You can write and publish your own articles here.
Please download the app to get started.

Download App


ସନ୍ୟାସୀ

ହରିହର ତ୍ରିପାଠୀ

ଯେଉଁ ବିଶାଳ ଖେଳପଡିଆରେ ମୁଁ ପ୍ରାତଃଭ୍ରମଣ କରେ ତାର ଗୋଟେ କୋଣରେ ଚାଲିଥିଲା ରୋଷେଇ | ଚମତ୍‌କାର ଖିଚୁଡି | ପ୍ରସ୍ତୁତକର୍ତ୍ତା ଦୁଇଜଣ ସନ୍ୟାସୀ | ସନ୍ୟାସୀ ଦୁଇଜଣଙ୍କୁ ଦେଖି ପ୍ରାତଃଭ୍ରମଣ ବନ୍ଦକରି ଆଗ୍ରହାନ୍ବିତ ହେଲି ସକାଳୁ ସକାଳୁ ଟିକେ ସତ୍‌ସଙ୍ଗ କରିବା ନିମିତ୍ତ | ବୃଦ୍ଧ ସନ୍ୟାସୀଙ୍କୁ ପ୍ରଣାମ କଲି |
ଆଶୀର୍ବାଦ ମୁଦ୍ରାରେ ଥାଇ ପ୍ରଶ୍ନକଲେ ଚା ପିଇବ ?
ମନାକଲି |
ଆଉ ସବୁ କଣ ଖବର ? ପ୍ରଶ୍ନକଲେ ସେ |
ଭଲ | ଆପଣଙ୍କ ସହ ଟିକେ ସତ୍‌ସଙ୍ଗ ଲାଗି ମନବଳିଲା |
କ’ଣ କର ? ପ୍ରଶ୍ନକଲେ
ସାମ୍ବାଦିକ | କୁଣ୍ଠାର ସହ ଉତ୍ତରଦେଲି |
ତେବେ ତ ବହୁ ପଇସା କମଉଥିବ | ଯାହା ଦରମା ତାଠାରୁ ଢେର ଉପୁରି ବି ଥିବ | ସନ୍ୟାସୀଙ୍କ ଆଖିରେ ଚମକ  |
ମୋ ପେଶା ସମ୍ବନ୍ଧରେ ମୋଠାରୁ ଅଧିକ ଜାଣିଥିଲେ ସେ  | ପରେ ପରେ ଗପି ଚାଲିଲେ କେଉଁ ନେତା କେତେ କରିତକର୍ମା | କାହା ପାଖରେ କେତେ ଟଙ୍କା ଆଉ
କେତେ ଗୁଣ୍ଡା | କାହାର କ୍ଷମତା କେତେ | ଆତ୍ମା ପରମାତ୍ମାଙ୍କ ତୁଳନାରେ ନେତା ଓ ରାଜନୀତି ଦିଗରେ ତାଙ୍କର ଉତ୍କଣ୍ଠା ମତେ ହତାଶ କଲା | ପ୍ରଣାମ କଲି, ତୁରନ୍ତ ବିଦାୟ ନେବାକୁ ଉଦ୍ୟତ ହେଲି  |
ଏକ ସଜକଟା କଦଳୀପତ୍ରରେ ପ୍ରସ୍ତୁତ ହୋଇଥିଲା ଚମତ୍‌କାର ଠୋଲା | ଖିଚୁଡି ପରଶା ଯିବ |
ସକାଳର ସତ୍‌ସଙ୍ଗ ବ୍ୟର୍ଥ ହେବା ପରେ ଭାବୁଥିଲି - କେବଳ ସଂସାର ଛାଡିଲେ ହେବନି ମନରୁ ସଂସାର ପରିତ୍ୟାଗ କରିବାକୁ ହେବ ...... 


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App