ଈଶ୍ବର ଓ ସଇତାନ

କୁଶଧ୍ବଜ

ଦୁଇ ବନ୍ଧୁ ସ୍ଥିର କଲେ ଯେ ସେମାନେ ନିଜ ଜୀବନରେ ସଇତାନକୁ କେବେ ବି ପ୍ରଶ୍ରୟ ଦେବେ ନାହିଁ। ନିଜର ହୃଦୟକୁ ଈଶ୍ବରଙ୍କ ବିହାର ସ୍ଥଳରେ ପରିଣତ କରିବେ । ସଦା ସର୍ବଦା ଉତ୍ତମ କାମ କରିବା, ଉତ୍ତମ କଥା କହିବା ଆଉ ସତ୍‌ସଙ୍ଗ କରିବାକୁ ସ୍ଥିର କଲେ | ଧୀରେ ଧୀରେ ସେମାନଙ୍କ ଜୀବନ ଦିବ୍ୟ ହୋଇ ଉଠିଲା | ଏହାର କିଛି ଦିନ ପରେ ଜଣେ ସନ୍ନ୍ୟାସୀଙ୍କ ଭେଟ ଏଇ ଦୁଇ ବନ୍ଧୁଙ୍କ ସହିତ ହେଲା । ସନ୍ୟାସୀଙ୍କୁ ଲାଗିଲା ସତେ ଯେମିତି କିଛି ଅଲୌକିକ ଈଶ୍ବରୀୟ ସତ୍ତାଙ୍କ ସହିତ ତାଙ୍କର ସାକ୍ଷାତ ହେଉଛି । କାରଣ ବାତାବରଣରେ ସେ ଏକ ଅନନ୍ୟ ଦିବ୍ୟତା ଅନୁଭବ କଲେ । ସନ୍ୟାସୀ ଏକଥାର ରହସ୍ୟ ଉନ୍ମୋଚନ କରିବା ଲାଗି ପ୍ରୟାସ କଲେ | କଥା ପ୍ରସଙ୍ଗରେ ଦୁଇ ବନ୍ଧୁ ସନ୍ନ୍ୟାସୀଙ୍କୁ ଜଣାଇଲେ - ମହାତ୍ମା, ହୃଦୟରୁ.......

Category: ଧର୍ମ ଓ ଅଧ୍ୟାତ୍ମ | Language: Odia