ମାନ ଉଦ୍ଧାରଣ କର ହେ କାରଣ
ଉପେନ୍ଦ୍ର ଭଞ୍ଜ
(ରାଗ ଚିନ୍ତାକାମୋଦୀ, ତାଳ ତ୍ରିପଟା)ମାନ ଉଦ୍ଧାରଣ କର ହେ କାରଣଶରଣ ମୁଁ ତୁମ୍ଭ ପାଦତଳେ ।ଅନାଥର ନାଥ ନୀଳଗିରି ନାଥଜଗନ୍ନାଥ ନାମ ନୀଳାଚଳେ ।ମହୋଦଧୀ କୂଳେ କଳ୍ପବଟ ମୂଳେବିଜେ କରିଛ ବଡ଼ ଦେଉଳେ ।ଲକ୍ଷେ ଯୋଜନରେ ବାରଣ ଚିନ୍ତିଲାତା ଡାକ ଶୁଣିଲ ପଶା ଖେଳେ ।ମାରକଣ୍ଡ ୠଷି ଯାଉଥିଲେ ଭାସିଉଦ୍ଧରି ଧଇଲ ବାହୁତଳେ ।କିଷ୍କିନ୍ଧାକୁ ଗଲ ବାଳି ବିନାଶିଲବନ୍ଧ ହେ ବାନ୍ଧିଲ ସିନ୍ଧୁଜଳେ ।ଲଙ୍କାରେ ରାବଣ ବଧିଲ ଆପଣଜନକ ନନ୍ଦିନୀ ସୀତାଛଳେ ।ଯୁଧିଷ୍ଠିର ବୋଲେ ହସ୍ତିନାକୁ ଗଲଭୋଜନ କଲ ବିଦୁର ଘରେ ।କୁରୁସଭା ତଳେ ପାଞ୍ଚାଳି ଚିନ୍ତିଲାକୋଟି ବସ୍ତ୍ର ଦେଲ ଅବହେଳେ ।ବନପୋଡ଼ି କାଳେ ଘୋର ଦାବାନଳୁଉଦ୍ଧରି ଧଇଲ ବ୍ରଜବାଳେ ।ଭଣେ ଉପଇନ୍ଦ୍ର କବିକୁଳଚନ୍ଦ୍ରଶରଣ ମୁଁ ତୁମ୍ଭ ପାଦତଳେ ।....Read More
Category: କବିତା (ପୁରାତନ) | Language: Odia
- 24 May, 2025
- By ଉପେନ୍ଦ୍ର ଭଞ୍ଜ
