ମାଣବସା ଲକ୍ଷ୍ମୀ ପୁରାଣ

ବଳରାମ ଦାସ

ନମସ୍ତେ କମଳା ମାଗୋ ସାଗର ଦୁଲ୍ଲଣୀ ।ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ।୧।ନମସ୍ତେ କମଳା ମାଗୋ ଅତି ଦୟାବତୀ ।ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି ।୨।ତୋର ଦୟାବଳେ ମାଗୋ ଦରିଦ୍ର ଜନର ।ହୁଅଇ ଅଚଳ ବିତ୍ତ ଜିଣଇ କୁବେର ।୩।ତୋର ଦ୍ରୋହୀ ଜନେ ମାଗୋ ଅନ୍ନ ନ ମିଳଇ ।ଯେତେ ଅରଜିଲେ କେଭେଁ ପେଟ ନ ପୁରଇ ।୪।ତୋହର ଚରିତ ମନ ଦେଇ ଯେ ଶୁଣଇ ।କିଅବା ଭକତି ଭାବେ ସର୍ବଦା ଗୁଣଇ ।୫।ତାହାର ଦରିଦ୍ର ପଣ ଯାଏ ଦୂର ହୋଇ ।ସର୍ବଦା ତାକୁ ପ୍ରସନ୍ନ ହେଉ ମହାମାୟୀ ।୬।ଏଣୁ ତୋ ଚରଣେ ମାଗୋ ଅଶେଷ ପ୍ରଣାମ ।କରୁଛି ପୁରାଅ ବାରେ ମୋର ମନସ୍କାମ ।୭।ତୋ ଚରିତ କିଞ୍ଚିତେ ମୁଁ କରିବି ରଚନ ।ଜଗତ ଜନନୀ ବାରେ ଦିଅ ଦିବ୍ୟ ଜ୍ଞାନ ।୮।ଦିନକେ ନାରଦ ପରାଶର ମୁନି ଦୁଇ ।ଭ୍ରମି ଭ୍ରମି ଏକ ଗ୍ରାମେ ପ୍ରବେଶିଲେ ଯାଇଁ.......

Category: ଧର୍ମ ଓ ଅଧ୍ୟାତ୍ମ | Language: Odia