ବଳଦ
ଅନନ୍ତ ବାଗ
ରାମ ଲଖନ ଗଲେ ବନବାସ ଆର ସାଙ୍ଗରେ ଥିଲେ ଜନକ ନନ୍ଦିନୀ... ଆହା... ହଲ... ତ.. ତ । ଦିନୁ ସକାଳୁ ସକାଳୁ ତା’ କାଳିଆ ବୁଢା ବଳଦ ହଳକ ଧରି ଏକମାତ୍ର ଜାଗେରୀ ଜମିକୁ ଜୋତିବାରେ ଲାଗିଛି । ପାଟିରେ ତା’ର ହଳିଆ ଗୀତ । ଆଜିକାଲି କାଁ ଭାଁ ହଳିଆ ଗୀତ ଶୁଣିବାକୁ ମିଲୁଛି, ତା’ ବି ଦିନୁ ପରି ନିରୀହ ଖଟିଖିଆ ଚାଷୀ ପାଖେ ! ଯୋଉ ପରି ପଶ୍ଚିମ ସଭ୍ୟତା ଆମ ଦେଶରେ ମାଡ଼ି ଚାଲିଛି, ଆମ ସଂସ୍କୃତିପରମ୍ପରା ସବୁ ଲୋପ ପାଇ ଆସିଲାନି ।ଦିନୁ ଅନେକ ଆଶାରଖି ନିଜ ଗୋଟେ ମାତ୍ର ଜାଗେରୀ ଜମିକୁ ନିଜ ଝାଳନାଳ ଲଗାଇ ଦେଇଛି । ବର୍ଷ ବର୍ଷ ଧରି ନିଜ ପୂର୍ବଜଠୁ ପାଇଥିବା ଏ ଜମିରେ ହିଁ ତ ସେ ନିଜର ପେଟ ପୋଷି ଆସିଛି । କେତେ ଖରା, ବରଷା, ଶୀତ ସହି ତା’.......
Category: ଗଳ୍ପ (ଆଧୁନିକ) | Language: Odia
- 18 Aug, 2025
- By ଅନନ୍ତ ବାଗ