You can write and publish your own articles here.
Please download the app to get started.

Download App


ଜୀବନ୍ତ କାନ୍‌ଭାସ

ଶୁଭ୍ରା ସନ୍ତୋଷୀ ଗୌଡ଼

ରଂଗତୂଳୀ ଧରି ଆଜି ଆଙ୍କି ହୋଇଯାଏ

କାନଭାସ୍ ଉପରେ ରଂଗହୀନ

ଜାବନର ରୂପରେଖ,

ଅନ୍ଧାରି ଆଢୁଆଳେ ଝିଲମିଲ୍ ଦିଶେ

ସତେ ଅବା ଜୀବନର ଏ କି

ଦାରୁଣ କଥା କୁହା ଆଲେଖ୍ଯ !


ନୀଳ ଢେଉ ଯେବେ ଛୁଇଁଯାଏ କୂଳ

ବେଳାଭୂମି ତଟ ହୁଏ

ତା’ର ମିଳନସ୍ଥଳ,

 ସୀମାହୀନ ତା’ ବକ୍ଷ ଅସୀମ

ଆଖି ଲଙ୍ଘି ପାରେନା

ସେପାରି ଦରିଆ କୂଳ!


ମୁଁ, ମୋର କହି ଭସାଇ ଦିଏ ସେ

ମାନବିକତାର ଅମୂଲ୍ଯ ମୂଲ

ହେଲେ ସେ ଜାଣେନା

କେଉଁଠି କେମିତି ଚହଟେନା ଆଉ

ବିଶ୍ବାସ କି ଭରସାର ଫୁଲ

ଖାଲି ରୁହେ ବାକି 

ମୁଁ ଆଉ ମୋର ପଣର ଢାଲ!


ନଗ୍ନ ଚିତ୍ର ତା’ ଦୃଶ୍ଯମାନ ହୁଏ

ବାସ୍ତବ ରୂପର ସେ କଥା କୁହେ

ଗୋଟି ଗୋଟି କରି

ଛାପ ଛାଡି ଦେଇ ଯାଏ

ଜୀବନ ଭରେ କାନଭାସ୍ ଛବିରେ 

ବଖାଣେ ସେ ସତେ ଅବା

ନିଛୁକ ହଜିଲା କାହାଣୀର  କଥା

ଅବା ଲିଭିଲା ଛାତିର ବ୍ଯଥା !!


1209 ଆସ୍ଟର୍ କମନ୍ସ

ବ୍ରାନ୍ଡନ୍,ଫ୍ଲୋରିଡା-33511


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App