You can write and publish your own articles here.
Please download the app to get started.

Download App


ବଳି ବନ୍ଦ ହୋଇପାରିବନି ?

ହରିହର ତ୍ରିପାଠୀ

ଏବର୍ଷ ବି ରକ୍ତରଞ୍ଜିତ ହେଲା ଶୁଲିିଆ ପୀଠ । ନିରୀହ ଜୀବଙ୍କ ରକ୍ତ ବୁହାଇ ପାଳିତ ହେଲା ପରମ୍ପରା । ପ୍ରଶାସନର ବାରଣ ସତ୍ତେ୍ୱ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ କୁଲୁତାପଡ଼ା ପଞ୍ଚାୟତର ଖଇରଗୁରା ଏବଂ କୁମୁରିଆ ଗାଁର ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପରିକ ରୀତିନୀତିରେ ନିଜର ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରିବା ସହ ବଳି ପକାଇଛନ୍ତି । ଏଠାରେ ଶତାଧିକ ପଶୁଙ୍କୁ ବଳି ଦିଆଯାଇଛି । ସୂଚନାଯୋଗ୍ୟ ଶୁଲିିଆପୀଠରେ ବଳି ପକାଇବା ଉପରେ ପ୍ରଶାସନ ଯଦିଓ କଟକଣା ଲଗାଇ ନାହିଁ ତଥାପି ବଳି ପକାଇବାକୁ ବାରଣ କରାଯାଇଥିଲା । ହେଲେ ଏହାକୁ କେହି ବି ମାନି ନାହାନ୍ତି । ୪ ଜଣ ମାଜିଷ୍ଟ୍ରେଟ୍, ପୁଲିସ୍ ଅଧିକାରୀ ଓ ପୁଲିସ୍ ଫୋର୍ସ ଆଗରେ ଆଦିବାସୀ ଲୋକେ ପରମ୍ପରା ଅନୁସାରେ ବଳି ପକାଇ ସେମାନଙ୍କ ଦେବଦେବୀଙ୍କୁ ସନ୍ତୁଷ୍ଟ କରିଛନ୍ତି ।
ଶୁଲିିଆ ଯାତ୍ରାର ବଳିକୁ ନେଇ ଦୀର୍ଘବର୍ଷ ହେଲା ବିବାଦ ଲାଗି ରହିଥିଲେ ବି ଏହି ବଳିକୁ ବନ୍ଦ କରାଯାଇ ପାରୁନାହିଁ । ଲୋକଙ୍କ ପାରମ୍ପରିକ ପ୍ରଥା ଉପରେ ହସ୍ତକ୍ଷେପ କରିବାକୁ ପ୍ରଶାସନ ସାହସ ଜୁଟାଇପାରୁ ନାହିଁ । ସୂଚନାଯୋଗ୍ୟ ଏହି ଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଆଦିବାସୀ ଲୋକେ ଯୋଗ ଦେଇଥାନ୍ତି । ପ୍ରତିବର୍ଷ ଯାତ୍ରାସ୍ଥଳରେ ଏସ୍ପି ଓ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଜଣେ ଡିଏସ୍ପି ଓ ପ୍ରାୟ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଉଥିବା ବେଳେ ଏହି ପ୍ରଶାସନିକ ଅଫିସରମାନଙ୍କ ଆଗରେ ଶୂଳିଆପୀଠମାନଙ୍କରେ ଶହ ଶହ ସଂଖ୍ୟାରେ ପୋଢ଼, ଛେଳି, ମେଣ୍ଢା ଓ କୁକୁଡ଼ା ବଳି ଦିଆଯାଇଥାଏ ।
ସଭ୍ୟ ସମାଜରେ ବଳି ଏକ ଘୃଣ୍ୟପ୍ରଥାଭାବେ ସ୍ୱୀକୃତ । ତଥାପି ଦଶହରା, କାଳିପୂଜା ଅବସରରେ ଏବେବି କେଉଁଠି ନା କେଉଁଠି ଲୁ·େ·ରାରେ ଛେଳିଟିଏ, କୁକୁଡ଼ା ବା ମଇଁଷି ବଳି ଦିଆଯାଉଛି । ପୂର୍ବରୁ ଉପକୂଳବର୍ତ୍ତୀ ଅଞ୍ଚଳର ଦେବୀପୀଠଗୁଡିକରେ ଶହ ଶହ ସଂଖ୍ୟାରେ ଜୀବ ବଳି ପଡୁଥିବା ବେଳେ ଏବେ ଅନେକ ଜାଗାରେ ବଳି ବନ୍ଦକରାଯାଇଛି ସତ ମାତ୍ର ପରମ୍ପରାକୁ ମାନିବା ଲାଗି ଗୋଟେ ଦୁଇଟା ଜୀବଙ୍କୁ ହତ୍ୟା କରାଯାଇ ବଳି ଦିଆଯାଉଛି । ଏ ଦେଶର ଆଇନ କାନୁନ କୌଣସି ପଶୁପକ୍ଷୀଙ୍କ ପ୍ରତି ହିଂସା ଆଚରଣ କରିବାକୁ ବାରଣ କରିଥିବା ବେଳେ ସେମାନଙ୍କୁ କାଟି ବଳିଦେବାକୁ ତ କେବେ ବି ସମର୍ଥନ କରେନାହିଁ । ଏହି ମର୍ମରେ ୨୦୦୬ ମସିହାରୁ ଓଡ଼ିଶାର ହାଇକୋର୍ଟ ଶୁଲିଆ ପୀଠରେ ବଳିପ୍ରଥା ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇସାରିଛନ୍ତି । ସେବେଠାରୁ ପ୍ରତିବର୍ଷ ପ୍ରଶାସନ ଅଣ୍ଟାଭିଡୁଛି ବଳିପ୍ରଥାକୁ ବନ୍ଦ କରିବାକୁ ହେଲେ ବ୍ୟର୍ଥ ହେଉଛି ।
ମାନବସଭ୍ୟତା କ୍ଷିପ୍ର ଗତିରେ ବିକାଶଲାଭ କରୁଛି । ବିଜ୍ଞାନର ପ୍ରଗତି ମଣିଷକୁ ସବୁବେଳେ ନୂଆନୂଆ ତଥ୍ୟର ସନ୍ଧାନ ଦେଉଛି ଓ ସେ ସତ୍ୟର ନିକଟବର୍ତ୍ତୀ ହେଉଛି ବୋଲି ଦାବିକରୁଛି । ଯାହାଯୋଗୁଁ ଅନ୍ଧବିଶ୍ୱାସ, କୁସଂସ୍କାର ଆଦି ଦୂରହେଉଛି । ଆଦିବାସୀମାନେ ଆଉ ବିଚ୍ଛିନ୍ନ ଜଙ୍ଗଲମୂଲକରେ ନାହାନ୍ତି । ଜଙ୍ଗଲକୁ ପକ୍କା ସଡ଼କ ହେଲାଣି, ଗାଡିଘୋଡ଼ା ·ଲିଲାଣି, ସେଠାରେ ସାଟେଲାଇଟ୍ ଦୂରଦର୍ଶନ ସେବା ଉପଲବ୍ଧ ଏବଂ ଆଧୁନିକ ଜୀବନଶୈଳୀର ସବୁ ସୁବିଧା ସହରପରି ସେଠାରେ ପାଇବା ସମ୍ଭବ ହେଲାଣି । କେବଳ ସେତିକି ନୁହେଁ ସେମାନେ ଏବେ ସଭ୍ୟ, ଶିକ୍ଷିତ ତଥା ଯେକୌଣସି ଆଧୁନିକ ଲୋକଙ୍କ ସହ ସମକକ୍ଷ । ସେମାନଙ୍କ ନେତାମାନେ ରାଜଧାନୀରେ, ବିଧାନସଭାରେ ପ୍ରଭାବ ବିସ୍ତାର କରିପାରୁଛନ୍ତି । ଏତେ ପ୍ରଗତି ସତ୍ତେ୍ୱ ଆମେ କହିପାରିବାକି ବଳିପ୍ରଥା ମାଧ୍ୟମରେ ନିରୀହ ପଶୁମାନଙ୍କୁ ହତ୍ୟା କରିବାଟା ଯେ ଭୁଲ୍ ଏକଥା ଆଦିବାସୀ ଲୋକେ ବୁଝିବେ ନାହିଁ ? ପରମ୍ପରା ନାଁରେ ନିରୀହ ପଶୁପକ୍ଷୀଙ୍କ ରକ୍ତରେ ଦେବପୀଠକୁ ରକ୍ତରଞ୍ଜିତ କରିବାକୁ ସେ ଅଞ୍ଚଳର କେତେଜଣ ନେତା ବିରୋଧ କରିଛନ୍ତି ? ସବୁ କୋର୍ଟ କରିବେ, ସବୁ ଆଇନକାନୁନ ଦ୍ୱାରା ହେବ ଏକଥା ସମ୍ଭବ ନୁହେଁ । ଏହା ଏକ ସାମାଜିକ କୁସଂସ୍କାର । ତେଣୁ ଏହାର ସମାଧାନ ମଧ୍ୟ ସାମଜଭିତରୁହିଁ ସଚେତନତା ଜରିଆରେ ହୋଇ ପାରିବ ।
ପ୍ରତିବର୍ଷ ଶୁଲିଆଯାତ୍ରା ଅବସରରେ ସ୍ଥାନୀୟ ବିଧାୟକ, ନେତା, ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥାନ୍ତି । ବଳି ସମୟରେ ଉପସ୍ଥିତ ଥିବା ବା ଯାତ୍ରାରେ ଯୋଗଦେଇଥିବା ସମସ୍ତ ବ୍ୟକ୍ତିବିଶେଷ ଯେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ସେକଥା ନୁହେଁ, ହେଲେ ପରମ୍ପରା ବିରୁଦ୍ଧରେ ପାଟି ଫିଟାଇବାକୁ ଏମାନେ ସାହସ କରନ୍ତି ନାହିଁ । ବିଶେଷକରି ଲୋକମାନଙ୍କର ଭାବାବେଗ ସହିତ ଜଡିତ ପରମ୍ପରା ବିରୁଦ୍ଧରେ କହିଲେ ଭୋଟ୍ ହରାଇବାର ଭୟ ରହୁଥିବାରୁ ଶୁଲିଆଯାତ୍ରାରେ ଭାଗନେଉଥିବା ରାଜନେତା ଓ ସଚେତନ ଲୋକେ କେବେ ବି ଏହି କୁତ୍ସିତ ବଳିପ୍ରଥା ବିରୁଦ୍ଧରେ ପଦୁଟେ କହିନାହାନ୍ତି । ସବୁସମୟରେ ଏମାନେ ଲୋକଙ୍କୁ ସୁହାଇଲା ପରି କଥା କହନ୍ତି । ଲୋକଙ୍କ ଭିତରେ ସତ୍ୟଭାବନାର ପ୍ରସାର କରାଇବା, ସେମାନଙ୍କ ଭିତରୁ ଅନ୍ଧବିଶ୍ୱାସ ଦୂରକରାଇବା, ପରମ୍ପରା ନାଁରେ ଚଳିଆସୁଥିବା ନିର୍ଦ୍ଦୟ ପ୍ରଥାକୁ ଲୋପ କରାଇବାରେ ସଚେତନତା ଆଣିବା କ’ଣ ଏକ ରାଜନେତାର କର୍ତ୍ତବ୍ୟ ନୁହେଁ ?? ଉପକୂଳବର୍ତ୍ତୀ ଜିଲ୍ଲାର ଅନେକ ମନ୍ଦିରେ ଚଳିଆସୁଥିବା ବଳିପ୍ରଥାକୁ ଏହି ଅଞ୍ଚଳର ଅନେକ ଜନସେବୀ, ରାଜନେତା ତୀବ୍ର ବିରୋଧ କରିବା ଦ୍ୱାରା ଏବେ ସେସବୁ ବନ୍ଦ ହୋଇପାରିଛି । ତେଣୁ ଶୁଲିଆ ପୀଠର ବଳି ଯେ ବନ୍ଦ ହୋଇପାରିବନି ଏକଥା କୁହାଯାଇ ପାରିବ କି ? କିନ୍ତୁ ଏହି ଅଞ୍ଚଳର ନେତାଏ ସେକଥା କରନ୍ତିନି ବରଂ ଏହି ପୀଠରେ ଉପସ୍ଥିତ ରହି ନିରୀହ ପଶୁରକ୍ତର ହୋରିକୁ ଉପଭୋଗ କରନ୍ତି ଓ ଏକ ଭୁଲ୍ ପରମ୍ପରାକୁ ପ୍ରୋତ୍ସାହିତ କରନ୍ତି । ଏସବୁ ଏମାନେ କରନ୍ତି କେବଳ ଲୋକଙ୍କ ନିକଟରେ ନିଜର ସ୍ଥିତି ବଜାୟ ରଖିବା ଲାଗି ।
ସଭ୍ୟ ସମାଜର ଲୋକେ ବୁଝନ୍ତିନାହିଁ ହେଲେ ସରଳ ନିରୀହ ଆଦିବାସୀମାନେ ଅତି ସହଜରେ ବୁଝି ପାରନ୍ତି । ସେମାନଙ୍କ ଭିତରେ ସଚେତନତା ଜାଗ୍ରତ କରିବା ଦିଗରେ ରାଜନେତା, ସ୍ୱେଚ୍ଛାସେବୀ ସଂଗଠନମାନେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ପ୍ରକୃତିର ସୁରକ୍ଷା ଲାଗି ପ୍ରାଣବଳୀ ଦେବାକୁ ସବୁବେଳେ ପ୍ରସ୍ତୁତ ରହୁଥିବା ପ୍ରକୃତିମାତାର ସନ୍ତାନ ଭିତରେ କେବଳ ଜାଗରଣ ଆଣିବାର ଅଛି । ଦେବତା ରକ୍ତ ନୁହେଁ ବରଂ ଶ୍ରଦ୍ଧାର ଅଶ୍ରୁ·ହେଁ ଏଇଭାବନାର ପ୍ରସାର କରାଇବାର ଅଛି । ମାତ୍ର ଏହା ହୋଇ ପାରୁନି । କାରଣ ରାଜନେତାମାନେ ଏହା କରାଇ ଦେବାକୁ ·ହୁଁନାହାନ୍ତି କି ପ୍ରଶାସନ ଏ ଦିଗରେ ମନ ଦେଉନି । କେବଳ ଘୋଷଣା କରିଦେଇ ଚୁପ୍ ରହୁଛି । ବଳି ପଡି·ଲିଛି ।


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App