ବରଗଛ

ରବି କାନୁନଗୋ

“ଆଜ୍ଞା, ଯଦି କଚିରି ଆଡେ ଯାଉଥା’ନ୍ତି ମତେ ଟିକେ ଟ୍ରେଜେରି ପାଖରେ ଛାଡି ଦିଅନ୍ତେନି?”ମେ’ ମାସ । ଆଉରି ବାରଟା ବାଜି ନଥାଏ । ଆକାଶରୁ ନିଆଁ ବର୍ଷୁଥାଏ । ଶିଷ୍ଟ ଓ ଭଦ୍ରଲୋକ ଜଣେ ବୃଦ୍ଧଙ୍କ ଏ ଅନୁରୋଧ ରଖିବାରେ କିଛି ଅସୁବିଧା ନ ଥିଲା । କାରଣ ମୁଁ ଯାଉଥିବା ରାସ୍ତାରେ ହିଁ ଟ୍ରେଜେରି । ଧାସରୁ ରକ୍ଷା ପାଇବାକୁ ସେ ମୁହଁ ଓ ମଥା ଘୋଡ଼ାଇଥିଲେ ଖଣ୍ଡିଏ ସଫା ମାଣିଆବନ୍ଧି ଗାମୁଛାରେ । ପିନ୍ଧିଥିଲେ ଧୋତି ଓ ହାପ୍‌ସାର୍ଟ । ଆଖିରେ ମୋଟା କାଚ ଚଷମା । ରୁଚିଶୀଳ । କେବଳ ଅମେଳ ଦେଖା ଯାଉଥିଲା ତାଙ୍କ ହାତରେ କନା ବସ୍ତାନି । ଟ୍ରେଜେରିକି ହୁଏତ ପେନ୍‌ସନ୍ ସକାଶେ ଯାଉଥିବେ । ନ ହେଲେ ପାଖାପାଖି ଅନେକ ଅଫିସ । ଆଉ କେଉଁଠି କ’ଣ କାମ ଥିବ । ଟ୍ରେଜେରି ଏକ ଜଣା ନାଁ । ତେଣୁ.......

Category: ଗଳ୍ପ (ଆଧୁନିକ) | Language: Odia