ଜଗତେ କେବଳ
କବିସୂର୍ଯ୍ୟ ବଳଦେବ ରଥ
ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ ॥ ଘୋଷା ॥ଜଟିଳ କରି ସ୍କନ୍ଧ ରୋମରାଜି। ଶିଖରୀ ଦରୀରେ ମରୁଁ ଗରଜି।କୁଟିଳ କରି ଭ୍ରୂକୁଟିକୁ ଚାହୁଁ। ସରମା କଣ୍ଠୀରବ ହେବ କାହୁଁ।ଅଲକତ ଦ୍ରବ ନୟନେ ବୋଳି। ରସାଳ ଗହଳ ଶାଖାରେ ଖେଳି।କବଳ କରୁଁ ତା କଳି କଳାପ । କାକ କି କରିବ ପଞ୍ଚମାଳାପ ?ବରଜୀବ-ରସେ ଦେଇ ମାନସ। ବରଜି ବରଷେ ଅମେଧ୍ୟ ଗ୍ରାସଦେହେ ମନ୍ଦାକିନୀରଜ ଲଗାଇ । ଗ୍ରାମ ଶୂକରୀ କି ହୋଇବ ଗାଈ ?ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ। ନିଜ ତୁଣ୍ଡେ ମଣ୍ଡି ଖଣ୍ଡ-ମୃଣାଳ।ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ। ତେବେ ସେ ମରାଳୀ ବୋଲାଇବ କି?ରଞ୍ଜି ନାୟକ ରଙ୍ଗେ ଚୋପଦାର। ଖଞ୍ଜିଲେ ହେଲେ ଚାବୁକ ସବାର।ଖିଲାଇଲେ ହେଲେ ନାନା ମସଲା। ତୁରଙ୍ଗ ହୁଏ କି ରାସଭ ପିଲା।ବଦରିକା ବନେ ନିତ୍ୟ ନିବାସ। କରି ଆଚରି ବ୍ରତ ଉପବାସ।ପ୍ରଯତ୍ନ କଲେ ହେଁ ନାନା ପ୍ରକାର। ଖଦ୍ୟୋତ ହୋଇବ.......Read More
Category: କବିତା (ପୁରାତନ) | Language: Odia
- 24 May, 2025
- By କବିସୂର୍ଯ୍ୟ ବଳଦେବ ରଥ
