ସଂସ୍କାର

ରଶ୍ମିତା ଦାସ

ସେଦିନ ରାତିରେ ହଠାତ୍ ନିଦରେ ଏମିତି ଏକ ସ୍ଵପ୍ନ ଦେଖି ଚମକି ପଡ଼ିଲା ସ୍ଵାତୀ…. ବିଛଣାରୁ ଉଠି ବସି ପଡିଲା ମାତ୍ରକେ ସ୍ବାମୀ ଅରୁଣଙ୍କ ନିଦ ମଧ୍ୟ ଭାଙ୍ଗିଗଲା ଓ ଉଠି ପଚାରିଲେ… “କଣ ହେଲା, କାହିଁକି ଏମିତି ଉଠିଲ,କିଛି ଖରାପ ସ୍ବପ୍ନ ଦେଖିଲ କି?ଦେହ ତାର ଥରୁଥିଲା ଓ ସେ କିଛି ଖୋଜିବା ମୁଦ୍ରାରେ ଏଣେତେଣେ ଚାହିଁ ହେଉଥିଲା” ହେଲେ କେହିତ କୁଆଡେ ନଥିଲେ….!!ଅରୁଣ ସ୍ଵାତୀକୁ ପାଣି ଗ୍ଲାସଟା ବଢେଇ ଦେଇ କହିଲେ “ନିଅ ପାଣି ଟିକେ ପିଇ ଦେଲ ଆଶ୍ୱସ୍ତି ଲାଗିବ” ।ମୁହୂର୍ତ୍ତେ ଛାଡ଼ି ପୁଣି କହିଲେ କୁହତ କଣ ସ୍ବପ୍ନ ଦେଖିଲ? ସ୍ଵାତୀ ପାଣିପିଇ କିଛି ସମୟ ଗୁମ ହେଇ ବସି ରହିଲା । ତା’ ପରେ ଧିରେ ଧିରେ ନିଜ ସ୍ୱରୁପକୁ ଫେରି ଅରୁଣକୁ କହିଲା…. ଏଇ କିଛି ସମୟ ପୂର୍ବରୁ ମୁଁ ଏକ ଅଦ୍ଭୁତ ସ୍ବପ୍ନ ଦେଖିଲି । ମୋ ସ୍ଵପ୍ନରେ ମୋ ବାପା.......

Category: ଗଳ୍ପ (ଆଧୁନିକ) | Language: Odia