ତରେ ଆମେ କାହାଠାରୁ କିଛି ଶିଖୁଛୁ | ସେ ସମୟରେ ସେ ଆମର ଗୁରୁ | ତେଣୁ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ଗୁରୁଙ୍କ ଆସନରେ ବସାଇ ତାଙ୍କୁ ଭଗବାନ ବନାଇ ଦେବା ଓ ତାଙ୍କର ସବୁକଥାକୁ ଆଖିବୁଜି ମାନିନେବା ଦ୍ବାରା ଆମେ ମହାନ ଗୁରୁବାଦର ଅବମାନନା କରିବା ସହିତ ଆମର ଶିଖିବା ଦ୍ବାର ବନ୍ଦ କରିଦେଉଛୁ କହିଲେ ଚଳେ |


ଭଗବାନ କହିଲେ - ଉଦ୍ଧବ ! ମନ ହେଉଛି ତୋର ଗୁରୁ | ଏଇ ମନକୁ ବଶ କରିବା ଶିଖ |  ଅବଧୂତ ଅନେକ ଗୁରୁ କରିଥିଲେ | ଆମର ଜୀବନର ପ୍ରତି ମୁହୂର୍ତ୍ତରେ କେହି ଜଣେ ଆମର ଗୁରୁ | 


ଆମେ ଆମର ଶିଖିବା ପ୍ରବୃତ୍ତିଟା ସବୁବେଳେ ମୁକ୍ତ ରଖିବା, ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ଶିଖିବା ଆଉ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଆମକୁ ନୂଆ ଗୁରୁ ମିଳୁଥିବେ | 


ଯାହାଠାରୁ ଆମେ ଶିଖିବା ସେ ଆମର ଗୁରୁ ଓ ସବୁରି ଦେହରେ ଭଗବାନଙ୍କ ନିବାସ ଆଧାରରେ ସେ ବି ଭଗବାନ | 


ପିତା ପୁତ୍ରର ଗୁରୁ ପୁଣି ପୁତ୍ର ବି ପିତାର ଗୁରୁ | ଶିକ୍ଷକ ଛାତ୍ରର ଗୁରୁ ପୁଣି ଛାତ୍ର ବି ଅନେକ ସମୟରେ ଶିକ୍ଷକର ଗୁରୁ | ପରିବର୍ତ୍ତନଶୀଳ ଦୁନିଆରେ ଶିକ୍ଷାର ଶେଷ ନାହିଁ !!!!


ଏକ ଉଦାହରଣ :  ଯଦି ପାର୍ଥିବ ଦୁନିଆର ଶିକ୍ଷାଗୁରୁ କଥା ବିଚାରିବା,  ଛୋଟିଆ ସ୍ମାର୍ଟ ଫୋନର ଚତୁର ବ୍ୟବହାର ଆମେ ବୟସ୍କମାନେ ଜାଣିନୁ | ସେ ବିଷୟରେ ଏକ ଛୋଟ ପିଲା ଆମକୁ ଯେତେବେଳେ ଶିଖାଉଛି ସେ ଆମର ଗୁରୁ ନୁହଁ କି  ?


ଆଧ୍ୟାତ୍ମିକ ଦୁନିଆରେ ତ ଗୁରୁଙ୍କ ସଂଖ୍ୟା ଅକଳନ | ତେଣୁ ଯିଏ ଆମର ଗୁରୁ ସେ ଆମର ପୂଜ୍ୟ | ସେ ଦୃଷ୍ଟିରୁ କାହାରି ଜଣକର ନାମ ଯଦି ଆମେ କହିବା ଏ ମୋର ଗୁରୁ ତେବେ ଅନ୍ୟ ଗୁରୁମାନଙ୍କ ପ୍ରତି ଆମେ ଅସମ୍ମାନ କରିବା ନାର୍ହିକି ? 


କେବଳ ଈଶ୍ବର ହିଁ ଆମର ଉଲ୍ଲେଖ କଲାଭଳି ଗୁରୁହୋଇ ପାରିବେ | କାରଣ ସେ ହିଁ ସତ୍ୟ ଓ ସେ ହିଁ ଆଲୋକ !!!!! କୁହାଯାଏ ଗୁରୁ ଆମକୁ ଈଶ୍ବରାଭିମୁଖୀ କରିପାରିବେ | ମାତ୍ର ଏହା ଆପେକ୍ଷିକ ସତ୍ୟ | ଯଦି ଗୁରୁ ଈଶ୍ବରଙ୍କୁ ମିଳାଇ ପାରିବେ ତେବେ ସେ ଈଶ୍ବରଙ୍କୁ ପାଇ ନାହାନ୍ତି କାହିଁକି ? ଯଦି ପାଇଛନ୍ତି ତେବେ ପୁଣି ତାଙ୍କର ସ୍ବତନ୍ତ୍ର ସତ୍ତା ଆସିଲା କୁଆଡୁ ???? 


ଗୁରୁଙ୍କୁ ଈଶ୍ବର ଜ୍ଞାନ କରନ୍ତୁ ମାତ୍ର କୌଣସି ବ୍ୟକ୍ତିକୁ ସର୍ବଶେଷ ଗୁରୁମାନି  ଶିକ୍ଷା ଶେଷ କରନ୍ତୁନି ...................


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App