ଘାସଫୁଲ
ବିପ୍ଳବ
- "ମୋର ଏଇ ପଦିଏ କଥା ତୁ ମନେରଖ ।ଦୋଷ ମାନି ଯିବା ପାଇଁ ତୋର ମନ ମାନି ସାରିଥିବ, କହିବା ପାଇଁ ତୋର ତୁଣ୍ଡ ଥିବ, ମାତ୍ର କ୍ଷମା ଦେବା ପାଇଁ ମୁଁ ନଥିବି । ଯେ କନ୍ଦାଏ ସେ ବି ଦିନେ କାନ୍ଦେ, ଇଏ ମୋର ଅଭିଶାପ ନୁହେଁ ଇଏ ସୃଷ୍ଟିର ନିୟମ ।"ଚାଉଁକିନା ନିଦ ଭାଙ୍ଗିଗଲା କପିଳ ମାଷ୍ଟ୍ରଙ୍କର।ଛାତି ଧଡ଼ ଧଡ଼ ହେଇଗଲା।ଇଏ ତାଙ୍କ ମନର ଭ୍ରମ ନା ସ୍ବପ୍ନରେ ବାପା ଆସିଥିଲେ !କାନ୍ଥ ଘଣ୍ଟାକୁ ଅନେଇଲେ କପିଳ ମାଷ୍ଟ୍ରେଅପରାହ୍ନ ଗୋଟେ ପନ୍ଦର ପାଖା ପାଖି ।ବାହାରେ ବୈଶାଖର ଅଦଉତି ଚିକ ଚିକ ଖରାରେ ଆଖି ସାହସ କୁଳେଇ ପାରୁନି ବାହାରକୁ ଅନେଇବାକୁ ଦେହରୁ ବୋହି ଯାଉଛି ଗମ ଗମ ଝାଳଏ ଯାଏଁ କଣ ରୋଷେଇ ସରିନି !କାହାକୁ ବା ଅଭିଯୋଗ କରିବେ ?ଯାହା ପାଖରେ ନାଚି କୁଦି ହେଇ ରାଗ ସୁଝାନ୍ତି, ଅଳି.......
Category: ଗଳ୍ପ (ଆଧୁନିକ) | Language: Odia
- 21 Apr, 2025
- By ବିପ୍ଳବ