ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
ବନମାଳୀ ଦାସ
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେଶ୍ରୀରଙ୍ଗା ଚରଣ ସେବାରେ ମୋ ମନ ରହିଥାଉ ନିରନ୍ତରେ ।। ଦାନା କନା ପଛେ ମନା ହେଉ ମତେ ନୀଳଚକ୍ର ବାନା ଚାହିଁ ।ସୁଖୀ ହେଉଥିବି ଅଖିଳ ପତି ହେ ନିର୍ଦ୍ଦୟ ହୋଇବ ନାହିଁ ।୧। ବାରମାସେ ତେର ଯାତ୍ରା ଦେଖୁଥିବି ଶ୍ରୀକ୍ଷେତ୍ରେ ହୋଇ ଭିକାରୀ ।ସାଧୁ ସନ୍ଥଙ୍କର ବୋଲାଇ କିଙ୍କର ମାଗୁଥିବି ମାଧୁକରୀ ।୨।ଆନନ୍ଦ ବଜାରେ ବୁଲିଣ ମଜାରେ ଗାଉଥିବି ତୋର ନାମ ।ତୋ ପ୍ରେମ ସାଗରେ ବୁଡ଼ି ଯାଉଥିବି ବୋଲି ହରେକୃଷ୍ଣ ନାମ ।୩।ଏଥିପାଇଁ କୁଳ ମୂଳ ହରାଇଛି ସାଥି କରି ତୋତେ ଏକା ।ଦାସ ବନମାଳୀ ଦୋଷ ନ ଧରିବୁ ଗୋବର୍ଦ୍ଧନ ଗିରି ଟେକା ।୪।....
Category: କବିତା (ପୁରାତନ) | Language: Odia
- 24 May, 2025
- By ବନମାଳୀ ଦାସ