ସ୍ମାର୍ଟଫୋନ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି
ସଂଗୃହୀତ
କୁନି କୁନି ପିଲମାନେ ଆଜିକାଲି ବହି ପଢିବା କିମ୍ବା ଖେଳକୁଦ କରିବା ବଦଳରେ ସ୍ମାର୍ଟ ଫୋନରେ ଅଧିକାଂଶ ସମୟ ବିତାଉଛନ୍ତି | ପିଲାମାନଙ୍କର ଏପରି ଅଭ୍ୟାସରେ ବାପାମାଆ ଖୁବ୍ ଅତିଷ୍ଟ ହୋଇଗଲେଣି। ଏହା କେବଳ ବାପାମାଆଙ୍କୁ ନୁହେଁ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ମଧ୍ୟ ଚିନ୍ତାରେ ପକାଇଛି। କାରଣ ଏଥିପାଇଁ ପିଲାମାନଙ୍କ ଶାରୀରିକ ଏବଂ ମାନସିକ ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପଢୁଛି। ପିଲାମାନେ କେତେ ସମୟ ଫୋନ୍ ଦେଖିବା ଠିକ୍?ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, 6 ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନେ ଘଣ୍ଟାଏ କିମ୍ବା ଦୁଇ ଘଣ୍ଟାରୁ ଅଧିକ ସମୟ ଫୋନ୍ ଦେଖିବା ଉଚିତ୍ ନୁହେଁ। 18 ମାସରୁ କମ୍ ଅର୍ଥାତ୍ ଦେଢ ବର୍ଷର ଛୁଆଙ୍କୁ ଆଦୌ ଫୋନ୍ ଦେଖିବାକୁ ଦିଅନ୍ତୁ ନାହିଁ। ଫୋନ୍ କିମ୍ବା ଟିଭି ସ୍କ୍ରିନର ବ୍ୟବହାର ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ, ଶୋଇବା ଚକ୍ର ଏବଂ ଶାରୀରିକ କାର୍ଯ୍ୟକଳାପ ଉପରେ ନକାରାତ୍ମକ ପ୍ରଭାବ.......
Category: ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ | Language: Odia
- 21 Apr, 2025
- By ସଂଗୃହୀତ