ଧୋବେଇ କୋରଟିଆ
-ବିପ୍ଳବ
-“ମା’ ପାଣି ମନ୍ଦେ ଦିଅ । ମା’ ପାଣି ମନ୍ଦେ ଦିଅ ।”ଦୁଇଥର ଡାକିଦେଇ ଲୋକଟି ଦାଣ୍ଡ ପିଣ୍ଡାରେ ଲଥ୍କରି ବସିପଡିଲା । ଦୁଇଟି ଘରଚଟିଆ ଚଢ଼େଇ ଚିଁ ଚିଁ ଶବ୍ଦକରି ଚାଳରୁ ଉଡି ଚାଲିଗଲେ । ତାଙ୍କ କୁନି କୁନି ଡେଣାର ସାମାନ୍ୟ ହାଲୁକା ପବନ ଲୋକଟି ପିଠିରେ ଘସି ହୋଇଗଲା ଯେମିତି । ଲୋକଟି ମୁଣ୍ଡରେ ଠେକା ଭିଡିଥିବା ପାଣି ଗାମୁଛାଟିକୁ ଖୋଲି ମୁହଁର ଝାଳ ସବୁ ପୋଛିଲା । ଦର ଆଉଜା କବାଟକୁ ସାମାନ୍ୟ ଠେଲି ଘର ଭିତରକୁ ମୁହଁ କରି ପୁଣି ଥରେ ବିକଳ ସ୍ୱରରେ ଡାକିଲା -ମା’.....ନା । କେହି ଦିଶୁନଥିଲେ । ବୋଧ ହୁଏ ଟାଣ ଖରାକୁ ସମସ୍ତେ ନିଦେଇ ଯାଇଛନ୍ତି । କାହାର ବା ଗରଜ ପଡିଛି ଅଜଣା ଅଶୁଣା ଲୋକର ଡାକ ଶୁଣିବାକୁ? ଯେଝା ଘରେ ଯେଝା ଆରାମ କରୁଥିବେ । ଲୋକଟି ମନକୁ ମନ ଭାବିଲା ।ବୁଢ଼ା.......
Category: ଗଳ୍ପ (ଆଧୁନିକ) | Language: Odia
- 21 Apr, 2025
- By -ବିପ୍ଳବ