You can write and publish your own articles here.
Please download the app to get started.

Download App


ଦେହାତୀତ

ଦେବଯାନୀ ରାୟ

ସେଇ ନିଟୋଳ ରୂପରେ  ସମର୍ପି ଦେଇ  ନିଜକୁ

ସ୍ବପ୍ନ ଡ଼େଣାରେ ରଙ୍ଗ ମାଖିଛି

ବିଭୋର ପଣର

ଅବଚେତନାରେ ଚାହିଁଛି

ତୋ ଦେହ ବେଦୀର ମୁଖଶାଳାକୁ......


ପୁଣି ବି ସାଉଁଟିଛି  ନିଃ...ସ୍ବ...ହେବାର ଧୃଷ୍ଟତା

ଉପଲବ୍ଧ କରିଛି

ଅସ୍ଥିମଜ୍ଜାରେ ପ୍ରତିଟି 

ରକ୍ତ କଣିକାକୁ...


ଶତ ପଦ୍ମରେ ଭାସ୍ବର

ଦୀପ୍ତିମନ୍ତ ନିଶବ୍ଦ ସ୍ବରର

ଚିର ଇପ୍ସିତ ମାର୍ଗ -ମର୍ଗାନ୍ତରରୁ 

ଆସିବାକୁ ହେବ

ଆଲୋକର ବର୍ଣ୍ଣବିଭାକୁ.....


ପ୍ରଜ୍ଞା ପାଣ୍ଡିତ୍ଯର 

କପଟ ପ୍ରବଞ୍ଚନା

ସରଳ ସଠତା ଭେଦି

ପାପ-ପୂଣ୍ଯ

ନୀତି-ଅନୀତି

ରିଆଜ ସୁର୍ର ଧାରେ

ଉର୍ଦ୍ଧ୍ବତାର ଗର୍ଭ ଗୃହରେ

ଗୁଂଜରିତ ପ୍ରଣବ ମନ୍ତ୍ର

ଦେହଂ ଦେହୀର ଓଁ କାର

ବିଜୟ ସ୍ବରର ଅନ୍ତଃ କରଣରେ

ଦକ୍ଷ ଅଲଂଘ୍ଯତାରେ

ଦେହାତୀତ ହେବାକୁ........

 


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App