ବିଶ୍ୱାସର ପ୍ରତିଧ୍ୱନି

ଆଶା କିରଣ ସ୍ଵାଇଁ

ସୁନୀତା ଆଉ ପ୍ରକାଶ ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରେ ରହୁଥିଲେ । ପ୍ରକାଶ ଏକ ସଫ୍ଟୱେୟାର କମ୍ପାନୀରେ କାମ କରୁଥିଲେ ଆଉ ସୁନୀତା ଘର ସମ୍ଭାଳୁଥିଲେ । ସେମାନଙ୍କ ଜୀବନର କେନ୍ଦ୍ରବିନ୍ଦୁ ଥିଲା ସେମାନଙ୍କର ସାତ ବର୍ଷର ପୁଅ, ଆରବ । ସେମାନଙ୍କ ଛୋଟ ଦୁନିଆ ହସଖୁସିରେ ପରିପୂର୍ଣ୍ଣ ଥିଲା ।ହଠାତ୍ ଦିନେ ସେମାନଙ୍କ ଖୁସିର ଆକାଶରେ କଳା ବାଦଲ ଘୋଟିଗଲା । ଆରବ ଖେଳୁ ଖେଳୁ ହଠାତ୍ ଅଚେତ ହୋଇଗଲା । ଡାକ୍ତରଖାନା ନେବା ପରେ ଜଣାପଡ଼ିଲା ଯେ ତା’ ହୃତପିଣ୍ଡରେ ଏକ ବିରଳ ସମସ୍ୟା ଅଛି, ଯାହାର ଅପରେସନ ଅତ୍ୟନ୍ତ ଜଟିଳ ଏବଂ ବିପଦପୂର୍ଣ୍ଣ । ଦେଶର ବଡ଼ ବଡ଼ ଡାକ୍ତରମାନେ ମଧ୍ୟ ଅପରେସନର ସଫଳତା ପାଇଁ କୌଣସି ନିଶ୍ଚିତତା ଦେଇପାରିଲେ ନାହିଁ । ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ ସାଙ୍ଗକୁ ପୁଅର ଜୀବନର ଅନିଶ୍ଚିତତା ପ୍ରକାଶଙ୍କୁ ଭିତରୁ ଦୋହଲାଇ ଦେଇଥିଲା ।ସୁନୀତା ପୁରା ଭାଙ୍ଗି ପଡ଼ିଥିଲା । ଦିନରାତି.......

Category: ଗଳ୍ପ (ଆଧୁନିକ) | Language: Odia