ହୋ ଆଜ ମୌସମ୍ କିତନା ସୁହାନା ହୈ

ଜୟନ୍ତ ପଟ୍ଟନାୟକ

ପ୍ରାୟ ୨୪ବର୍ଷତଳେ ଚତୁର୍ଥ ଶ୍ରେଣୀର ବିଜ୍ଞାନ ବହିରେ ଦେଖିଥିଲି, ସୂର୍ଯ୍ୟ ଯୋଗୁଁ ପାଗ ବଦଳେ । ପିଲାଦିନେ ଦେଖିଛି,ଗାଁ ଗହଳିରେ ବୟସ୍କ ବ୍ୟକ୍ତିମାନେ କହନ୍ତି,"ଯଦି ଘର- ଚଟିଆ ପକ୍ଷୀ ଧୂଳିରେ ଗାଧୋଉଥିବେ,ତେବେ ଆଗକୁ ବର୍ଷା ହେବ, ଯଦି ଝଡିପୋକ ଉଡି- ଲେ ତେବେ ମେଘ ଝଡି ଲଗାଇବାର ସମ୍ଭାବନା ଅଛି । "ମୁଁ ଶୁଣିଛି ନିର୍ମଳ ଆକାଶରେ ଯଦି ଚନ୍ଦ୍ର ଚାରିପଟେ ମଣ୍ଡଳଭଳି ଦେଖାଯାଉଥାଏ,ତେବେ କହନ୍ତି,ନିକଟେ ମଣ୍ଡଳ,ଦୂରେ ପାଣି, ପୁଣି ଦୂରେ ମଣ୍ଡଳ ନିକଟେ ପାଣି।ଏମିତି ଅନେକ କଥା ଜାଣୁଥିଲେ ଆମର ପୁରୁଣା ବୟସ୍କ ବ୍ୟକ୍ତିମାନେ।ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଓ ଆକାଶକୁ ଦେଖି ପାଣିପାଗର ଅନୁମାନ ମଧ୍ୟ ଲଗାଇ ପାରୁଥିଲେ।ଆମ ବିଶ୍ଵପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ବିଖ୍ୟାତ ଚକଗୁଡିକ ଦିନର ବାର ଘଣ୍ଟାର ପ୍ରତୀକ।ଭୁବନେଶ୍ୱର ମୁକ୍ତେଶ୍ଵର ମନ୍ଦିରରେ ପଥରର ଏକ ସୂର୍ଯ୍ୟଘଡି ଅଛି,ଯୋଉଠି ପଡ଼ୁଥିବା ଖରା ବା ସୂର୍ଯ୍ୟକିରଣରୁ ସମୟ ନିର୍ଦ୍ଧାରଣ କରିହୁଏ।ଏସବୁ ଦେଖି -ଲେ ଆମ ପୂର୍ବପୁରୁଷମାନେ ଯେ କେତେ ଜ୍ଞାନୀ ଏବଂ ସେ ଜ୍ଞାନସବୁ ବିଜ୍ଞାନ ସମ୍ମତ ଜାଣି- ଲେ ଗର୍ଵ ଅନୁଭବ ହୁଏ। ଆମ ଖଣ୍ଡପଡ଼ାର ଚନ୍ଦ୍ରଶେଖର ମହାପାତ୍ର,ଓରଫ ପଠାଣୀ ସାମନ୍ତ କିଛି ବାଉଁଶ କାଠି ସାହାଯ୍ୟରେ ଜ୍ୟୋତିଷ ଶାସ୍ତ୍ରର ଏମିତି ପର୍ଯ୍ୟାଲୋଚନା କଲେ ଯେ ଇଂରେଜ ସାହେବ ଆଶ୍ଚର୍ଯ୍ୟାନ୍ଵିତ ହୋଇଗଲେ ଏବଂ  ଙ୍କୁ"ମହାମହୋପାଧ୍ୟାୟ" ଉପାଧିରେ ସମ୍ମାନିତ କରିଥିଲେ।ସେଇ ପଠାଣିସାମନ୍ତଙ୍କ ଗଣନାରେ ପ୍ରଭାବିତହୋଇ ପ୍ରଭୁଜଗନ୍ନାଥଙ୍କ କୃପାରୁ ଆମ ଜ୍ୟୋତିର୍ବିଦମାନେ ସାରା ବର୍ଷ ପାଇଁ ପାଣିପାଗର ଅନୁମାନ ଓ ଫସଲ ଅମଳ -ର ମୋଟାମୋଟି ଆକଳନ କରିପାରୁଛନ୍ତି ବାର୍ଷିକ ପାଞ୍ଜି ମାଧ୍ୟମରେ ।ଏଇ ହେଲା ଆମ ପାରମ୍ପରିକ ଜ୍ଞାନର ଗାରିମା ଓ ମହିମା।

ଆଜିକାଲି ଅନେକ କିଛି ବଦଳି ଗଲାଣି,ଶିକ୍ଷା ବିଜ୍ଞାନରେ ବହୁତ ଉନ୍ନତି ଆସିଛି, ଆଜିକାର ଯୁଗ ଡିଜିଟାଲଯୁଗ,ପ୍ରତିକ୍ଷେତ୍ରରେ ବୈଷୟିକଜ୍ଞାନ ଓ ଟେକ୍ନୋଲୋଜିର ପ୍ରାଧାନ୍ୟ ପାଣିପାଗ ବିଜ୍ଞାନ ଆଜିକାର ଏକ ପ୍ରମୁଖପାଠ୍ୟକ୍ରମ ସ୍ନାତକ/ସ୍ନାତକୋତ୍ତର ସ୍ତରରେ।ଏଇ ପରିପ୍ରେକ୍ଷୀରେ ଆମ ଦେଶ ଭାରତର ପାଣିପାଗ ବିଭାଗ ବିଶ୍ଵର ଏକ ପ୍ରସିଦ୍ଧ ଓ ପ୍ରତିଷ୍ଠିତ ଅନୁଷ୍ଠାନ।ସଠିକ୍ ଆକଳନ ଓ ପୂର୍ବାନୁମାନ ସକାଶେ ଆମ ଭାରତ ପାଣିପାଗ ବିଭାଗ ବା ଆଇଏମଡି ବା ଇଣ୍ଡିଆ ମିଟିରିଓଲୋଜିକାଲ ଡିପାର୍ଟମେଣ୍ଟ ବିଶ୍ଵପ୍ରସିଦ୍ଧି ହାସଲ କରିପାରିଛି ଆମ ଦେଶ ଭାରତ ଏକ ବିଶାଳ ଭୂଖଣ୍ଡ,ଏହାର ତିନି ପାର୍ଶ୍ଵରେ ସମୁଦ୍ର,ଉତ୍ତର ପାର୍ଶ୍ୱରେ ବିଶାଳ ହିମାଳୟ ପର୍ବତଶ୍ରେଣୀ ଓ ଉତ୍ତରପୂର୍ବରେ ପୃଥିବୀର ସର୍ବାଧିକ ବର୍ଷାପ୍ରବଣ ଅଞ୍ଚଳ ଏବଂ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଭୁଖଣ୍ଡ।ସେଥିପାଇଁ ଭାରତକୁ କୁହାଯାଏ ଉପମହାଦେଶ ବା ସବକଣ୍ଟିନେଣ୍ଟ ।ଏତେବଡ ଦେଶର ବହୁଧାବିଭକ୍ତ ବାୟୁମଣ୍ଡଳ,ଜଳବାୟୁ,ପାଣିପାଗ ଏସବୁର ସଠିକ ଆକଳନ ଓ ସାଧାରଣ ଜନତାର ଉପଯୋଗ ନିମନ୍ତେ ତା’ର ଉପଯୁକ୍ତ ଉପସ୍ଥାପନା ଏତେ ସହଜ ନୁହେଁ।ତା’ପରେ ପ୍ରାକ୍ ସ୍ବାଧୀନତା କାଳରେ ବିଜ୍ଞାନ ଏତେ ଅଗ୍ର -ଗତି କରିନଥିଲା,ତେଣୁ ସେ ସମୟରେ ପାଣିପାଗ ଅନୁମାନ ଓ ପରିବେଷଣ ଅତ୍ୟନ୍ତ କଠିନ ଥିଲା,ସେଇ ହେତୁରୁ ୧୮୬୪ରେ ପଶ୍ଚିମବଙ୍ଗରେ ଏକ ବଡଧରଣର ପ୍ରାକୃତିକ ଦୁର୍ବି -ପାକରେ ଅନେକ ଲୋକ ପ୍ରାଣ ହରାଇଲେ ।ସେ ସବୁର ନିରାକରଣ ସକାଶେ ୧୮୭୫ ଜାନୁଆରୀ ୧୫ରେ ଆରମ୍ଭ କରାଯାଇଥିଲା,’ଭାରତ ପାଣିପାଗ ବିଭାଗ’ କଲିକତା(ଆଜିର କୋଲକାତା)ରେ ।ଚଳିତ ୨୦୨୫ ଜାନୁଆରୀ ୧୫ରେ ଭାରତ ପାଣିପାଗ ବିଭାଗ ପାଳନ କରିଛି ତା’ର ୧୫୦ତମ ଜନ୍ମଜୟନ୍ତୀ।ଏକ କ୍ଷୁଦ୍ରସଂସ୍ଥାରୁ ଆଜିବିଶ୍ଵର ଅନ୍ୟତମ ବିଶାଳ, ପ୍ରମୁଖ,ଭରସାଯୋଗ୍ୟ ପାଣିପାଗ ଅନୁଷ୍ଠାନରେ ପରିଣତ ହୋଇପାରିଛି,ଭାରତ ପାଣିପାଗ ବିଭାଗ,ଯାହା ଆଜି କେବଳ ଭାରତ ନୁହେଁ,ଭାରତ ମହାସାଗର ଉପକୂଳସ୍ଥ ୧୩ଟି ଦେଶ ଏବଂ ମରିସସ ସହ ସାର୍କ ଦେଶଗୁଡିକୁ ମଧ୍ୟ ବାତ୍ୟାର ସଠିକ୍ ପୁର୍ବାନୁମାନ ଓ ସତର୍କତା ଜାରୀ କରିପାରୁଛି,ଫଳରେ ଅନେକ ଧନ ଜୀବନ ରକ୍ଷା ହୋଇପାରୁଛି।

ପାଣିପାଗର ସଠିକ୍ ଆକଳନ,ନିୟମିତ ଉପସ୍ଥାପନା,ସତର୍କତାଜାରୀ ଓ ବୈଜ୍ଞାନିକ ପୂର୍ବାନୁମାନର ପ୍ରାଥମିକ ଲକ୍ଷ୍ୟ ନେଇ ଗଢ଼ିଉଠିଥିବା ଭାରତ ପାଣିପାଗ ବିଭାଗ ଅଧୁନା ବିଶ୍ଵର ତୃତୀୟ ବିଖ୍ୟାତ ପାଣିପାଗ ସଂସ୍ଥା ।କିଛି(୭୭)ବର୍ଷାମାପକ ଯନ୍ତ୍ର(rain gauge meter)କୁ ନେଇ ଆରମ୍ଭ ହୋଇଥିବା ଭାରତ ପାଣିପାଗ ବିଭାଗ ପାଖରେ ଆଜି ୩୯ଟି "ଡପଲର"ପାଣିପାଗ ରାଡାର,ଇନସାଟ୍ ୩ଡି,୩ଡିଆର ଉପଗ୍ରହ ଯାହା ୧୫ମିନିଟକୁ ଥରେ ମେଘର ସ୍ଥିତି ଜଣାଏ।୮୦୬ଟି AWS(Automatic Weather Station)ବା ସ୍ବୟଂ -କ୍ରୀୟ ପାଣିପାଗ କେନ୍ଦ୍ର,୨୦୦ କୃଷି ସ୍ବୟଂକ୍ରୀୟ ପାଣିପାଗ କେନ୍ଦ୍ର,୫୮୯୬ ବର୍ଷାନୁମାନ କେନ୍ଦ୍ର,୮୩ ବିଜୁଳି ସେନସର ଓ ୬୩ଟି ପାଇଲଟ୍ ବେଲୁନ କେନ୍ଦ୍ର ରହିଛି,୨୦୨୩ ରିପୋର୍ଟ ଅନୁଯାୟୀ।ଉଲ୍ଲେଖଯୋଗ୍ୟ ୧୯୯୯ର ମହାବାତ୍ୟାରେ ଓଡ଼ିଶାର ଏକ ବିଶାଳ ଅଞ୍ଚଳ ପ୍ରଭା-ବିତ ହେବା ସହିତ ପ୍ରଚୁର ଧନ,ଜୀବନ ହାନି ହୋଇଥିଲା,ଅନେକ ଦିନ ପର୍ଯ୍ୟନ୍ତ ଥଇଥାନ ଓ ପୁନର୍ଵସତି ସମ୍ପୂର୍ଣ୍ଣ ହୋଇପାରିନଥିଲା,କାରଣ ସେତେବେଳେ IMD ଏତେଟା ପ୍ରଭାବ -ଶାଳୀ ନଥିଲା।୨୦୧୫ରେ ତ୍ୱରିତ୍ ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ଆକଳନ,୨୦୧୮ରେ ୬ମିନିଟିଆ ବାତ୍ୟା ସୂଚନା ଏବଂ ଆଜିକାର ଦିନରେ ଆହୁରି ଯଥେଷ୍ଟ ଉନ୍ନତତର ଉପଗ୍ରହ ପ୍ରଣାଳୀ ଅଧୁନା ଆଇଏମଡିର ପରିଚୟ। 

ଆଇଏମଡିର ଅଧୁନା ନିର୍ଦ୍ଦେଶକ ଅଛନ୍ତି ସ୍ୱନାମଧନ୍ୟ ଓଡିଆ ପାଣିପାଗ ବୈଜ୍ଞାନିକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର।"କିଛିଘଣ୍ଟାର ମୌସମ(ପାଣିପାଗ)ଆକଳନ କରୁପାରୁଥିବା  IMD ଆଜି ଏକ ପୁରା ସିଜନ୍ ବା ଏକ ସମ୍ପୃର୍ଣ୍ଣ କୃଷି କାଳଖଣ୍ଡର ପାଣିପାଗ ବିରତିହୀନ- ଭାବେ ଅତ୍ୟନ୍ତ ସଠିକତାର ସହିତ ପୂର୍ବାନୁମାନ କରିପାରୁଛି ଏହାର ଉନ୍ନତତର ଜଳବାୟୁ ଆକଳନ ମଡେଲ ଓ ଭାରତୀୟ ମହାକାଶ ସଂସ୍ଥା,ଇସ୍ରୋର କୃଷି ସୂଚନା ଉପଗ୍ରହ ମାଧ୍ୟମ -ରେ।",ଡଃ ମହାପାତ୍ର ।ସେ ଆହୁରି କହିଛନ୍ତି,ବର୍ତ୍ତମାନ ଆଇଏମଡିର ନିରୀକ୍ଷଣ,ଯୋଗା- ଯୋଗ,ମଡେଲିଂ ଓ ଭିତ୍ତିଭୂମିରେ ସୁଧାର ଆସିବାରେ ଏହାର ପାଣିପାଗ ଓ ଜଳବାୟୁ ଆକଳନରେ ଅନେକ ଉନ୍ନତି ଆସିପାରିଛି ।୨୦୧୪ ତୁଳନାରେ ୨୦୨୩ରେ ପାଣିପାଗ ସଂକ୍ରାନ୍ତୀୟ ଆକଳନର ସଠିକତା ୫୦% ବଢିଯାଇଛି ।ଏହାଦ୍ଵାରା ଗୁରୁତର ପାଣିପାଗ ଅବସ୍ଥାରେ ଧନଜୀବନ ହାନୀର ଆଶଙ୍କା ଆଶାତୀତଭାବେ କମ୍ ହୋଇପାରିଛି।୨୦୨୩ର ୫ଦିନିଆ ଆକଳନର ସଠିକତା ୨୦୧୭ର ଏକ ଦିନିଆ ପୂର୍ବାନୁମାନ ସଠିକତାକୁ ବଳି ଯାଇଛି।ବାତ୍ୟା ଅବପାତର ପୁର୍ବାନୁମାନ ପୁର୍ବାପେକ୍ଷା ଯଥେଷ୍ଟ ସଂକ୍ଷିପ୍ତ ଓ ନିର୍ଭୁଲ ହୋଇ- ପାରିଛି(୨୦କିମି ପରିସରର ୨୪ ଘଣ୍ଟିଆ ଆକଳନ)।ସମ୍ପ୍ରତି ପ୍ରବଳ ବର୍ଷାପାତ କ୍ଷେତ୍ରରେ ୮୦%,ବଜ୍ରପାତ କ୍ଷେତ୍ରରେ ୮୮% ଏବଂ ଥଣ୍ଡା ଓ ଗରମ ପ୍ରବାହ କ୍ଷେତ୍ରରେ ୮୮% ସଠିକ- ତା ବଜାୟ ରଖିପାରିଛି ୨୪ ଘଣ୍ଟିଆ ଆକଳନ ପରିପ୍ରେକ୍ଷୀରେ।

ଏହି ସୂଚନାକୁ ସର୍ବସାଧାରଣଙ୍କ ନିକଟରେ ସରଳ ଭାଷାରେ ପହଞ୍ଚାଇବା ସକାଶେ ଆଇଏମଡି,’ମୌସମ’ ନାମକ ମୋବାଇଲ ଆପ୍ଲିକେସନ ପ୍ରସ୍ତୁତ କରିଛି ଯାହା ଦେଶର କୋଣ ଅନୁକୋଣରେ ପାଣିପାଗ ଆକଳନ ପହଞ୍ଚାଇ ପାରୁଛି ତତକ୍ଷଣାତ୍।ବିକଶିତ ଦେଶ -ଗୁଡ଼ିକ ତୁଳନାରେ ଆମ ଦେଶର ବହୁଧା ବିଭକ୍ତ ଜଟିଳ ପାଣିପାଗ ସତ୍ତ୍ୱେ ଏହିସବୁ ପ୍ରଗତି ହାସଲ କରିପାରିଛି।ଏତେ ପ୍ରକାର ଆହ୍ୱାନ ସତ୍ତ୍ୱେ,’ଆମେରିକୀୟ ଜାତୀୟ ପାଣିପାଗ ସର୍ଭିସ୍’,ୟୁରୋପୀୟ ଜଳବାୟୁ କେନ୍ଦ୍ର ପରେ ଆମ ଆଇଏମଡି ବିଶ୍ଵର ତୃତୀୟ ଶ୍ରେଷ୍ଠ ପାଣି -ପାଗ ଆକଳକ ହୋଇପାରିଛି,ଏହା କିଛି କମ୍ ଉପଲବ୍ଧି ନୁହେଁ!ନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,୨୦୧୦ରେ ଯୁକ୍ତରାଷ୍ଟ୍ର ପାଣିପାଗ ସର୍ଭିସ୍’ ତୁଳନାରେ ଆମ ପାଣିପାଗ ସଠିକତା ୫୦% କମ୍ ଥିବାବେଳେ ଆଜିର ଦିନରେ ଏହା ୩୦% ଅଧିକ ସଠିକ୍ ସାବ୍ୟସ୍ତ ହୋଇଛି।ବର୍ତ୍ତମାନ ଆମ ସ୍ଥିତି ଅନେକ ବିକଶିତ ଦେଶ ସହିତ ସମକକ୍ଷ ବା ଉର୍ଦ୍ଧ୍ବରେ । ଅଧୁନା IMD ବିଶ୍ଵସ୍ତରୀୟ ହେବା ନିମନ୍ତେ,"ମିଶନ ମୌସମ"ନାମକ ଏକ ଯୋଜନା ଅଧୀ -ନରେ AI ବା କୃତ୍ରିମ ବୁଦ୍ଧିମତା,ମେଘ,ବାଦଲ ସୃଷ୍ଟିକାରୀ ବିଜ୍ଞାନଗାର(ଆଇଆଇଟିମ୍-ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ ମିଟିରିଓଲୋଜି,ପୁନେ)ଅଧିକ ସୁପର କମ୍ପ୍ୟୁଟର, ନୂତନ ଉପଗ୍ରହ,ରାଡାର ସଂଖ୍ୟାରେ ୧୫୦% ବୃଦ୍ଧି ସହିତ ଅନ୍ୟାନ୍ୟ ଅତ୍ୟାଧୁନିକ ଜ୍ଞାନ- କୌଶଳର ଉପଯୋଗରେ ମନୋନିବେଶ କରିଛି।ସୁଦୂରପ୍ରସାରୀ ଲକ୍ଷ୍ୟହେଲା ଭାରତକୁ ପାଣିପାଗ ଆକଳକରୁ ଉର୍ଦ୍ଧ୍ବକୁ ନେଇ ପାଣିପାଗ ପରିଚାଳକ ଏବଂ ପାଣିପାଗ ’ରେଡି’ ଓ ଜଳବାୟୁ ସ୍ମାର୍ଟ୍ ଦେଶରେ ପରିଣତ କରିବା।ଏହା ଭାରତକୁ ବିଶ୍ଵଗୁରୁରେ ପରିଣତ କରିବା ଦିଗରେ ଅନ୍ୟତମ ପ୍ରୟାସ ଯାହା ନିଃସନ୍ଦେହ !ଅତୀତରେ ବିଶ୍ଵବିଖ୍ୟାତ ହିନ୍ଦୀ ଚଳଚ୍ଚିତ୍ର- ରେ ପ୍ରସିଦ୍ଧିଲାଭ କରିଥିବା କିଛି ଗୀତ ହେଲା,’ହୋ ଆଜ ମୌସମ କିତନା ସୁହାନା ହୈ’,ଓ ’ଆଜ ମୌସମ ବେଇମାନ ହୈ’ ଇତ୍ୟାଦି।ସେହି ପ୍ରଖ୍ୟାତ ବେଇମାନ(ପ୍ରକୃତ ଅର୍ଥରେ) ମୌସମକୁ ସତର୍କ ସୂଚନା ମାଧ୍ୟମରେ ସୁହାନା ମୌସମଭାବେ ଉପସ୍ଥାପନା କରିବାର ସାମର୍ଥ୍ୟ ରଖେ,"IMD ବା ଭାରତ ପାଣିପାଗ ବିଭାଗ" ଯାହାପାଇଁ ତା’ର ୧୫୦ ବର୍ଷ ପୂର୍ତ୍ତିରେ ସାରା ଦେଶ ଆଜି ଗୌରବାନ୍ଵିତ ।

ମୋ : ୯୦୯୦୧ ୯୦୦୬୯


Reader Reviews

No reviews yet. Be the first to write one!