ଚିଠି
ସସ୍ମିତା ଜାମୁଦା
ଓ! ପ୍ରକାଶ ବାବୁଙ୍କ ପ୍ରମୋଶନ ପାର୍ଟିଟା ଏଥର ଜମିଲା । ଆହା ! କି ଖାଇବା । ଅନେକ ଦିନ ପର୍ଯ୍ୟନ୍ତ ପାଟିରୁ ସ୍ୱାଦ ଭୁଲି ହେବନି । ଆରେ ମୁଁ ତା କେଟରର୍ସ ମାନଙ୍କ ନମ୍ବର ବି ନେଇଯାଉଛି । ଲୋକମାନଙ୍କ ଏଭଳି ପ୍ରଶଂସା ଶୁଣି ପଦ୍ମା, ପ୍ରକାଶ ବାବୁଙ୍କ ଧର୍ମପତ୍ନୀ, ମୁହଁରେ ହସର ସୁସ୍ଥିତ ରେଖା ଟାଣି ଦିଅନ୍ତି । ସେ ମନେ ମନେ ଭାବନ୍ତି ଯେମିତି ଦୂର ପାହାଡ ସୁନ୍ଦର ପରି ତାଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ଲୋକମାନଙ୍କୁ ଭ୍ରମରେ ପକାଉଛି । କୌଣସି ମତେ ଯଦି ପ୍ରକାଶ ବାବୁ ଓ ପଦ୍ମା ସମ୍ନା-ସାମ୍ନି ହୁଅନ୍ତି ତେବେ ଗତରାତିରେ ଘଟିଥିବା ଘଟଣା ଯେମିତି ପ୍ରକାଶ ବାବୁଙ୍କ ମନରେ ଗଭୀର ରେଖା ଟାଣି ଦେଇଥିବା ପଦ୍ମା ତାଙ୍କ ନିରବ ଚାହାଣିରୁ ବାରି ପାରୁଥା’ନ୍ତି । ଅତିଥି ଚର୍ଚ୍ଚା ସରୁସରୁ ବହୁତ ଡେରି ହୋଇଯାଇଥାଏ । ପଦ୍ମା.......
Category: ଗଳ୍ପ (ଆଧୁନିକ) | Language: Odia
- 18 Aug, 2025
- By ସସ୍ମିତା ଜାମୁଦା