ଘାସରେ ତିଆରି ହେଉଛି ଘର

ସାଗରିକା

ମଣିଷକୁ ବଞ୍ଚିବାକୁ ହେଲେ ଖାଦ୍ୟ, ବସ୍ତ୍ର ସହ ବାସଗୃହ ନିହାତି ଆବଶ୍ୟକ । ସେଥିପାଇଁ ଲୋକମାନେ ନିଜ ଘରକୁ ସବୁ ବେଳେ ମଜବୁତ ଭାବରେ ତିଆରି କରନ୍ତି, ଆଉ ଏହାର ଯତ୍ନ ମଧ୍ୟ ନିଅନ୍ତି । ଆଜି ଆମେ ଏମିତି ଏକ ଘର କଥା କହିବୁ ଯାହା ସିମେଣ୍ଟ ବା ଲୁହାରେ ନୁହେଁ ସମୁଦ୍ର ଘାସରେ ତିଆରି ହୋଇଛି । ଆଉ ଏହି ଘାସରେ ତିଆରି ଘର ବେଶ ମଜବୁତ । ଆଉ ପ୍ରାକୃତିକ ବିପର୍ଯ୍ୟୟକୁ ମଧ୍ୟ ସାମ୍ନା କରିବାର ଶକ୍ତି ରଖିଛି ଏହି ଘର । ସବୁଠାରୁ ବଡ କଥା ହେଉଛି କି ଏହି ଘରେ ଅକ୍ସିଜେନର ଅଭାବ ଦେଖା ଦେଇ ନଥାଏ ।ଡେନମାର୍କର ଲେସୋ ଦ୍ୱିପରେ ଏଭଳି ଅନେକ ଘର ତିଆରି ହୋଇଛି । ସମୁଦ୍ର ଘାସରେ ଏହି ସବୁ ଘର ତିଆରି ହୋଇଥିବା ଜଣାପଡିଛି। ଏହି ଘର ଅନେକ ବର୍ଷ ଯାଏଁ ମଜବୁତ ହୋଇ ରହିଥାଏ ।.......

Category: ପରିବେଶ ଓ ବିଜ୍ଞାନ | Language: Odia