ଉଠରେ ପୁତା ଉଠ

ଲୋକ କାହାଣୀ

ଅଗନା ଅଗନି ବନସ୍ତ । ମଝିଆ ମଝି ଟୁବି ଚୁଆଟାଏ । କୂଳରେ ଥାଏ ଗୋଟିଏ ଝଙ୍କା ବରଗଛ । କୋଉ କାଳରୁ ସେଥିରେ ପାତି କାଉଟିଏ ଆଉ କପୋତୀଟିଏ ବାସ କରୁଥାନ୍ତି । ଦିହେଁ ଭାରି ସାଙ୍ଗ। ସଙ୍ଗାତ ବସିଥାନ୍ତି । ରାତି ପାହୁ ନ ପାହୁଣୁ ଦିହେଁ ଆହାର ଖୋଜିବାକୁ ବାହାରି ଯାଆନ୍ତି । ସଞ୍ଜ ଗଡ଼ିଲେ ବସାକୁ ଫେରି ସୁଖ ଦୁଃଖ ଭଲ ମନ୍ଦ ବିଷୟରେ କଥା ଭାଷା ହୁଅନ୍ତି । କାଉର ଗୋଟିଏ ପୁଅ ଆଉ କାପୋତୀଟିର ବି ଗୋଟିଏ ପୁଅ । ସେ ଦୁଇଜଣ ବି ଏକା ବୟସର । ଭାରିସାଙ୍ଗ । ଖେଳାବୁଲାରେ ସମାନଙ୍କ ସମୟ ଯାଏ । କାଉ ପୁଅଟା ଭାରି ଚାଲାକ । ତା ତୁଳନାରେ କପୋତୀର ପୁଅ ଟିକେ ମାନ୍ଦା । ଯାହା ହେଲେ ବି ଏ ଦୁହେଁ କେହି କାହାକୁ ଘଡ଼ିଏ ଛାଡ଼ନ୍ତି ନାହିଁ।ଦିନେ ପାତି କାଉ.......

Category: ଗଳ୍ପ (ପୁରାତନ) | Language: Odia