ମାଦଳାପାଞ୍ଜି - ରାଜଭୋଗ ଇତିହାସ

ଆର୍ତ୍ତବଲ୍ଲଭ ମହାନ୍ତି

କୋଟିବ୍ରହ୍ମା ପ୍ରଳୟ ଯେବେ ହୋଇ ତେବେହେଁ ଶ୍ରୀପୁରୁଷୋତ୍ତମ ନ ତେଜନ୍ତି ଦେବରାଏ-। ବ୍ରହ୍ମାଙ୍କୁ ଦିବସକେ ବିଷ୍ଣୁ ଦ୍ୱାଦସ ଅବତାର । ସଂସାର ଯେ ଭିଆଇଲେ ବେଦବର । ସତ୍ୟ, ତ୍ରେତୟା, ଦ୍ୱାପର, କଳି, ଏରୂପେ ଚାରି ଯୁଗରେ ଗଣ୍ଡାଏ ହୋଅଇ । ଏରୂପେ ସହସ୍ର ଗଣ୍ଡାରେ ବ୍ରହ୍ମାଙ୍କ ଦିବସେ ହୋଅଇ । ଏହି ଦିବସ ରାତ୍ରେ ତିରିସ ଦିବସରେ ମାସେ ହୋଅଇ । ତେବେ ସେ ନିଦ୍ରା ଯାନ୍ତି ବେଦପତି । ଏହି ଦିବସ ରାତ୍ରେ ତିରିସ ଦିବସରେ ମାସେ ହୋଇ । ଏ ମାସରେ ବାରମାସରେ ବରସେ ବୋଲାଇ । ଏହି ବରସ ସଏ ଅଷ୍ଟଉତ୍ତର ବରସରେ ବ୍ରହ୍ମା ନାସ ଯାଇ । ଯେତେବେଳେ ବ୍ରହ୍ମା ନାସ ଯାଇ ତେତେବେଳେ ପ୍ରଳୟ ହୋଅଇ । ଜଳ ଦସଦିସ ଘୋଟଇ । ଏରୂପେ ଉତ୍ତପତି ପ୍ରଳୟ ହୋଇଲେ ତହୁଁ ବିଷ୍ଣୁ ଅନନ୍ତ ସଜ୍ଜାରେ ସୋଇଲେ । ଦିବସେ ଯାଇ ଏ.......

Category: ମନ୍ତ୍ର ଏବଂ ଶ୍ଳୋକ | Language: Odia