ମାସିକ ଶିବରାତ୍ରି

ରାଜଲକ୍ଷ୍ମୀ

ଶିବଙ୍କ ଆରାଧନା ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ଓ ଭକ୍ତିମୟ କାର୍ଯ୍ୟ ବୋଲି ମନେ କରାଯାଏ । ଭଗବାନ ଶିବ ହେଉଛନ୍ତି ପରମ କଲ୍ୟାଣକାରୀ ମଙ୍ଗଳମୟ | ବ୍ରହ୍ମା, ବିଷ୍ଣୁ ଓ ଶିବ — ଏହି ତ୍ରିମୂର୍ତ୍ତିଙ୍କ ମଧ୍ୟରୁ ସଂହାର ଶକ୍ତିର ପ୍ରତୀକ ହେଲେ ମହାଦେବ | ତାଙ୍କର ଆରାଧନା ଶକ୍ତି, ଶାନ୍ତି, ଓ ମୋକ୍ଷ ପ୍ରାପ୍ତି ପାଇଁ କରାଯାଏ । ଶିବ ଅପରିଗ୍ରହୀ ଓ ତ୍ୟାଗୀ ଭଗବାନ | ବିଲ୍ବ (ବେଳ) ପତ୍ର ଶିବଙ୍କୁ ଅତି ପ୍ରିୟ। ଏହି ପତ୍ର ଦ୍ୱାରା ତାଙ୍କୁ ପୂଜା କଲେ ପୁଣ୍ୟ ମିଳେ । ଜଳ, ଦୁଧ, ଘୃତ, ମଧୁ ଓ ଦହି ଦ୍ୱାରା ଶିବଲିଙ୍ଗକୁ ଅଭିଷେକ କରାଯାଏ । ଓମ୍ ନମଃ ଶିବାୟ ମନ୍ତ୍ର ଜପ – ଏହା ଶିବଙ୍କ ଅନନ୍ୟ ମନ୍ତ୍ର, ଯାହା ଜପ କଲେ ମନ ଶାନ୍ତ ହୁଏ ଓ.......

Category: ସଂସ୍କୃତି ଓ ପରମ୍ପରା | Language: Odia