ଆମ ପାକସ୍ଥଳୀ ଏବେ ଡଷ୍ଟବିନ୍ ! - ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର
ରାଜଲକ୍ଷ୍ମୀ
ବର୍ତ୍ତମାନ ସମୟରେ ଲୋକମାନଙ୍କ ଖାଇବା, ଶୋଇବା ସମୟ ଠିକ୍ ରହୁନାହିଁ। ଲୋକମାନେ ମାତ୍ରାଧିକ ଚର୍ବିଯୁକ୍ତ କିମ୍ବା ସର୍କରାଯୁକ୍ତ ଖାଦ୍ୟ ଖାଉଛନ୍ତି। ଆମ ପାକସ୍ଥଳୀକୁ ଆମେ ଡଷ୍ଟବିନ୍ କରିଦେଇଛନ୍ତି ବୋଲି କହିଛନ୍ତି ଏମ୍ସ, ଭୁବନେଶ୍ବରର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ ମହାପାତ୍ର । ଏକ ଆଲୋଚନାଚକ୍ରରେ ଅତିଥିଭାବେ ଯୋଗଦେଇ ଡା.ମହାପାତ୍ର କହିଲେ, ବର୍ତ୍ତମାନର ପିଲାଙ୍କ ଭିତରୁ ୩୦% ଅପପୁଷ୍ଟି, ୪୦% ମେଦବହୁଳ ଓ ୩୦% ସ୍ବାସ୍ଥ୍ୟ ଭଲ ରହିଛି। ୭୦ବର୍ଷର ବୟସ୍କ ଅତିକମ୍ରେ ୧୦ ପ୍ରକାରର ଔଷଧ ଖାଉଛନ୍ତି। ଆମେରିକାର ଲୋକମାନେ ୬.୫ ଘଣ୍ଟା ଶୋଉଥିବା ବେଳେ ଭାରତୀୟମାନେ ୬ଘଣ୍ଟା ଶୋଉଛନ୍ତି। ୨୦୧୫ ମସିହାରେ ଏମ୍ସ ଭୁବନେଶ୍ବରରେ ଡାକ୍ତରମାନଙ୍କ ପାଇଁ ଏକ ସ୍ବାସ୍ଥ୍ୟ କ୍ୟାମ୍ପ ହୋଇଥିଲା। ଏଥିରେ ଜଣାପଡ଼ିଲା ଯେ ଡାକ୍ତରମାନେ ରାତି ୨ଟା ପୂର୍ବରୁ ଶୋଉ ନାହାନ୍ତି। ସେମାନଙ୍କ ମଧ୍ୟରୁ ୨୫% ମଧୁମେହ, ୨୫% ଉଚ୍ଚ ରକ୍ତଚାପର ଶିକାର ହୋଇଥିଲେ। ୧୭-୨୦ବର୍ଷର ଯେଉଁ ଛାତ୍ରଟି ଏମ୍ବିବିଏସ୍ ପଢ଼ୁଛି.......Read More
Category: ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ | Language: Odia
- 21 May, 2025
- By ରାଜଲକ୍ଷ୍ମୀ
