ବିରଳ ଅଲିଭ୍ ରିଡ୍‌ଲେ କଇଁଛଙ୍କୁ ସୁରକ୍ଷା ଯୋଗାଉଛନ୍ତି ରବୀନ୍ଦ୍ର

ସଂଗୃହୀତ

ବର୍ଷେ କି ଦୁଇବର୍ଷ ନୁହେଁ, ଦୀର୍ଘ 30ବର୍ଷ ହେଲା ବିରଳ ଅଲିଭ୍ ରିଡ଼ଲେ କଇଁଛଙ୍କୁ ସୁରକ୍ଷା ଯୋଗାଉଛନ୍ତି ଗଞ୍ଜାମ ସଦର ବ୍ଳକ୍ ପୁରୁଣାବନ୍ଧ ଗ୍ରାମର ରବୀନ୍ଦ୍ରନାଥ ସାହୁ | ନିଜସ୍ବ ଉଦ୍ୟମରେ ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି ନାମରେ ଏକ ଅନୁଷ୍ଠାନ ଗଠନ କରି ସ୍ବେଚ୍ଛାସେବୀଙ୍କୁ ସେଥିରେ ସାମିଲ କରିଛନ୍ତି | ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକା ଶଯ୍ୟାରେ ପ୍ରତିବର୍ଷ ଗଣ ଅଣ୍ଡାଦାନ କରୁଥିବା କଇଁଛଙ୍କ ସୁରକ୍ଷା ପାଇଁ ଏହି ଯୁବ ପରିବେଶବିତ ଲୋକଙ୍କ ମଧ୍ୟରେ ସଚେତନତା ମଧ୍ୟ ସୃଷ୍ଟି କରୁଛନ୍ତି |ଗଞ୍ଜାମ ବ୍ଲକ୍ ପୁରୁଣାବନ୍ଧ ଗ୍ରାମର କିଛି ଯୁବକ ବିରଳ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କାମ ଆରମ୍ଭ କରିଥିଲେ | 1994ରୁ ସେହି ଯୁବକମାନେ ଋଷିକୁଲ୍ୟା ମୁହାଣକୁ ଆସୁଥିବା ସାମୁଦ୍ରିକ କଇଁଛ, ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଦାୟିତ୍ବ ହାତକୁ ନେଇଥିଲେ | ସେହିପରି ଘରଚଟିଆ, କୃଷ୍ଣସାର ମୃଗ ଓ ବାୟା ଚଢେଇର ସଂରକ୍ଷଣ ଏବଂ ସୁରକ୍ଷା.......

Category: ପରିବେଶ ଓ ବିଜ୍ଞାନ | Language: Odia