You can write and publish your own articles here.
Please download the app to get started.

Download App

ଘରଚଟିଆ

ନନ୍ଦକିଶୋର ବଳ

ଘରଚଟିଆରେ ଘରଚଟିଆ,ଅଟୁ ପରା ତୁ ଟିକି ଚଢ଼େଇତୋତେ ଦେଖିଲେରେ ପୁରୁଣା ବନ୍ଧୁଟିପିଲାଦିନ କଥା ଭାବେଟି ମୁହିଁ ।ଖପ ଖପ କରି ଡେଇଁ ଡେଇଁ ଯାଉଉଡ଼ିଯାଇ ପିଢ଼ା ବାଡ଼ରେ ବସୁ,ଯେତେ ଯତ୍ନ କରେ ତୋତେ ଧରିବାକୁଚାହୁଁ ଚାହୁଁ ତୁହି ପାଖରୁ ଖସୁ ।ଏଡ଼େ ଟିକି ପକ୍ଷୀ କେତେ ତୋର ବଳଦେଇଛନ୍ତି ତୋତେ ପରମେଶ୍ୱର;ଯେତେ ବୁଦ୍ଧିବଳ ଥାଉ ମନୁଷ୍ୟରଉଡ଼ିବା ଶକତି ନାହିଁ ତାହାର ।ହାତୀ ଘୋଡ଼ା ବାଘ ଯେତେ ବଡ଼ ହେଉତୋପରି କ୍ଷମତା ନାହିଁ ତାଙ୍କର;ପାଖେ ବସିଯାଉ ଧାନ ଖୁଣ୍ଟି ଖାଉଉଡ଼ି ବସୁ ପିଢ଼ା ବାଡ଼ ଉପର ।ଧନ୍ୟ ସେ ଇଶ୍ୱର ବଳ ଦୁର୍ବଳରଯାହାର ଯା ଲୋଡ଼ା ଦିଅନ୍ତି ତାହା;ହାତଯୋଡ଼ି ତାଙ୍କୁ ଜଣାଉଛି ମୁହିଁଜ୍ଞାନବଳେ ମୋର ହୁଅନ୍ତି ସାହା ।ତୁହିରେ ଯେପରି ଉଡ଼ି ଯାଇକରିନିରାପଦେ ରହୁ ଗଛ ଉପରେ;ମୁହିଁ ସେହିପରି ଜ୍ଞାନଲାଭ କରିପ୍ରବଳ ହାତରୁ ତରିବି ଥରେ ।....Read More

Category: କବିତା (ପୁରାତନ) | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App