ବାପା ନଥିବା ପୃଥିବୀ
ବିପ୍ଳବ
ବାପାଙ୍କ ବାଁ ହାତର ମଝି ଆଙ୍ଗୁଠିକୁ ମୁଁ ମୁଠେଇ ଧରିଥିଲି । ଡାହାଣ ପାଖରେ ଥିଲା ନିତୁ। ବାପାଙ୍କ କାନ୍ଧରେ ଦୁଇ ପଟକୁ ଗୋଡ ଓହଳେଇ ଚୁଟିକୁ ଧରି ବସିଥିଲା ସବା ସାନ ଜିନା। ମାମୁ ଘରୁ ରାମ ନବମୀ ଦେଖି ଫେରୁଥିଲୁ ଆମେ। ଅଜା, ଆଇ, ମାମୁ, ମାଇଁ, ଚୁମକି ଦେଈ ହେରିକା କହୁଥିଲେ ରହିଯା। ଭଲକି ସକାଳ ହେଉ ଯିବ। ବାପା ରାଜି ହେଲେନି। ସେଇ ମାଛି ଅନ୍ଧାରରେ ଚାଲି ଆସିଲେ। ବୋଉ ଦେହ ଭଲ ନଥିଲା। ସେଥିପାଇଁ। ବାଟ ସାରା ଧାଡ଼ି ଧାଡ଼ି ଆମ୍ବଗଛ। ମେଞ୍ଚା ମେଞ୍ଚା ବଉଳରେ ଡାହି ସବୁ ତଳକୁ ନଇଁ ଆସିଥାନ୍ତି। ବାସ୍ନାରେ ରାତି ମହକୁ ଥାଏ। କୋଇଲି ତୁହାକୁ ତୁହା ରାବୁ ଥାଏ। ଡର ଭୟ କିଛି ଲାଗୁନଥାଏ। ଗିରିଗିରା ସାଇର ମାଛୁଆ କେଉଟମାନଙ୍କର ଘର ଗହଳି ଚହଳି ଲାଗି ଯାଇଥାଏ। ଜାଲ ଧରି ନଈକୁ ବାହାରି ଯିବାକୁ କେହି କେହି.......
Category: ଗଳ୍ପ (ଆଧୁନିକ) | Language: Odia
- 21 Apr, 2025
- By ବିପ୍ଳବ