ଚୀନ୍‌ ନିର୍ମିତ ‘କୃତ୍ରିମ ସୂର୍ଯ୍ୟ’

ସାଗରିକା

ହାଇଡ୍ରୋଜେନ୍‌ ପୋଡ଼ି ହିଲିୟମ୍‌ରେ ପରିଣତ ହେଉଥିବାରୁ ସୂର୍ଯ୍ୟର ଅନ୍ତଃସ୍ଥଳ ୧୫ ନିୟୁତ ଡିଗ୍ରି ସେଲିସିୟସ୍‌ରେ ଜଳୁଥିବା ବେଳେ ପୃଥିବୀ ପୃଷ୍ଠରେ ଚୀନ୍‌ ନିର୍ମାଣ କରିଥିବା ‘କୃତ୍ରିମ ସୂର୍ଯ୍ୟ’ ୧୨୦ ନିୟୁତ ଡିଗ୍ରି ସେଲିସିୟସ୍‌ରେ ଜଳୁଛି। ଚୀନ୍‌ଦ୍ବାରା ପ୍ରସ୍ତୁତ ଏହି ‘କୃତ୍ରିମ ସୂର୍ଯ୍ୟ’ ବା ‘ଦି ଏକ୍ସପେରିମେଣ୍ଟାଲ୍‌ ଆଡ୍‌ଭାନ୍‌ସଡ୍‌ ସୁପର୍‌କଣ୍ଡକ୍ଟିଙ୍ଗ୍‌ ତୋକାମାକ୍’ (ଇଷ୍ଟ୍‌) ‘ଫ୍ୟୁଜନ୍‌ ରିଆକ୍ଟର୍‌’ ସୂର୍ଯ୍ୟର ମଧ୍ୟଭାଗର ଉତ୍ତାପ ଠାରୁ ୮ ଗୁଣ ଅଧିକ ଉତ୍ତାପରେ ଜଳୁଛି।୧୦୧ ସେକେଣ୍ଡ୍‌ରେ ୧୨୦ ନିୟୁତ ଡିଗ୍ରି ସେଲିସିୟସ୍‌ ଏବଂ ୨୦ ସେକେଣ୍ଡ୍‌ରେ ୧୬୦ ନିୟୁତ ଡିଗ୍ରି ସେଲିସିୟସ୍‌ ‘ପ୍ଲାଜ୍‌ମା’ ଉତ୍ତାପରେ ପହଞ୍ଚି ଏହି ରିଆକ୍ଟର୍‌ ପୁରୁଣା ରେକର୍ଡ ଭାଙ୍ଗିବାରେ ସମର୍ଥ ହୋଇଛି। ‘ହେଫେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକାଲ୍‌ ସାଇନ୍‌ସ୍‌ ଅଫ୍ ଚାଇନିଜ୍‌ ଏକାଡେମି ଅଫ୍ ସାଇନ୍‌ସେସ୍‌’ରେ ଅବସ୍ଥିତ ଉକ୍ତ ରିଆକ୍ଟର୍‌ ସୂର୍ଯ୍ୟ ଓ ତାରାମାନଙ୍କରେ ପ୍ରାକୃତିକ ଭାବେ ଘଟୁଥିବା ‘ନ୍ୟୁକ୍ଲିଅର୍‌ ଫ୍ୟୁଜନ୍‌’ ପ୍ରକ୍ରିୟାକୁ ନକଲ କରି ଅସୀମ ଅକ୍ଷୟ ଶକ୍ତି ଯୋଗାଇ.......

Category: ପରିବେଶ ଓ ବିଜ୍ଞାନ | Language: Odia