ନିଦ ମାଉସୀ
ନନ୍ଦକିଶୋର ବଳ
ନିଦ ମାଉସୀ ନିଦ ମାଉସୀ ହେମ ଘରକୁ ତୁ ଆଆ,ଆଖି ଦୁଇଟି ବୁଜେଇ ଦେଇ ଶୋଇ ପକେଇ ଯାଆ ।ନିଦ ମାଉସୀ ନିଦ ମାଉସୀ ଦୋଳି ଖେଳାଇବୁ,ଝୁଲେଇ ଝୁଲେଇ ହେମକୁ ଆମର ନିଦରେ ହସାଇବୁ ।ନିଦ ମାଉସୀ ନିଦ ମାଉସୀ ହେମ ପାଖରେ ଥିବୁ,ଯେତକ୍ୟାକ ଭଲ ସପନ ହେମକୁ ଦେଖାଇବୁ ।ନିଦ ମାଉସୀ ନିଦ ମାଉସୀ ହେମ ଆଖିରେ ଥିବୁ,କାଆ କାଆ କରି କାଉ ରାବିଲେ ଘରକୁ ବାହୁଡ଼ି ଯିବୁ ।....
Category: କବିତା (ପୁରାତନ) | Language: Odia
- 25 Dec, 2025
- By ନନ୍ଦକିଶୋର ବଳ