ଚିତ୍ରାଖଡି ହଂସ: କିଛି ଜଣା ଅଜଣା କଥା

ତୁହିନାଂଶୁ କର

ଚିତ୍ରାଖଡିହଂସକୁ ଇଂରାଜୀରେ କମନ୍ ଟିଲ୍ (Common Teal) ବୋଲି କୁହାଯାଏ। ଏହାର ବୈଜ୍ଞାନିକ ନାମ ଆନାସ୍ କ୍ରେକା (Anas crecca); ଏହା ଅଂଶେରିଫୋର୍ମେସ ବର୍ଗ ଓ ଆନାଟିଡ଼ି ବଂଶର ଅନ୍ତର୍ଭୁକ୍ତ। ଏହି କ୍ଷୁଦ୍ରକାୟ ବତକଜାତୀୟ ପ୍ରବାସୀ ପକ୍ଷୀ (Migratory Bird) ମୁଖ୍ୟତଃ ପଶ୍ଚିମ ଓ କେନ୍ଦ୍ରୀୟ ସାଇବେରିଆ ଅଞ୍ଚଳରେ ବସବାସ କରିଥା’ନ୍ତି। ଶୀତଦିନ ଆସିଲେ ସେ ସ୍ଥାନକୁ ପରିତ୍ୟାଗକରି ଏମାନେ ପୂର୍ବ, ଦକ୍ଷିଣ-ପୂର୍ବ ତଥା ଦକ୍ଷିଣ ଏସିଆ ଏବଂ ଆଫ୍ରିକା ମହାଦେଶର ଅନେକ ସ୍ଥାନରେ ଶୀତକାଳୀନ ପ୍ରବାସ (Winter Migration) କରିଥା’ନ୍ତି। ଗ୍ରୀଷ୍ମଋତୁ ଆସିଲେ ପ୍ରବାସ ସମାପନ କରି ନିଜ ଦେଶକୁ ପୁନଃ ପ୍ରତ୍ୟାବର୍ତ୍ତନ କରନ୍ତି। ଅଳ୍ପଗଭୀର ମଧୁର ଓ ଖାରିପାଣିରେ ଏମାନେ ବସବାସ କରନ୍ତି ଏବଂ ଦଳବଦ୍ଧ ହୋଇ ରହନ୍ତି। ବିଶେଷ କରି ହ୍ରଦ, ନଦୀ, ସ୍ଵଳ୍ପ ପାଣିରହିଥିବା ଆର୍ଦ୍ରଭୂମି ଓ ପୋଖରୀ ଆଦି ଏମାନଙ୍କର ବାସସ୍ଥଳୀ। ଏହି ପକ୍ଷୀ ଉଭୟ ତୃଣଭକ୍ଷୀ ଓ ମାଂସାଶୀ। ଜଳଜ.......

Category: ପରିବେଶ ଓ ବିଜ୍ଞାନ | Language: Odia