ତିନୋଟି କବିତା
ନିରଞ୍ଜନ ନାୟକ
॥ ଅଳସୀ ॥କାକରଭିଜା ଶିତୁଆସକାଳଭିଜାଭିଜା ସୁଷମାରାଜିଅଳସୀଫୁଲର ବାସଛୁଟେଦେଖ, ଡଙ୍ଗର କଢରେହଳଦୀର ରଙ୍ଗ ଢାଳି ॥ ଝରଣା ॥ପାହାଡରେ ଛାତିଚିରିଝରିଯାଏ ଝରଣାଲକ୍ଷ୍ୟ ତାର ଏକମହତ ଉଦ୍ଦେଶ୍ୟ ନେଇବୋହିଯାଏ ମାଟିଛୁଇଁତୃଷାର୍ତ୍ତମାନଙ୍କ ପାଇଁସମପିର୍ତ ହୋଇନଦୀସହ ମିଶିଯାଏକୁଳୁକୁଳୁ ଗୀତ ଗାଇ ॥ ଈଶ୍ବର ॥ତୁମେ ମନ୍ଦିର ଭିତର ଭାବରଠାକୁରତୁମେ ବିଶ୍ବାସର ଯୀଶୁ ମହମ୍ମଦ ନାନକ ଗୀର୍ଜା ମସଜିଦ ଗୁରୁଦ୍ବାରରତୁମପାଇଁ ସବୁଭକ୍ତିଭାବ ସମର୍ପଣତୁମେ ହିଁ ତପରାତ୍ପର ପରଂବ୍ରହ୍ମହେ ପରମ ଈଶ୍ବର ଟିକିରି, ରାୟଗଡା ....
Category: କବିତା (ଆଧୁନିକ) | Language: Odia
- 18 Aug, 2025
- By ନିରଞ୍ଜନ ନାୟକ