କଣ୍ଡକ୍ଟର
ଦୁର୍ଗା ପଟ୍ଟନାୟକ
ହଠାତ୍ କାହାର ଏକ ଡାକରେ ନିଦଟା ଭାଙ୍ଗିଗଲା । ଆଖିପତା ଉଠିଲା ବେଳକୁ ମୁହଁ ଆଗରେ ପୋଷ୍ଟକାର୍ଡ ସାଇଜର ଫଟୋ ପରି ଫୁଲବାଣୀ ଜିଲ୍ଲାର ଚକାପାଦ ବସ୍ ଷ୍ଟପେଜ୍ରେ ଚିକ୍ ଚିକ୍ ସୂର୍ଯ୍ୟକିରଣ । ବୋତାମ ଛିଣ୍ଡି ଯାଇଥିବା ପ୍ୟାଣ୍ଟରେ ଅଣ୍ଟା ଦଉଡ଼ି ଗୁଡ଼ାଇ ପିନ୍ଧିଥିବା କ୍ଲିନର୍ ଟୋକାଟା ଡାକ ପରେ ଡାକ ପକାଇଛି, "ଚକାପାଦ, ଚକାପାଦ" ବୋଲି ।ଚକାପାଦ ବସ୍ ଷ୍ଟପେଜ୍ଠାରୁ କୋଡ଼ିଏ କିଲୋମିଟର ଦୂର ଏକ ନିପଟ ଆଦିବାସୀ ଗାଁ ମୋର ସାମୟିକ ଆବାସସ୍ଥଳ । ସେଇଠି ମୋ ମିତ୍ର ଜାନମ୍ର ଘର । ତା ହାଣ୍ଡିରେ ଯାହା ଥାଏ, ଓଦା-ଶୁଖିଲାରୁ ମୁଠେ ଖାଇଦେଇ ମୁଁ ବାହାରିଯାଏ କର୍ମକ୍ଷେତ୍ରକୁ । ବସ୍ର ଅଲରା କତା ସିଟ୍ରେ ଝୁଲି ଝୁଲି ଚକାପାଦରେ ପହଞ୍ଚିଲା ବେଳକୁ ଭାତୁଆ ନିଦଟା, କେତେବେଳେ ପ୍ରିୟାର ହାତ ପରି ଚୁପି ଚୁପି ଆଖି ଯୋଡ଼ିକୁ ମୁଦିଦିଏ ମୋ ଅଜାଣତରେ । ଚକାପାଦ ବସ୍ଷ୍ଟପରେ ଗାଡ଼ିର କଣ୍ଡକ୍ଟର.......
Category: ଗଳ୍ପ (ଆଧୁନିକ) | Language: Odia
- 18 Aug, 2025
- By ଦୁର୍ଗା ପଟ୍ଟନାୟକ